ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା, ଯେଉଁଥିରେ ଋଷିବନ୍ଧ ଗ୍ରାମର କପିଳ ନାୟକଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ବୌଦ୍ଧ ଏସପି କୁଲଦୀପ ମିନା ଆଜି ସନ୍ଧ୍ୟାରେ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଶୁଆପାବୁଲି ଗ୍ରାମର ବାଲ୍ମୀକି ପୋଢ଼। ମହୁଲି-ଡିଗୀ ରାସ୍ତାର ମୁହାଣୀ ନିକଟରେ ଥିବା ଏକ ଫାଷ୍ଟଫୁଡ ସେଣ୍ଟରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ପରିବାର ଓ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା। କପିଳ ପେଶାରେ ଜଣେ ଟ୍ରାକ୍ଟର ଡ୍ରାଇଭର ଥିଲେ ଏବଂ ମାଲିକଙ୍କ ପାଖରେ ଥିବା ବକେୟା ଟଙ୍କା ମାଗିବାକୁ ଯାଇଥିଲେ। ଟଙ୍କା ମାଗି ଫେରିବା ବେଳକୁ ଉକ୍ତ ଫାଷ୍ଟଫୁଡ ସେଣ୍ଟର ନିକଟରେ କିଛି ସାଙ୍ଗଙ୍କ ସହ ତାଙ୍କର ବଚସା ହୋଇଥିଲା, ଯାହା ଉଗ୍ର ରୂପ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ସହ ମୃତକଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହି ପ୍ରେମ ସମ୍ପର୍କରେ କପିଳ ଏକ କଣ୍ଟା ସାଜିଥିବାରୁ ତାଙ୍କୁ ରାସ୍ତାରୁ ହଟାଇ ପ୍ରେମକୁ ନୂଆ ରୂପ ଦେବା ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଯାଇଥିଲା। ହତ୍ୟାକାରୀମାନେ କପିଳଙ୍କୁ କାଠ ଫାଳିଆରେ ପିଟିବା ପରେ ବିଅର ବୋତଲରେ ତାଙ୍କ ତଣ୍ଟି କାଟି ପଥରରେ ମୁଣ୍ଡ ଛେଚି ଅତି ଅମାନୁଷିକ ଭାବରେ ହତ୍ୟା କରିଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ଏବଂ ଆଇଆଇସିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ଏବଂ ଆଜି ଅଭିଯୁକ୍ତକୁ ଗିରଫ କରାଯାଇଛି। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲା। ସମସ୍ତ ତଥ୍ୟ ପ୍ରମାଣ ଏବଂ ଆବଶ୍ୟକୀୟ କାଗଜପତ୍ର ସରିବା ପରେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

- ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା, ଯେଉଁଥିରେ ଋଷିବନ୍ଧ ଗ୍ରାମର କପିଳ ନାୟକଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ବୌଦ୍ଧ ଏସପି କୁଲଦୀପ ମିନା ଆଜି ସନ୍ଧ୍ୟାରେ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଶୁଆପାବୁଲି ଗ୍ରାମର ବାଲ୍ମୀକି ପୋଢ଼। ମହୁଲି-ଡିଗୀ ରାସ୍ତାର ମୁହାଣୀ ନିକଟରେ ଥିବା ଏକ ଫାଷ୍ଟଫୁଡ ସେଣ୍ଟରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ପରିବାର ଓ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା। କପିଳ ପେଶାରେ ଜଣେ ଟ୍ରାକ୍ଟର ଡ୍ରାଇଭର ଥିଲେ ଏବଂ ମାଲିକଙ୍କ ପାଖରେ ଥିବା ବକେୟା ଟଙ୍କା ମାଗିବାକୁ ଯାଇଥିଲେ। ଟଙ୍କା ମାଗି ଫେରିବା ବେଳକୁ ଉକ୍ତ ଫାଷ୍ଟଫୁଡ ସେଣ୍ଟର ନିକଟରେ କିଛି ସାଙ୍ଗଙ୍କ ସହ ତାଙ୍କର ବଚସା ହୋଇଥିଲା, ଯାହା ଉଗ୍ର ରୂପ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ସହ ମୃତକଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହି ପ୍ରେମ ସମ୍ପର୍କରେ କପିଳ ଏକ କଣ୍ଟା ସାଜିଥିବାରୁ ତାଙ୍କୁ ରାସ୍ତାରୁ ହଟାଇ ପ୍ରେମକୁ ନୂଆ ରୂପ ଦେବା ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଯାଇଥିଲା। ହତ୍ୟାକାରୀମାନେ କପିଳଙ୍କୁ କାଠ ଫାଳିଆରେ ପିଟିବା ପରେ ବିଅର ବୋତଲରେ ତାଙ୍କ ତଣ୍ଟି କାଟି ପଥରରେ ମୁଣ୍ଡ ଛେଚି ଅତି ଅମାନୁଷିକ ଭାବରେ ହତ୍ୟା କରିଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ଏବଂ ଆଇଆଇସିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ଏବଂ ଆଜି ଅଭିଯୁକ୍ତକୁ ଗିରଫ କରାଯାଇଛି। