logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଂକ୍ରିଟ ରାସ୍ତା ଅଧାରେ ଅଟକିଲା! ବାକି ଅଂଶରେ କାଦୁଅର ରାଜ୍ :କଣ୍ଡରାପଶି ବୈଷ୍ଣବସାହିରୁ ଖଳାସାହି ରାସ୍ତାର ବାକି ଅଂଶ କେବେ ହେବ କଂକ୍ରିଟ? କାଦୁଅରେ କଲବଲ ସାହିବାସୀ : କଣ୍ଡରାପଶି ବୈଷ୍ଣବସାହିରୁ ଖଳାସାହି ରାସ୍ତାର ବାକି ଅଂଶ କେବେ ହେବ କଂକ୍ରିଟ? କେନ୍ଦୁଝର ସଦର,(ଧ୍ୟାନକୃଷ୍ଣ ନାୟକ) : ବର୍ଷା ଆସିଲେ ରାସ୍ତା ଉପରେ ଜମୁଛି କାଦୁଅ। ପଚପଚ କାଦୁଅ ମଧ୍ୟରେ ଯାତାୟାତ କରିବାକୁ ପଡୁଛି ସାହିବାସୀଙ୍କୁ। ଦୈନନ୍ଦିନ ଜୀବନ ଯାତ୍ରା ଏକପ୍ରକାର ଦୁର୍ବିଷହ ହୋଇପଡୁଛି। ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳୁଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ବୈଷ୍ଣବସାହି କମ୍ୟୁନିଟି ସେଣ୍ଟରଠାରୁ ଖଳାସାହିକୁ ଯାଇଥିବା ରାସ୍ତାରେ। ସୂଚନା ଅନୁସାରେ, ଏହି ରାସ୍ତାର କିଛି ଅଂଶକୁ କିଛି ମାସ ତଳେ ନୂଆକରି କଂକ୍ରିଟ କରାଯାଇଥିଲା। ତେବେ ରାସ୍ତାର କିଛି ଅଂଶ କଂକ୍ରିଟ ନହୋଇ ବାକି ରହିଯାଇଥିଲା। ଏବେ ବର୍ଷା ଋତୁରେ ସେହି ବାକି ଅଂଶଟି ସାହିବାସୀଙ୍କ ପାଇଁ ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ବର୍ଷା ହେଲେ ରାସ୍ତାଟି କାଦୁଅରେ ପରିଣତ ହେଉଛି। ପାଦରେ ଚାଲିବା ଠାରୁ ଆରମ୍ଭ କରି ଦୁଇଚକିଆ ଯାନରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଛୋଟ ପିଲା, ବୟସ୍କ ଓ ମହିଳାମାନେ ଏହି ରାସ୍ତା ଦେଇ ଯିବା ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସାହିବାସୀ କହିଛନ୍ତି। ଯେଉଁ ରାସ୍ତାର ଅଧିକାଂଶ ଅଂଶ କଂକ୍ରିଟ ହୋଇସାରିଛି, ସେହି ରାସ୍ତାର ବାକି ଅଂଶଟିକୁ ମଧ୍ୟ ଅଧାରେ ଛାଡ଼ି ନଦେଇ ସମ୍ପୂର୍ଣ୍ଣ କଂକ୍ରିଟ କରାଯିବା ଆବଶ୍ୟକ। ନଚେତ ବର୍ଷା ଦିନରେ ଏହି ସମସ୍ୟା ପ୍ରତିବର୍ଷ ଲୋକଙ୍କୁ ଭୋଗିବାକୁ ପଡିବ। ସାହିବାସୀଙ୍କ ଦାବି, ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତାର ବାକି ଅଂଶର ସ୍ଥିତି ଅନୁଧ୍ୟାନ କରନ୍ତୁ। ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ରାସ୍ତାକୁ ଶୀଘ୍ର କଂକ୍ରିଟ କରିବା ସହ ଏବେ ପାଇଁ ଆବଶ୍ୟକ ମରାମତି ଓ ମାଟି/ମୋରମ ପକାଇ ଯାତାୟାତ ଉପଯୋଗୀ କରାଯାଉ । ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ହିଁ ସାହିବାସୀଙ୍କ ଏହି ଦୀର୍ଘସ୍ଥାୟୀ ସମସ୍ୟାର ସମାଧାନ କରିପାରିବ।

1 day ago
user_Dhyana Krushna Nayak
Dhyana Krushna Nayak
Content Creator (YouTuber) Kendujhar Sadar, Odisha•
1 day ago

