ମାଲକାନଗିରି ସଦର ମହକୁମା ନିକଟ ମୁଖ୍ୟ କେନାଲରେ ରେ ଅଜଗର - ଆତଙ୍କିତ ଜନ ସାଧାରଣ ମାଲାନଗିରି ସଦର ମହକୁମା ଦେଇ ବୋହିଯାଉଥିବା ମୁଖ୍ୟ କେନାଲ ରେ ୧୫ଫୁଟ ଲମ୍ବର ଅଜଗର ଘୂରିବୁଲୁଥିବା ଦେଖିବାକୁ ମିଳିଛି । ଘଟଣା କ୍ରମେ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଏକ ବିରାଟ କାୟ ଅଜଗର ସାପ କେନାଲ ନିକଟରେ ଶୋଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏହି ଘଟଣା ଜାଣିବା ପରେ ସେହି ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଥିଲା।ଦୈନିକ ଏହି ଉପରେ ସହ ସହ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ଲୋକେ ଗାଧେଇବା, ଦୈନିକ ବ୍ୟବହାର ପାଇଁ ପାଣି ନେଉଥିବା ଦେଖିବାକୁ ମିଳିଥାଏ।ଉକ୍ତ କେନାଲ ଦ୍ୱାରା ପଶୁପକ୍ଷୀ ମଧ୍ୟ ତୃଷ୍ଣା ମେଣ୍ଟାଇଥାନ୍ତି।ଖରା ଦିନ ହୋଇଥିବାରୁ ନିକଟ ଅଞ୍ଚଳର ପିଲାମାନେ ଏହି କେନାଲ ରେ ଗାଧେଇବା ସହ ଖେଳାଖେଳି କରିଥିବା ଦେଖିବାକୁ ମିଳିଛି।ଏହି ଅଜଗର ଯୋଗୁ ଆଗାମୀ ଦିନରେ କିଛି ଦୁଘଟଣା ଘଟିବାର ଆଶଙ୍କା ରହିଥିବାବେଳେ ବନବିଭାଗ ଏହାକୁ ଯଥାଶୀଘ୍ର କେନାଲରୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଛାଡିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

- ମାଲାନଗିରି ସଦର ମହକୁମା ଦେଇ ବୋହିଯାଉଥିବା ମୁଖ୍ୟ କେନାଲ ରେ ୧୫ଫୁଟ ଲମ୍ବର ଅଜଗର ଘୂରିବୁଲୁଥିବା ଦେଖିବାକୁ ମିଳିଛି । ଘଟଣା କ୍ରମେ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଏକ ବିରାଟ କାୟ ଅଜଗର ସାପ କେନାଲ ନିକଟରେ ଶୋଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏହି ଘଟଣା ଜାଣିବା ପରେ ସେହି ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଥିଲା।ଦୈନିକ ଏହି ଉପରେ ସହ ସହ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ଲୋକେ ଗାଧେଇବା, ଦୈନିକ ବ୍ୟବହାର ପାଇଁ ପାଣି ନେଉଥିବା ଦେଖିବାକୁ ମିଳିଥାଏ।ଉକ୍ତ କେନାଲ ଦ୍ୱାରା ପଶୁପକ୍ଷୀ ମଧ୍ୟ ତୃଷ୍ଣା ମେଣ୍ଟାଇଥାନ୍ତି।ଖରା ଦିନ ହୋଇଥିବାରୁ ନିକଟ ଅଞ୍ଚଳର ପିଲାମାନେ ଏହି କେନାଲ ରେ ଗାଧେଇବା ସହ ଖେଳାଖେଳି କରିଥିବା ଦେଖିବାକୁ ମିଳିଛି।ଏହି ଅଜଗର ଯୋଗୁ ଆଗାମୀ ଦିନରେ କିଛି ଦୁଘଟଣା ଘଟିବାର ଆଶଙ୍କା ରହିଥିବାବେଳେ ବନବିଭାଗ ଏହାକୁ ଯଥାଶୀଘ୍ର କେନାଲରୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଛାଡିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।2
- Post by Suraj satnami2
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ1
- ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।1
- ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ1
- ଟ୍ରାକଟର ଚଢ଼ାଇ ତହସିଲଦାର ଙ୍କୁ ହତ୍ୟା ଉଦ୍ୟମ ମେଡିକାଲ ରେ ଭର୍ତି1
- ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ1
- ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲ ରେ ଖରାପ ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଖରାପ ଇଞ୍ଜିନ ତେଲ ଜଳିଲେ କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା, ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣଙ୍କ ଏସବୁ ଖାତିର ନ କରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏହା ଖାଦ୍ୟରେ କୁ ପ୍ରବାହ ପକେଇବା ସହ ଲୋକଙ୍କ ଦେହ ପ୍ରତି ହାନିକାରକ ବୋଲି ମତ ପ୍ରକାଶ କରିବା ସହ ଏହା ବାବଦରେ ତଦନ୍ତ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଥିଲେ।3