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲା। ସମସ୍ତ ତଥ୍ୟ ପ୍ରମାଣ ଏବଂ ଆବଶ୍ୟକୀୟ କାଗଜପତ୍ର ସରିବା ପରେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଏକ ବିଧାନସଭାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା। ଏହି ବୈଠକରେ ଆପ୍ ଓଡ଼ିଶାର ସହ-ପ୍ରଭାରୀ ତଥା ଦିଲ୍ଲୀରୁ ଆସିଥିବା ଟିଙ୍କୁ ରାଜୋରା, ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ, ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ସେହିଭଳି ଜନମୁଖୀ ଶାସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ରଖିଥିଲେ। ଜିଲ୍ଲା ସଂଯୋଜକ ମାଧବ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଂଗଠନକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇ ଦୃଢ଼ତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜନସମସ୍ୟାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସୁରେଶ କଲତା, ଘନଶ୍ୟାମ ଭୋଇ, ମାନସ ଗାଈଗରିଆ, ରାଜେଶଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ ନୂତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବକ୍ତାମାନେ କର୍ମୀଙ୍କୁ ସଂଗଠିତ ହୋଇ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।2
- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।1
- ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପିସ୍ତଲ ଧରି ପଇଁତରା ମାରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ମାଡ଼ିବସିବା ପରେ ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପିସ୍ତଲ ଏବଂ ଦୁଇଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାଟି ବନ୍ଦପାଳି-ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତାରେ ଥିବା କେନାଲ ନିକଟରେ ଘଟିଛି, ଯେଉଁଠାରେ ପୋଲିସ ପେଟ୍ରୋଲିଂ କରୁଥିଲା। ପେଟ୍ରୋଲିଂ ସମୟରେ ପୋଲିସ OR 03 E2125 ନମ୍ବର ବିଶିଷ୍ଟ ଏକ ବାଇଗଣୀ ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ ବେଳେ, ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।1
- ବଡ଼ ଜଗନ୍ନାଥଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ଦାବି ହେଉଛି। ଚୌହାନ ବଂଶର ପ୍ରଥମ ରାଜା ମଦନ ଗୋପାଳ ଦେଓଙ୍କ ସମୟରୁ ଥିବା ଏହି ମନ୍ଦିର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।1
- ଆମ ଆଦମୀ ପାର୍ଟୀର ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଙ୍କୁ ରାଜୋରା ଜୀ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ. କେ. ହରିପ୍ରସାଦ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୧୩୩ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୧୧୬ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୁହିକ ଦରଖାସ୍ତ ସାମିଲ ଥିଲା। ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ହାଂସଦାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ସହାୟକ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।2