Shuru
Apke Nagar Ki App…
ତାଳଚେରରେ ପ୍ରବାସୀ ଭାରତୀୟ ରାଜ୍ୟ ସେଲ ର ସଭାପତି ଶରତ ପ୍ରଧାନ ଓ ମହିଳା ସଭାପତି ସବିତା ରାଣୀ ଧୀରଙ୍କୁ ସମ୍ବର୍ଦ୍ଧନା ତାଳଚେର :-ତାଳଚେର ଠାରେ ପ୍ରବାସୀ ଭାରତୀୟ ରାଜ୍ୟ ସେଲ ର ସଭାପତି ଶରତ ପ୍ରଧାନ ଓ ମହିଳା ସଭାପତି ସବିତା ରାଣୀ ଧୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ପୂର୍ବତନ ଯୁବ କଂଗ୍ରେସ ସଭାପତି ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ରାଜକିଶୋର ସାହୁ, ଜିନେଶ ସାହୁ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଶ୍ରୀ ପ୍ରଧାନ ଓ ସୁଶ୍ରୀ ଧୀର ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l
Priyamadhaba Das
ତାଳଚେରରେ ପ୍ରବାସୀ ଭାରତୀୟ ରାଜ୍ୟ ସେଲ ର ସଭାପତି ଶରତ ପ୍ରଧାନ ଓ ମହିଳା ସଭାପତି ସବିତା ରାଣୀ ଧୀରଙ୍କୁ ସମ୍ବର୍ଦ୍ଧନା ତାଳଚେର :-ତାଳଚେର ଠାରେ ପ୍ରବାସୀ ଭାରତୀୟ ରାଜ୍ୟ ସେଲ ର ସଭାପତି ଶରତ ପ୍ରଧାନ ଓ ମହିଳା ସଭାପତି ସବିତା ରାଣୀ ଧୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ପୂର୍ବତନ ଯୁବ କଂଗ୍ରେସ ସଭାପତି ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ରାଜକିଶୋର ସାହୁ, ଜିନେଶ ସାହୁ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଶ୍ରୀ ପ୍ରଧାନ ଓ ସୁଶ୍ରୀ ଧୀର ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l
More news from ଓଡ଼ିଶା and nearby areas
- ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l1
- Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ1
- ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.1
- ପ୍ରେମିକ ପ୍ରେମିକାଙ୍କୁ ଏଡ଼ସ | ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେମିକାଙ୍କ ଅଭିଯୋଗ। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିବି । ମୋ ପ୍ରେମିକଙ୍କ ଦ୍ୱାରା ଶହ ଶହ ମହିଳାଙ୍କୁ ଏଡସ ରୋଗରେ ଆକ୍ରାନ୍ତ କରୁଛି । ପ୍ରେମିକା ଦେଲା ଚାଞ୍ଚଲ୍ୟକର ତଥ୍ୟ | Anchor -- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାରୁ ନା ରାଜ । ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି, ତୁରନ୍ତ ମହିଳା ଙ୍କୁ ନ୍ୟାୟ ଦାବି କରି ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ, ଯଦି ତାଙ୍କୁ ନ୍ୟାୟ ନ ମିଳିବ ସେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ଆଗରେ ଧମକ ଦେଇଛନ୍ତି..1
- ଢେଙ୍କାନାଳ ସହର ଏବେ ଅଶାନ୍ତ ଶାନ୍ତି ର ସହର ଏବେ ଅଶାନ୍ତ ପୋଲିସ଼ କୁ ଏବେ ଖୋଲା ବ୍ୟାଲେଞ1
- ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ପିଇବାକୁ ଚାହୁଁଥିବା କହିଲେ ସୁଦେଶ ବୈରୀ । ତାଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।1
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର1