Shuru
Apke Nagar Ki App…
କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍ ଅର୍ଜନ କରିଛି। କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍ ଅର୍ଜନ କରିଛି।
UD MEDIA NEWS
କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍ ଅର୍ଜନ କରିଛି। କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍ ଅର୍ଜନ କରିଛି।
More news from ଓଡ଼ିଶା and nearby areas
- ସାପ କାମୁଡ଼ାରେ ୯ ବର୍ଷୀୟ ବାଳିକା ମୃତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶୀତଲତା ସନ୍ଧାନରେ ସରି ସୃପ ନଦୀ ନାଳ, ଘର ବାରିରେ ପଶିଆସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସରୀସୃପ ଦ୍ୱାରା ବିଭିନ୍ନ ବିପଦ ପୂର୍ଣ୍ଣ ଘଟଣା ଘଟିବାକୁ ଦେଖା ଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଦିଲ୍ଲୀବାକୁ ଏପରି ଏକ ଦୁଃଖଦ ଘଟଣା । ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ର କାନା ପୁସାମ ଙ୍କ ୯ ବର୍ଷୀୟ ଝିଅ ରିବିକା ପୁସାମ ରାଜଗିରି ଆଶ୍ରମ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଗ୍ରୀଷ୍ମ ଛୁଟି ରେ ନିଜ ଗାଁ ମେଟାଗୁଡା କୁ ଆସିଥିଲା । ଗତ ଦୁଇ ଦିନ ପୂର୍ବରୁ ମୁକାନପାଲୀ ଗ୍ରାମ ରେ ନାନି ଜ୍ୱାଇଁ ଘରକୁ ବୁଲିବାକୁ ଯାଇଥିଲା । ଗତ ରାତି ୨୮ ତାରିଖରେ ପ୍ରାୟ ୨ ଟା ବେଳେ ନିଦ ଭାଙ୍ଗିଯିବାରୁ ସେ ଉଠି ସାପଟିକୁ ନିଜ ପାଖରେ ଦେଖି ଘର ଲୋକଙ୍କୁ ଜଣେଇବାରୁ ସମ୍ପର୍କୀୟ ସପଟିକୁ ମାରିଦେଇଥିଲେ। ପାହାନ୍ତିଆ ପ୍ରାୟ ୪ ଟା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପରିବର୍ତ୍ତେ ମୁକାନପାଲୀ ଗ୍ରାମର ବଡଗୁଡା ଠାରେ ଏକ ଦେଶୀ ଜଡ଼ି ବୁଟି ଦେଉଥିବା କ୍ଵାକ ପାଖକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ କ୍ଵାକ ଜଣକ ଦେଶୀ ଜଡ଼ି ବୁଟି ଜଙ୍ଗଲୀ ପତ୍ର ଆଦି ଦେଇଥିଲେ। ରିବିକା ଅଚେତ ହୋଇ ମାଟିରେ ପଡିରହିଥିଲା କିନ୍ତୁ ସ୍ଥିତି ଅସମ୍ଭାଳ ହେବାରୁ ମଧ୍ୟ ବହୁ ବିଳମ୍ବ କରି ସକାଳ ୮ ବେଳେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ସକାଳ ପ୍ରାୟ ୧୦ ଟା ସମୟ ରେ ରିବିକା କୁ ଏମ୍ ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହେଲେ ସାପ କାମୁଡ଼ିବାର ପ୍ରାୟ ଆଠ ଘଣ୍ଟା ପରେ ନାବାଳିକା କୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବା ଶିକ୍ଷା ଏବଂ ସଚେତନାର ପୂର୍ଣ୍ଣ ଅଭାବ କୁ ଦର୍ଶାଉଛି । ସମ୍ପର୍କୀୟ କହିବା ଅନୁସାରେ ଯାତାୟାତ ପାଇଁ ରାସ୍ତା ଘାଟ ଠିକ ନଥିବା ଏବଂ ମୋବାଇଲ ନେଟୱର୍କ ଠିକ ନଥିବା ଯୋଗୁ ଏପରି ବିଳମ୍ବ ହୋଇଥିବା ଦର୍ଶାଇଛନ୍ତି । ଅପର ପକ୍ଷରେ ଏମ୍ ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶଂଜିତ ରାୟ ସାପ କାମୁଡ଼ିବାର କୌଣ୍ଡୀ ଚି଼ହ୍ନ କିମ୍ବା କୌଣସି ଲକ୍ଷଣ ନଥିବା ସୂଚନା ପ୍ରଦାନ ସହ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିବ କଥା କହିଥିଲେ । ପ୍ରତି ବର୍ଷ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ସହସ୍ର ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ବିଶେଷ ସାପ କାମୁଡ଼ା, ଗୁଣି ଗାରେଡି ଏବଂ ଅନ୍ଧବିଶ୍ୱାସ ଭଳି ଘଟଣାରେ ନିଜର ପ୍ରାଣ ହରେଇ ଥାଆନ୍ତି । କିଛି ମନ୍ଦ ପ୍ରକୃତିର ବ୍ୟକ୍ତି କ୍ଵାକ ସାଜି ଏପରି ନିରୀହ ଆଦିବାସୀଙ୍କ ଜୀବନ ନେଇ ଖେଳ ଖେଳନ୍ତି । ଏପରି ଘଟଣା ପ୍ରତି ବର୍ଷ ଘଟୁ ଥିବା ସତ୍ୱେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ବିଫଳ ହୋଇଥିବା ଜଣାପଡୁଛି । ସ୍ୱାସ୍ଥ୍ୟ ବିଭାଗ ସଠିକ ଏବଂ ସମ୍ପୂର୍ଣ୍ଣ ଅଂଚଳରେ ସଚେତନତା ପହଞ୍ଚାଇବାରେ ସଫଳ ହୋଇନଥିବାରୁ ଏପରି କ୍ଵାକ ଏବଂ ଅନ୍ଧବିଶ୍ୱାସ ର କବଳରେ ପଡ଼ି ନିରୀହ ଲୋକେ ଜୀବନ ହରାଉଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।4
- Post by Sonu Bagh CREATION1
- Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା4
- ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି, ବିଧାୟକ ପ୍ରତିନିଧୂ ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନୁରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ, ତହସିଲ ଅଫିସ ତରଫରୁ ସେକ୍ସନ ଅଫିସର ଦିଗ ପଧାନ, ପାନୀୟ ଜଳ ତଥା ସ୍ବଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ରାକସୀ ସରପଞ୍ଚ ଯେମନୁ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନୁ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା,ସ୍ବାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।1
- Post by ଓଡ଼ିଶାର ଆବାଜ୍1
- କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।1
- ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।1
- Post by Rabindra Mandal1
- ରାୟଗଡ଼(ଗଜପତି)28/4 : - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡଃ ଡି. ବୃନ୍ଦା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ନବନିର୍ମିତ 'ଖୋଲା ଜିମ୍ ପାର୍କ'ର ଶୁଭ ଉଦଘାଟନ କରିଛନ୍ତି। ଏହା ସହ ନିର୍ଦ୍ଦେଶିକା ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଵଚ୍ଛତା ଏବଂ ଛାତ୍ର ଓ ଛାତ୍ରୀ ନିବାସର ପରିଚାଳନା ବ୍ୟବସ୍ଥାକୁ ନିକଟରୁ ପରଖିଥିଲେ। ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସେବା ଏବଂ ସୁବିଧା ସୁଯୋଗର ସେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଡଃ ବୃନ୍ଦା ଭୂୟସୀ ପ୍ରଶଂସା କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନୋନଗା, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।1