ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।

- ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ1
- ବୀରମହାରାଜପୁର ବରିଷ୍ଠ ଅଧିକାରୀ ସଂଗଠନ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ସିଂହ ବାବୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗଦାନ କରି ମେହେର ସାହିତ୍ୟ କୁ କାଳଜୟୀ କୃତି ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ସ୍ବାଗତ କରିଥିବାବେଳେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା ସହିତ ମେହେର ସାହିତ୍ୟ ରେ ସାମାଜିକ ପ୍ରତିଛବି ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ କିଶୋର ହୋତା, ଜ୍ଞାନେନ୍ଦ୍ର ତ୍ରିପାଠୀ,ବାସୁଦେବ ରଥ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ କବିତା ଆବୃତ୍ତି କରିଥିଲେ । ରାଧେଶ୍ୟାମ ପୁରୋହିତ,ସୁରୁ ସାହୁ, ଜମ୍ବେଶ୍ଵର ପ୍ରଧାନ,ସୌମିତ୍ରୀ ମେହେର, ବାସୁଦେବ ପଣ୍ଡା, ନିମାଇଁ ଚରଣ ପଣ୍ଡା,ଚମ୍ପେଶ୍ବର ଦାଶ୍, ଚମରା ମହାକୁର,ଶ୍ୟାମ ସୁନ୍ଦର ସେଠି,ଶିବ ଖମାରୀ, ନିରାପଦ ମାଇତି, ସନ୍ତୋଷ ସାହୁ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।3
- ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l1
- ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ1
- ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।1
- ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 🙏1
- ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । "ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l1
- କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l1
- ବୌଦ୍ଧ ଥାନା ସରସରା ନିକଟରେ ଏକ ଟ୍ରେନ୍ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ନିକଟ ବୌଦ୍ଧ ରେଳ ଷ୍ଟେସନ ଠାରୁ ଅଳ୍ପ ଦୁରରେ ସରସରା ହାଇସ୍କୁଲ ଖେଳ ପଡିଆ ନିକଟରେ ରେଳ ବିଭାଗରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ପ୍ରଦେଶ ରାଜ୍ୟର ସୁଖରାମ୍ ନାମକ ଜଣେ ଶ୍ରମିକ । ହଠାତ ଟ୍ରାକ ରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶ୍ରମିକ ଙ୍କ ଗୋଟିଏ ହାତ କଟି ଯାଇଛି । ପରେ ଠିକାସଂସ୍ଥା ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି । ବୌଦ୍ଧ ଥାନା ସରସରା ନିକଟରେ ଏକ ଟ୍ରେନ୍ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ନିକଟ ବୌଦ୍ଧ ରେଳ ଷ୍ଟେସନ ଠାରୁ ଅଳ୍ପ ଦୁରରେ ସରସରା ହାଇସ୍କୁଲ ଖେଳ ପଡିଆ ନିକଟରେ ରେଳ ବିଭାଗରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ପ୍ରଦେଶ ରାଜ୍ୟର ସୁଖରାମ୍ ନାମକ ଜଣେ ଶ୍ରମିକ । ହଠାତ ଟ୍ରାକ ରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶ୍ରମିକ ଙ୍କ ଗୋଟିଏ ହାତ କଟି ଯାଇଛି । ପରେ ଠିକାସଂସ୍ଥା ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି ।1