Shuru
Apke Nagar Ki App…
ବନ୍ୟା ବାତ୍ୟା ପ୍ରବଣ ମୋ ନିର୍ବାଚନ ମଣ୍ଡଳୀର ବସ୍ତା ଓ ବାଲିଆପାଳ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳ, ବହୁମୁଖି ଆଶ୍ରୟସ୍ଥଳ ଏବଂ ରିଲିଫ କେନ୍ଦ୍ର ଗୁଡ଼ିକୁ ମରାମତି ବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ବନ୍ଧରେ ବିଗତ ଦୁଇ ବର୍ଷରେ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ଏବାବଦରେ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ଜଣାଇବେ କି ? ଏଥିସହିତ ବସ୍ତା ଓ ବାଲିଆପାଳ ବ୍ଲକରେ ନୂତନ ବହୁମୁଖି ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ଜଣାଇବେ କି ବୋଲି ଆଜି ବିଧାନସଭାର ବଜେଟ ଅଧିବେଶନରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲି ।
Chandan Baliapal ସାମ୍ବାଦିକ
ବନ୍ୟା ବାତ୍ୟା ପ୍ରବଣ ମୋ ନିର୍ବାଚନ ମଣ୍ଡଳୀର ବସ୍ତା ଓ ବାଲିଆପାଳ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳ, ବହୁମୁଖି ଆଶ୍ରୟସ୍ଥଳ ଏବଂ ରିଲିଫ କେନ୍ଦ୍ର ଗୁଡ଼ିକୁ ମରାମତି ବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ବନ୍ଧରେ ବିଗତ ଦୁଇ ବର୍ଷରେ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ଏବାବଦରେ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ଜଣାଇବେ କି ? ଏଥିସହିତ ବସ୍ତା ଓ ବାଲିଆପାଳ ବ୍ଲକରେ ନୂତନ ବହୁମୁଖି ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ଜଣାଇବେ କି ବୋଲି ଆଜି ବିଧାନସଭାର ବଜେଟ ଅଧିବେଶନରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲି ।
More news from Baleshwar and nearby areas
- ଖୋଲମ ଖୋଲା ହେଉଛି ଜୁଆ ଖେଳ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ହରପାର୍ବତୀ ମେଳାରେ ଚାଲିଛି ବେଆଇନ୍ ଜୁଆ ଖେଳ ।ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବେ ବାଛୁଛନ୍ତି ଯୁବପିଢୀ ଆଉ ସବୁଠାରୁ ବଡ଼ କଥା ଏହା କୌଣସି ଲୁଚା ଚୁପା ଜାଗାରେ ହେଉନାହିଁ । ବଜାର ଭିତର ହାଟ ଭିତରେ ସର୍ବସାଧାରଣଙ୍କ ଉପସ୍ଥିତରେ ହେଉଛି ଏହି ଜୁଆ ଖେଳ । ଏସବୁ ଜାଣିଶୁଣି ବି ସ୍ଥାନୀୟ ପୋଲିସ ସାଜିଛି ନିରବ ଦ୍ରଷ୍ଟା ।ଏପଟେ ତେବେ ଏସବୁ ଖବର କଣ ସ୍ଥାନୀୟ ପୋଲିସ ନାହିଁ ନା ପୋଲିସ ଜାଣିଶୁଣି ଚୁପ ବସିଛି । ଖବର ପ୍ରସାରଣ ପରେ ପୋଲିସ କଣ କାର୍ଯ୍ୟନୁଷ୍ଠାନ ନେଉଛି1
- ଓଡିଶାରୁ ପଡୋଶୀ ପଶ୍ଚିମ ବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ବେଳେ ୪ଟି ଟ୍ରାକ୍ଟରକୁ ମାଡି ବସିଲା କମର୍ଦା ପୋଲିସ।, ଘଟଣା ସ୍ଥଳରୁ ଡ୍ରାଇଭର ଛୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣକୁ କାବୁ କରି ଅଟକ ରଖିଛି ପୋଲିସ। ତେବେ ଜବତ ହୋଇଥିବା ୪ ଯାକ ଟ୍ରାକ୍ଟର ପଶ୍ଚିମବଙ୍ଗର ବୋଲି ଜଣା ପଡିଛି। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ନହରା ଦେଇ ପ୍ରତେକ ଦିନ ବାଲି ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ପୋଲିସ ଉକ୍ତ ଅଞ୍ଚଳ ପ୍ରତି ନଜର ରଖିଥିବା ବେଳେ ହଟାତ ୪ ଟି ଟ୍ରାକ୍ଟର ପଶ୍ଚିମବଙ୍ଗକୁ ବାଲି ବୋଝଇ କରି ନେଇ ଯାଉଥିବା ବେଳେ କମର୍ଦା ପୋଲିସ ଗାଡି ଗୁଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ମାତ୍ର ଉକ୍ତ ଟ୍ରାକ୍ଟର ଗୁଡ଼ିକରେ କୌଣସି ସଠିକ କାଗଜ ପତ୍ର ନ ଥିବରୁ କମର୍ଦା ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ୪ ଜଣ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ବ କରିଛି।3
- #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 🟥ଛାନଭିନ ଆରମ୍ଭ କରିଛି ପୋଲିସ । 🟥ଯୁବକ ଗୁରୁତର । 🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।1
- ମୟୂରଭଞ୍ଜ : ହାତୀର ଗଳିତ ମୃତଦେହକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲର ମହିଷାସୁରି ନିକଟରେ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀଟି ଶାବକ ହୋଇଥିବା ବେଳେ ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ।1
- News Breaking News1
- ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି1
- Post by Khabar1
- ବନ୍ୟା ବାତ୍ୟା ପ୍ରବଣ ମୋ ନିର୍ବାଚନ ମଣ୍ଡଳୀର ବସ୍ତା ଓ ବାଲିଆପାଳ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳ, ବହୁମୁଖି ଆଶ୍ରୟସ୍ଥଳ ଏବଂ ରିଲିଫ କେନ୍ଦ୍ର ଗୁଡ଼ିକୁ ମରାମତି ବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ବନ୍ଧରେ ବିଗତ ଦୁଇ ବର୍ଷରେ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ଏବାବଦରେ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ଜଣାଇବେ କି ? ଏଥିସହିତ ବସ୍ତା ଓ ବାଲିଆପାଳ ବ୍ଲକରେ ନୂତନ ବହୁମୁଖି ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ଜଣାଇବେ କି ବୋଲି ଆଜି ବିଧାନସଭାର ବଜେଟ ଅଧିବେଶନରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲି ।7