ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀ – HRMS ଜରିଆରେ କୋଟି କୋଟି ଟଙ୍କା ହେରାଫେରୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ୨.୩୮ କୋଟିର ହେରାଫେରୀ ଅଭିଯୋଗ HRMS ପୋର୍ଟାଲ ମାଧ୍ୟମରେ ଦରମା ବୃଦ୍ଧି କରି ଟଙ୍କା ଉଠାଇଥିବା ସନ୍ଦେହ, କିରାଣୀ ଗିରଫ ଅନୁଗୁଳ, (ନିଜ ପ୍ରତିନିଧି): ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀର ପରଦାଫାଶ ହୋଇଛି। କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ବିରୋଧରେ ପ୍ରାୟ ୨.୩୮ କୋଟି ଟଙ୍କା ହେରାଫେରୀ କରିଥିବା ଅଭିଯୋଗ ଆସିଛି। HRMS ପୋର୍ଟାଲର ଅପବ୍ୟବହାର କରି ନିଜ ଦରମାକୁ ଅସାମାନ୍ୟ ଭାବେ ବଢ଼ାଇ ଟଙ୍କା ନେଇଥିବା କଥା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ମାସିକ ଦରମା ୩୫ରୁ ୪୦ ହଜାର ଟଙ୍କା ଥିବା ସତ୍ତ୍ୱେ କେତେକ ମାସରେ କୋଟି କୋଟି ଟଙ୍କା ଟ୍ରାନ୍ଜାକ୍ସନ ହୋଇଥିବା ଅଡିଟ୍ ରିପୋର୍ଟରେ ଧରାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରୁ ଏହି ଅନିୟମିତତା ଚାଲିଥିବା ଅନୁମାନ କରାଯାଉଛି। ଘଟଣାର ସନ୍ଦେହ ତେବେ ସୃଷ୍ଟି ହୋଇଥିଲା, ଯେତେବେଳେ CDMO ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଏକ ଦାମି iPhone ଉପହାର ଦିଆଯାଇଥିଲା। ଏହା ପରେ ଘଟଣାର ଖୋଜଖବର ଆରମ୍ଭ ହୋଇଥିଲା। ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଏବଂ ମାମଲାଟି ଭିଜିଲାନ୍ସଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ସମୟରେ କିଛି ଡାକ୍ତର ଓ ନର୍ସଙ୍କ ଖାତାକୁ ମଧ୍ୟ ଅସାମାନ୍ୟ ଟଙ୍କା ଯାଇଥିବା ସୂଚନା ମିଳିଛି। ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗତକାଲି ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛି। ଏହା ସହିତ ଅନୁଗୁଳ ଓ କଟକର ତିନୋଟି ଭିଜିଲାନ୍ସ ଟିମ ତାଙ୍କ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ମାମଲାରେ ଆଉ କେହି କେହି ଜଡିତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀ – HRMS ଜରିଆରେ କୋଟି କୋଟି ଟଙ୍କା ହେରାଫେରୀ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ୨.୩୮ କୋଟିର ହେରାଫେରୀ ଅଭିଯୋଗ HRMS ପୋର୍ଟାଲ ମାଧ୍ୟମରେ ଦରମା ବୃଦ୍ଧି
କରି ଟଙ୍କା ଉଠାଇଥିବା ସନ୍ଦେହ, କିରାଣୀ ଗିରଫ ଅନୁଗୁଳ, (ନିଜ ପ୍ରତିନିଧି): ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀର ପରଦାଫାଶ ହୋଇଛି। କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ବିରୋଧରେ ପ୍ରାୟ ୨.୩୮
କୋଟି ଟଙ୍କା ହେରାଫେରୀ କରିଥିବା ଅଭିଯୋଗ ଆସିଛି। HRMS ପୋର୍ଟାଲର ଅପବ୍ୟବହାର କରି ନିଜ ଦରମାକୁ ଅସାମାନ୍ୟ ଭାବେ ବଢ଼ାଇ ଟଙ୍କା ନେଇଥିବା କଥା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ
ମାସିକ ଦରମା ୩୫ରୁ ୪୦ ହଜାର ଟଙ୍କା ଥିବା ସତ୍ତ୍ୱେ କେତେକ ମାସରେ କୋଟି କୋଟି ଟଙ୍କା ଟ୍ରାନ୍ଜାକ୍ସନ ହୋଇଥିବା ଅଡିଟ୍ ରିପୋର୍ଟରେ ଧରାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରୁ ଏହି ଅନିୟମିତତା
ଚାଲିଥିବା ଅନୁମାନ କରାଯାଉଛି। ଘଟଣାର ସନ୍ଦେହ ତେବେ ସୃଷ୍ଟି ହୋଇଥିଲା, ଯେତେବେଳେ CDMO ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଏକ ଦାମି iPhone ଉପହାର ଦିଆଯାଇଥିଲା। ଏହା ପରେ ଘଟଣାର ଖୋଜଖବର ଆରମ୍ଭ
ହୋଇଥିଲା। ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଏବଂ ମାମଲାଟି ଭିଜିଲାନ୍ସଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ସମୟରେ କିଛି ଡାକ୍ତର ଓ ନର୍ସଙ୍କ ଖାତାକୁ ମଧ୍ୟ ଅସାମାନ୍ୟ ଟଙ୍କା ଯାଇଥିବା
ସୂଚନା ମିଳିଛି। ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗତକାଲି ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛି। ଏହା ସହିତ ଅନୁଗୁଳ ଓ କଟକର ତିନୋଟି ଭିଜିଲାନ୍ସ ଟିମ
ତାଙ୍କ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ମାମଲାରେ ଆଉ କେହି କେହି ଜଡିତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
- ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ୨.୩୮ କୋଟିର ହେରାଫେରୀ ଅଭିଯୋଗ HRMS ପୋର୍ଟାଲ ମାଧ୍ୟମରେ ଦରମା ବୃଦ୍ଧି କରି ଟଙ୍କା ଉଠାଇଥିବା ସନ୍ଦେହ, କିରାଣୀ ଗିରଫ ଅନୁଗୁଳ, (ନିଜ ପ୍ରତିନିଧି): ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀର ପରଦାଫାଶ ହୋଇଛି। କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ବିରୋଧରେ ପ୍ରାୟ ୨.୩୮ କୋଟି ଟଙ୍କା ହେରାଫେରୀ କରିଥିବା ଅଭିଯୋଗ ଆସିଛି। HRMS ପୋର୍ଟାଲର ଅପବ୍ୟବହାର କରି ନିଜ ଦରମାକୁ ଅସାମାନ୍ୟ ଭାବେ ବଢ଼ାଇ ଟଙ୍କା ନେଇଥିବା କଥା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ମାସିକ ଦରମା ୩୫ରୁ ୪୦ ହଜାର ଟଙ୍କା ଥିବା ସତ୍ତ୍ୱେ କେତେକ ମାସରେ କୋଟି କୋଟି ଟଙ୍କା ଟ୍ରାନ୍ଜାକ୍ସନ ହୋଇଥିବା ଅଡିଟ୍ ରିପୋର୍ଟରେ ଧରାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରୁ ଏହି ଅନିୟମିତତା ଚାଲିଥିବା ଅନୁମାନ କରାଯାଉଛି। ଘଟଣାର ସନ୍ଦେହ ତେବେ ସୃଷ୍ଟି ହୋଇଥିଲା, ଯେତେବେଳେ CDMO ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଏକ ଦାମି iPhone ଉପହାର ଦିଆଯାଇଥିଲା। ଏହା ପରେ ଘଟଣାର ଖୋଜଖବର ଆରମ୍ଭ ହୋଇଥିଲା। ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଏବଂ ମାମଲାଟି ଭିଜିଲାନ୍ସଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ସମୟରେ କିଛି ଡାକ୍ତର ଓ ନର୍ସଙ୍କ ଖାତାକୁ ମଧ୍ୟ ଅସାମାନ୍ୟ ଟଙ୍କା ଯାଇଥିବା ସୂଚନା ମିଳିଛି। ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗତକାଲି ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛି। ଏହା ସହିତ ଅନୁଗୁଳ ଓ କଟକର ତିନୋଟି ଭିଜିଲାନ୍ସ ଟିମ ତାଙ୍କ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ମାମଲାରେ ଆଉ କେହି କେହି ଜଡିତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।8
- ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୩୩ ଦିନରେ ପହଁଚିଛି l କମିଟିର ସଦସ୍ୟ ମାନେ ଧାରଣା ସ୍ଥଳରେ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେର ଠାରେ ରୋଗୀସେବା ଯୋଗାଇଦେବାକୁ ଦାବୀ କରିଛନ୍ତି l1
- ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ2
- ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।1
- ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l 👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା.. #elephantattack #dhenkanalforest #kapilashforest #dhenkanalnewsodisha1
- ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight1
- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ପଞ୍ଚୁପାଣ୍ଡବ ପୀଠର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହାର ଉନ୍ନତିକରଣ କେବଳ ଫଳକ ମଧ୍ୟରେ ସୀମିତ ରହିଛି। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପୀଠଟି ଆଜି ସମ୍ପୂର୍ଣ୍ଣ ଅବହେଳିତ। ସୂଚନା ଅନୁସାରେ, ୨୦୦୯ ମସିହାରୁ ଏହି ପୀଠର ବିକାଶ ପାଇଁ ଯୋଜନା ହୋଇଥିଲା। ପୂର୍ବତନ ବିଧାୟକ ଡଃ ଅରୁଣ କୁମାର ସାହୁ ଏହାର ଉଦ୍ଘାଟନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ବି ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ସ୍ୱଚ୍ଛତା ଅଭାବରୁ ଚାରିଆଡ଼େ ଅଳିଆ ଆବର୍ଜନା ଭରି ରହିଛି। ପୂର୍ବ ସରକାର ସମୟରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ କାହିଁକି ଆଗକୁ ବଢ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଞ୍ଚୁପାଣ୍ଡବ ପୀଠର ଏହି ଦୂରାବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସତେ ଯେମିତି ଠାକୁର ଏବେ ଅବହେଳାର ଚକ୍ରବ୍ୟୁହରେ ଫସି ରହିଛନ୍ତି। ଏହି ପବିତ୍ର ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି। #LocalNews #Nayagarh #TouristPlace1
- Post by ଅନୁଗୋଳ ଟୁଡେ (Angul Today)4