ପ୍ରକାଶ ପାଇଲା ୨୦୨୬ର ସରକାରୀ କ୍ୟାଲେଣ୍ଡର୍; ଏ ବର୍ଷ କର୍ମଚାରୀଙ୍କୁ ୨୯ ଦିନ ଛୁଟି, ତାଲିକାରେ ୯ଟି ଇଚ୍ଛାଧୀନ ଛୁଟି ... ରାଜ୍ୟ ସରକାର ୨୦୨୬ ମସିହା ପାଇଁ ଛୁଟି କ୍ୟାଲେଣ୍ଡର୍ ଜାରି କରିଛନ୍ତି। ୨୦୨୬ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୋଟ୍ ୨୯ଟି ସରକାରୀ ଛୁଟି ଦିନ ଓ ୯ଟି ଇଚ୍ଛାଧୀନ ଛୁଟି (ଯେକୌଣସି ଗୋଟିଏ ଦିନ) ମିଳିବ। ଅନ୍ୟପଟେ ଏହି ଛୁଟି ତାଲିକା ମଧ୍ୟରେ ୬ଟି ଛୁଟିି ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଛି। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୬ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ପ୍ରଯୁଜ୍ୟ। ଏହି ୨୯ଟି ସରକାରୀ ଛୁଟି ନୂଆବର୍ଷରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ୍ ଡେ' ପର୍ଯ୍ୟନ୍ତ ରହିଛି। ସେପ୍ଟେମ୍ବର ୧୫ତାରିଖରେ ପଡ଼ୁଥିବା ନୂଆଁଖାଇ ପାଇଁ ୨ ଦିନ ଅର୍ଥାତ୍ ୧୫ ଓ ୧୬ ତାରିଖକୁ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ବ୍ୟତୀତ ସରକାରୀ କର୍ମଚାରୀମାନେ ଅତିରିକ୍ତ ଭାବେ ଗୋଟିଏ ଦିନ ଛୁଟି (୯ଟି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ) ନେଇପାରିବେ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ୯ଟି ଇଚ୍ଛାଧୀନ ଛୁଟି ମଧ୍ୟରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଶବ-ଇ-କାଦର, ଇଷ୍ଟର ସଟରଡେ', ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅଁଳା ନବମୀ, ପ୍ରଥମାଷ୍ଟମୀ ଓ ଡିସେମ୍ୱର ୨୪ରେ ପଡ଼ୁଥିବା ଖ୍ରୀଷ୍ଟମାସ୍ ପର୍ବ ଆଦି ସାମିଲ ରହିଛି। ଏହି ସମସ୍ତ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନକୁ ରାଜ୍ୟ କର୍ମଚାରୀମାନେ ନିଜର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ଏହାବ୍ୟତୀତ ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଥିବା ୬ ଟି ସରକାରୀ ଛୁଟି ମଧ୍ୟରେ ମହାଶିବରାତ୍ରୀ, ପହିଲି ରଜ, ମହାଳୟା, ମହାଷ୍ଟମୀ, କୁମାର ପୂର୍ଣ୍ଣିମା, ଦୀପାବଳି ଆଦି ରହିଛି। ସେହିପରି, ୨୦୨୬ କ୍ୟାଲେଣ୍ଡର ବର୍ଷରେ ରହିଥିବା ୨୯ଟି ଛୁଟି ମଧ୍ୟରେ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ୨୩ରେ ସୁଭାଷ ଚନ୍ଦ୍ର ବୋଷ/ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଓ ବସନ୍ତ ପଞ୍ଚମୀ, ଜାନୁଆରୀ ୨୬, ମାର୍ଚ୍ଚରେ ଦୋଳପୂର୍ଣ୍ଣିମା, ମାର୍ଚ୍ଚ ୪ରେ ହୋଲି, ୨୧ରେ ଇଦ-ଉଲ-ଫିତର, ୨୭ ମାର୍ଚ୍ଚରେ ରାମ ନବମୀ, ଏପ୍ରିଲ ୧ରେ ଉତ୍କଳ ଦିବସ, ୯ରେ ଗୁଡ୍ ଫ୍ରାଇଡେ', ୧୪ରେ ମହାବିଷୁବ ସଂକ୍ରାନ୍ତି/ବିଆର ଆମ୍ୱେଦକର ଜୟନ୍ତୀ, ମେ' ୧ରେ ବୁଦ୍ଧପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ୧୬ରେ ସାବିତ୍ରୀ ଅମାବାସ୍ୟା, ୨୭ରେ ଇଦ-ଉଲ-ଜୁହା, ୧୫ଜୁନ୍ ରଜ ସଂକ୍ରାନ୍ତି, ୨୬ରେ ମହରମ୍, ୧୬ଜୁଲାଇରେ ରଥଯାତ୍ରା, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ, ୨୬ ଅଗଷ୍ଟ ପ୍ରଫେଟ୍ ମହମ୍ମଦ ଜୟନ୍ତୀ, ୨୭ରେ ଝୁଲଣ ପୂର୍ଣ୍ଣିମା, ୪ ସେପ୍ଟେମ୍ବର ଜନ୍ମାଷ୍ଟମୀ, ୧୪ରେ ଗଣେଶ ପୂଜା, ୧୫ ଓ ୧୬ରେ ନୂଆଁଖାଇ, ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ, ୧୭ରେ ମହାସପ୍ତମୀ, ୧୯ରେ ମହାନବମୀ, ୨୦ରେ ବିଜୟା ଦଶମୀ, ୨୪ରେ ରାହାସ ପୂର୍ଣ୍ଣିମା, ଡିସେମ୍ୱର ୨୫ରେ ଏକ୍ସମାସ୍ ଡେ' ପାଇଁ ସରକାରୀ ଛୁଟି ରହିବ।