କଂକ୍ରିଟ ରାସ୍ତା ଅଧାରେ ଅଟକିଲା! ବାକି ଅଂଶରେ କାଦୁଅର ରାଜ୍ :କଣ୍ଡରାପଶି ବୈଷ୍ଣବସାହିରୁ ଖଳାସାହି ରାସ୍ତାର ବାକି ଅଂଶ କେବେ ହେବ କଂକ୍ରିଟ? କାଦୁଅରେ କଲବଲ ସାହିବାସୀ : କଣ୍ଡରାପଶି ବୈଷ୍ଣବସାହିରୁ ଖଳାସାହି ରାସ୍ତାର ବାକି ଅଂଶ କେବେ ହେବ କଂକ୍ରିଟ? କେନ୍ଦୁଝର ସଦର,(ଧ୍ୟାନକୃଷ୍ଣ ନାୟକ) : ବର୍ଷା ଆସିଲେ ରାସ୍ତା ଉପରେ ଜମୁଛି କାଦୁଅ। ପଚପଚ କାଦୁଅ ମଧ୍ୟରେ ଯାତାୟାତ କରିବାକୁ ପଡୁଛି ସାହିବାସୀଙ୍କୁ। ଦୈନନ୍ଦିନ ଜୀବନ ଯାତ୍ରା ଏକପ୍ରକାର ଦୁର୍ବିଷହ ହୋଇପଡୁଛି। ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳୁଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ବୈଷ୍ଣବସାହି କମ୍ୟୁନିଟି ସେଣ୍ଟରଠାରୁ ଖଳାସାହିକୁ ଯାଇଥିବା ରାସ୍ତାରେ। ସୂଚନା ଅନୁସାରେ,

41fac7da-a8af-43fb-b23d-281956966e0c

ଏହି ରାସ୍ତାର କିଛି ଅଂଶକୁ କିଛି ମାସ ତଳେ ନୂଆକରି କଂକ୍ରିଟ କରାଯାଇଥିଲା। ତେବେ ରାସ୍ତାର କିଛି ଅଂଶ କଂକ୍ରିଟ ନହୋଇ ବାକି ରହିଯାଇଥିଲା। ଏବେ ବର୍ଷା ଋତୁରେ ସେହି ବାକି ଅଂଶଟି ସାହିବାସୀଙ୍କ ପାଇଁ ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ବର୍ଷା ହେଲେ ରାସ୍ତାଟି କାଦୁଅରେ ପରିଣତ ହେଉଛି। ପାଦରେ ଚାଲିବା ଠାରୁ ଆରମ୍ଭ କରି ଦୁଇଚକିଆ ଯାନରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଛୋଟ ପିଲା, ବୟସ୍କ ଓ ମହିଳାମାନେ ଏହି ରାସ୍ତା ଦେଇ ଯିବା ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସାହିବାସୀ କହିଛନ୍ତି। ଯେଉଁ ରାସ୍ତାର ଅଧିକାଂଶ ଅଂଶ କଂକ୍ରିଟ ହୋଇସାରିଛି,

64291019-f6e3-4b97-84f1-7bc30d3e8679

ସେହି ରାସ୍ତାର ବାକି ଅଂଶଟିକୁ ମଧ୍ୟ ଅଧାରେ ଛାଡ଼ି ନଦେଇ ସମ୍ପୂର୍ଣ୍ଣ କଂକ୍ରିଟ କରାଯିବା ଆବଶ୍ୟକ। ନଚେତ ବର୍ଷା ଦିନରେ ଏହି ସମସ୍ୟା ପ୍ରତିବର୍ଷ ଲୋକଙ୍କୁ ଭୋଗିବାକୁ ପଡିବ। ସାହିବାସୀଙ୍କ ଦାବି, ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତାର ବାକି ଅଂଶର ସ୍ଥିତି ଅନୁଧ୍ୟାନ କରନ୍ତୁ। ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ରାସ୍ତାକୁ ଶୀଘ୍ର କଂକ୍ରିଟ କରିବା ସହ ଏବେ ପାଇଁ ଆବଶ୍ୟକ ମରାମତି ଓ ମାଟି/ମୋରମ ପକାଇ ଯାତାୟାତ ଉପଯୋଗୀ କରାଯାଉ । ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ହିଁ ସାହିବାସୀଙ୍କ ଏହି ଦୀର୍ଘସ୍ଥାୟୀ ସମସ୍ୟାର ସମାଧାନ କରିପାରିବ।

