Shuru
Apke Nagar Ki App…
Chocolate boy Kumar
More news from ଓଡ଼ିଶା and nearby areas
- Post by Jay kala _ jay Kalinga1
- Post by Chocolate boy Kumar1
- ବାପାର ଛୁରା ମାଡ଼ରେ ପୁଅ ଆହତ ।ବାପା ଗୁରୁତର । ମଦ ପିଇ ପୁଅକୁ ଆକ୍ରମଣ କରି ବାପ ଗୁରୁତର l ଗୁରୁତର ହେଉଛନ୍ତି ପୁରୀ ଅଠରନଳା ଜଗନ୍ନାଥ ମଣ୍ଡଳ ।ଗୁରୁତରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୁଅ ଶିବୁ ମଣ୍ଡଳ ମଧ୍ୟ ଆହାତ ହୋଇଛି।ଅତ୍ୟଧିକ ମଦ୍ୟପାନ କରି ବାପା ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି।ଆଜି ଅପରାହ୍ନରେ ଅଟୋ ଚାଳକ ଜଗନ୍ନାଥ ମଣ୍ଡଳ ଅତ୍ୟଧିକ ମଦ୍ୟପାନ କରି ପୁଅକୁ ସଂଗ୍ରାମ କ୍ଲବ ନିକଟକୁ ଡାକିଥିଲେ।ପୁଅ ଆସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ନିଶାସକ୍ତ ଅବସ୍ଥାରେ ଜଗନ୍ନାଥ ନିଜ ପାଖରେ ଥିବା ଚୁରି ଦ୍ବାରା ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ। ତା ଛାତିରେ ଆଘାତ ଲାଗିଛି।ପୁଅ ଶିବୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଚୁରୀଟି ନିଜ କାନ ପାଖରେ ଭୂଷି ହୋଇଯାଇଥିଲା।ଗୁରୁତର ଜଗନ୍ନାଥ ମଣ୍ଡଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l3
- Post by User5115 Susanta Kumar Pattnaik1
- Post by AK14TV1
- ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l2
- ପୁରୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ପୁରୀ ୬/୧ ପୁରୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ,ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।ଏହି ଜାତୀୟ ଦିବସ କୁ ପୁରୀ ବାସୀ ନିଜ ଗୃହରେ ଜାତୀୟ ପତାକା ଉତ୍ତୋଳନ ସହ ଆଲୋକ ମାଳାରେ ଗୃହ କୁ ସଜ୍ଜିତ କରି ପାଳନ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଥିଲେ।ପରେ ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୨୬ ଜାନୁଆରୀରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ। ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପଡିଆରେ ପ୍ୟାରେଡ଼ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ , ପୁରସ୍କାର ବିତରଣ,ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।ଏହା ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗଦାନ ଓ ସେଠାରେ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଛି।ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିବାକୁ ବିଭିନ୍ନ ରକ୍ତ ଦାତା ଅନୁଷ୍ଠାନ ଓ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ମାଧ୍ୟମରେ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଗଲା।ସେହିପରି ଅପରାହ୍ନ ରେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ସକାଳ ୬ ଟା ସୁଦ୍ଧା ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭ ଘଟିକା ସୁଦ୍ଧା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବ।ବିଭିନ୍ନ ବ୍ଲକ ଅଞ୍ଚଳ,ଏନ ଏ ସି ଅଞ୍ଚଳ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କ ରେ ପୂଜ୍ୟ ପୂଜା ର ସମ୍ମାନ ସ୍ବରୂପ ମଧ୍ୟ ବିଡ଼ିଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଶିକ୍ଷାନୁଷ୍ଠାନ ର ମୁଖ୍ୟ ମାନେ ମାଲ୍ୟାର୍ପଣ କରିବାକୁ ଅନୁରୋଧ କରାଗଲା। ଅଭ୍ୟାସ ପ୍ୟାରେଡ ଚଳିତ ମାସ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ସେହିପରି ୨୫ ତାରିଖ ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଅଭ୍ୟାସ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା,ଚାରା ରୋପଣ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ,ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ,ଅନ୍ୟାନ୍ୟ ଅନୁଷ୍ଠାନ ନିଜ କାର୍ଯ୍ୟାଳୟ କୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ନିଜସ୍ୱ ବ୍ୟୟରେ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା। ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା. ଅକ୍ଷୟ କୁମାର ଶତପଥୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ।ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଠ ନାଗରିକ, ସମାଜସେବୀ , ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।4
- Post by AK14TV1
- ଢେଙ୍କାନାଳ ମୁନିସିପାଲିଟି ର ଜବରଦଖଲ ଉଛେଦ କାଯ୍ୟକ୍ରମ ଆରମ୍ଭ, ଆଜି ପ୍ରଥମେ କଲେଜ ଠାରୁ ଆରମ୍ଭ1