- User6189Jajapur, Odisha👏on 19 November
- dekha mar hero hin 🥰💌 2.ta chuma😘 dela🎊💞1
- ଖେଳ ଚାଲିଲା ବେଳେ ପଡିଲେ ଧରା1
- Post by Sandeep Barla1
- ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ ଢେଙ୍କାନାଳ : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ନଗର ସଭାପତି ଦେବାଶିଷ ନନ୍ଦଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଳର ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା,ଜିଲ୍ଲା ସମ୍ପାଦକ ଅନୀଲ ସାମଲ ପ୍ରମୁଖ ଯୋଗ ଦେଇ ଦଳର ନୀତି ଆଦର୍ଶ, ଦଳର ବିଭିନ୍ନ ରାଜ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ପୌରାଞ୍ଚଳରେ ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜଭୁତ କରିବାପାଇଁ ଉପସ୍ଥିତ ଓ୍ବାର୍ଡ ସଭାପତିମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀଙ୍କ ଢେଙ୍କାନାଳ ଆଗମନ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ନାୟକ ଚଳିତ ବର୍ଷର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଲୋକଙ୍କ ଆଶା ଓ ଭରଷା ଆମ୍ ଆଦମୀ ପାର୍ଟି ଉପରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚିତ କରିଥିଲେ। ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ଯ ସମସ୍ତେ ନିଜର ଭୂମିକା ଅନୁସାରେ ଦଳର ସଂଗଠନ ସୁଦୃଢ କରିବା ପାଇଁଁ ମତ ପ୍ରକାଶ କରିଥିଲେ। ନିଜ ନିଜ ଓ୍ବାର୍ଡର ବିଭିନ୍ନ ସମସ୍ୟା ସମାଧାନ କରିବାପାଇଁ ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ସଚେତନ କରି ଏକତ୍ରିତ ହେବାପାଇଁ ମତାମତ ଦେଇଥିଲେ। ମହିଳା ସଭାନେତ୍ରୀ ରୁକ୍ମଣୀ ଦଳେଇଙ୍କୁ ଢେଙ୍କାନାଳ ବିଧାନସଭା ଦାୟୀତ୍ୱ ନେବାପାଇଁ ପ୍ରସ୍ତାବ ଆସିଲା। ସେହିପରି ୧୨ ଟି ୱାର୍ଡ ସଭାପତି ମାନେ ନିଜ ୱାର୍ଡର ଦାୟିତ୍ୱ ନେଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପାଞ୍ଚ ଜଣିଆ ୱାର୍ଡ କମିଟି କରାଯିବାପାଇଁ ନିଷ୍ପତ୍ତି ନିଆଗଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସିଂହ, ଶିବାଜୀ ମଲିକ, ଇଂ ପିତାମ୍ବର ଦାସ, ଅନିଲ ନାଥ, ରାକେଶ ପରିଡ଼ା, ସୁରେଶ ପଟ୍ଟନାୟକ, କଳାକାର ଯୁଧିଷ୍ଠିର ଦାସ, ଜୟଦେବ ବେହେରା, ନଗର ଉପସଭାପତି ବିଜୟ କୁମାର ଦାସ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ସୁକାନ୍ତି ରାଉତ, ନିତ୍ୟାନନ୍ଦ ପଣ୍ଡା, ସୁନୀଲ ସାହୁ, ମିଟୁ ମହାପାତ୍ର ପ୍ରମୁଖଙ୍କ ସହିତ ଅନେକ କର୍ମୀ ଯୋଗ ଦେଇଥିଲେ l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l1
- Children are not allowed to social media1
- ବିଜେପି କଣ ଳେଖିବି1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- Budget for census1
- କଟକ ଖପୁରୀୟା ଠାରେ ମେଳା ଆୟୋଜନ2