Shuru
Apke Nagar Ki App…
କଟକ ଚାଉଳିଆଗଞ୍ଜ ଥାନାର ପୂର୍ବତନ ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ଚାଉଳିଆଗଞ୍ଜ ପୂଜା କମିଟି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରାଯିବା ସହ ଜନସାଧାରଣଙ୍କ ପାଇଁ ତାଙ୍କର ଜନହିତକର କାର୍ଯ୍ୟ ଏବଂ ପୁଲିସ ସେବାରେ ଥିବା ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସିପିଙ୍କ ସମେତ କଟକର ପ୍ରାୟ ସମସ୍ତ ଥାନାର ଅଧିକାରୀ ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣ ଏବଂ ପୂଜା କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏହି ଶୋକସଭାରେ ସାମିଲ ହୋଇ ନିଜର ଗଭୀର ଶୋକ ପ୍ରକାଶ କରିଛନ୍ତି।
GANESH PANlGRAHl
କଟକ ଚାଉଳିଆଗଞ୍ଜ ଥାନାର ପୂର୍ବତନ ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ଚାଉଳିଆଗଞ୍ଜ ପୂଜା କମିଟି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରାଯିବା ସହ ଜନସାଧାରଣଙ୍କ ପାଇଁ ତାଙ୍କର ଜନହିତକର କାର୍ଯ୍ୟ ଏବଂ ପୁଲିସ ସେବାରେ ଥିବା ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସିପିଙ୍କ ସମେତ କଟକର ପ୍ରାୟ ସମସ୍ତ ଥାନାର ଅଧିକାରୀ ଏବଂ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣ ଏବଂ ପୂଜା କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏହି ଶୋକସଭାରେ ସାମିଲ ହୋଇ ନିଜର ଗଭୀର ଶୋକ ପ୍ରକାଶ କରିଛନ୍ତି।
More news from ଓଡ଼ିଶା and nearby areas
- ବିଜେପିରେ ସାମିଲ ହେବା ପୂର୍ବରୁ ଓଡ଼ିଶାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି, ସେନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଏହି ସମ୍ପର୍କରେ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି ତାହା ଶୁଣିବା ପାଇଁ କୁହାଯାଇଥିବା ବେଳେ ପ୍ରତିନିଧି ଗଣେଶ ପାଣିଗ୍ରାହୀ ଏହି ସମ୍ପୂର୍ଣ୍ଣ ବିଷୟରେ ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ କୁକୁଡାଖଣ୍ଡି ବ୍ଲକ ଠିକାଦାର ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟି ସଂଘର ସଭାପତି କାଳୁଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।1
- ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଶାସନ ଆମ୍ବଗାଁ ସ୍କୁଲରୁ ସ୍ମାର୍ଟ ସ୍କୁଲର ଅସଲ ଚିତ୍ର ସାମ୍ନାକୁ ଆସିଛି। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ନିଜର ଖେଳ ପଡ଼ିଆ ଛାଡ଼ି ଶ୍ରେଣୀଗୃହରେ ସବୁ ବିଷୟର ପାଠ ପଢ଼ାଉଛନ୍ତି। ଜାଗୃତି ଖବରର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଏହି ବାସ୍ତବ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ହିଁ ସବୁ ବିଷୟର ପାଠ ପଢ଼ାଳି ସାଜିଛନ୍ତି।1
- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।2
- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଏବଂ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍.କାମେଶ୍ୱର ରାଓ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ଜୁନିଅର ରେଡକ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରି ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।1