More news from ଓଡ଼ିଶା and nearby areas
  • ବନ୍ତ ବ୍ଲକ୍ ର ବିଭିନ୍ନ ମନ୍ଦିରରେ ଝୁଲଣ ଯାତ୍ରା ଉଦଯାପିତ । ମନ୍ଦିରରେ ଭିଡ। ବନ୍ତ ବ୍ଲକ୍ ର ବିଭିନ୍ନ ମନ୍ଦିରରେ ଝୁଲଣ ଯାତ୍ରା ଉଦଯାପିତ । ମନ୍ଦିରରେ ଭିଡ।
    1
    ବନ୍ତ ବ୍ଲକ୍ ର ବିଭିନ୍ନ ମନ୍ଦିରରେ ଝୁଲଣ ଯାତ୍ରା ଉଦଯାପିତ । ମନ୍ଦିରରେ ଭିଡ।
ବନ୍ତ ବ୍ଲକ୍ ର ବିଭିନ୍ନ ମନ୍ଦିରରେ ଝୁଲଣ ଯାତ୍ରା ଉଦଯାପିତ । ମନ୍ଦିରରେ ଭିଡ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    22 hrs ago
  • ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    2
    ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ. ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    1
    ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ.
ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    1
    ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    15 hrs ago
  • ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି
    1
    ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର   ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି
    user_Manash Rout
    Manash Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    43 min ago
  • ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ। ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ମିଠା, ନକଲି ଛେନା ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ । ନକଲି ପନିର ରାଜ୍ୟରେ ଦେଖିବା ପରେ ବେଶ କିଛିଦିନ ଧରି ଶୋଇରହିଥିବା ଫୁଡ ସେପ୍ଟି ବିଭାଗର ଏବେ ନିଦ ଭାଙ୍ଗିଛି ।
    1
    ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ
ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ  ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ।
ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ
ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ମିଠା, ନକଲି ଛେନା ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ । ନକଲି ପନିର ରାଜ୍ୟରେ ଦେଖିବା ପରେ ବେଶ କିଛିଦିନ ଧରି ଶୋଇରହିଥିବା ଫୁଡ ସେପ୍ଟି ବିଭାଗର ଏବେ ନିଦ ଭାଙ୍ଗିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
  • #ଜଳମଗ୍ନରେ_ଏବେ_ବି_ଶତାଧିକ_ଲୋକେ ବିପଦ ପୂର୍ଣ୍ଣ ଛାତ ଉପରେ କଟୁଛି ଦିନ ରାତି, ଦବିଗଲାଣି କୋଠା । ଭାଙ୍ଗିଲାଣି ଘରର କାନ୍ଥ, ଶିଶୁ ସନ୍ତାନ ଓ ଭିନ୍ନକ୍ଷମଙ୍କୁ ମୁକୁଳା ଛାତ ପାଲଟିଛି ସାହାରା
    1
    #ଜଳମଗ୍ନରେ_ଏବେ_ବି_ଶତାଧିକ_ଲୋକେ
ବିପଦ ପୂର୍ଣ୍ଣ ଛାତ ଉପରେ କଟୁଛି ଦିନ ରାତି, ଦବିଗଲାଣି କୋଠା । ଭାଙ୍ଗିଲାଣି ଘରର କାନ୍ଥ, ଶିଶୁ ସନ୍ତାନ ଓ ଭିନ୍ନକ୍ଷମଙ୍କୁ ମୁକୁଳା ଛାତ ପାଲଟିଛି ସାହାରା
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • ବନ୍ୟା ଅଂଚଳରେ ସାପ ଆତଙ୍କ.. ଯାଜପୁର ଦଶରଥପୁରରେ ଏବେ ସାପ ଭୟ..
    1
    ବନ୍ୟା ଅଂଚଳରେ ସାପ ଆତଙ୍କ.. ଯାଜପୁର ଦଶରଥପୁରରେ ଏବେ ସାପ ଭୟ..
    user_ଅନିଲ କୁମାର ପଣ୍ଡା
    ଅନିଲ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    6 hrs ago
  • ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର । ଧର୍ମଶାଳା :- ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ MUKESH CHANDRA RAY ମୋବାଇଲ ନମ୍ବର.-9178259552
    2
    ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର ।
ଧର୍ମଶାଳା :-  ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ 
MUKESH CHANDRA RAY
ମୋବାଇଲ ନମ୍ବର.-9178259552
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.