logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କଲେ ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା: ନୂତନ ଖୋଲା ଜିମ୍ ପାର୍କର ଶୁଭାରମ୍ଭ ରାୟଗଡ଼(ଗଜପତି)28/4 : - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡଃ ଡି. ବୃନ୍ଦା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ନବନିର୍ମିତ 'ଖୋଲା ଜିମ୍ ପାର୍କ'ର ଶୁଭ ଉଦଘାଟନ କରିଛନ୍ତି। ଏହା ସହ ନିର୍ଦ୍ଦେଶିକା ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଵଚ୍ଛତା ଏବଂ ଛାତ୍ର ଓ ଛାତ୍ରୀ ନିବାସର ପରିଚାଳନା ବ୍ୟବସ୍ଥାକୁ ନିକଟରୁ ପରଖିଥିଲେ। ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସେବା ଏବଂ ସୁବିଧା ସୁଯୋଗର ସେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଡଃ ବୃନ୍ଦା ଭୂୟସୀ ପ୍ରଶଂସା କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନୋନଗା, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

22 hrs ago
user_Ricky Patnaik
Ricky Patnaik
Court reporter ରାୟଗଡ଼ା, ଗଜପତି, ଓଡ଼ିଶା•
22 hrs ago

ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କଲେ ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା: ନୂତନ ଖୋଲା ଜିମ୍ ପାର୍କର ଶୁଭାରମ୍ଭ ରାୟଗଡ଼(ଗଜପତି)28/4 : - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡଃ ଡି. ବୃନ୍ଦା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ନବନିର୍ମିତ 'ଖୋଲା ଜିମ୍ ପାର୍କ'ର ଶୁଭ ଉଦଘାଟନ କରିଛନ୍ତି। ଏହା ସହ ନିର୍ଦ୍ଦେଶିକା ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଵଚ୍ଛତା ଏବଂ ଛାତ୍ର ଓ ଛାତ୍ରୀ ନିବାସର ପରିଚାଳନା ବ୍ୟବସ୍ଥାକୁ ନିକଟରୁ ପରଖିଥିଲେ। ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସେବା ଏବଂ ସୁବିଧା ସୁଯୋଗର ସେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଡଃ ବୃନ୍ଦା ଭୂୟସୀ ପ୍ରଶଂସା କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନୋନଗା, ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

More news from ଓଡ଼ିଶା and nearby areas
  • Post by Gopal Das Mahananda
    1
    Post by Gopal Das Mahananda
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।
    1
    ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    6 hrs ago
  • ବିଶ୍ଵରେ No1
    1
    ବିଶ୍ଵରେ No1
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍‌ ଅର୍ଜନ କରିଛି।
    1
    କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍‌ ଅର୍ଜନ କରିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • Post by Prakash
    1
    Post by Prakash
    user_Prakash
    Prakash
    ନୟାଗଡ଼ ସଦର, ନୟାଗଡ଼, ଓଡ଼ିଶା•
    5 hrs ago
  • Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା
    4
    Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି |
Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ  ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ।
ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି              ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    19 hrs ago
  • ଅଦ୍ଯ ତା-୨୪.୦୪.୨୦୨୬ ରିଖ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ଅଦ୍ଯ ତା-୨୪.୦୪.୨୦୨୬ ରିଖ  ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ଜନିତ ସଚେତନତା ଶିବିର ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ଓ ପରିଦର୍ଶୀକା ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ସମୟ ରେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ତରଳ ଜାତୀୟ ଖାଦ୍ଯ ଖାଇବା, ଛତା, ପାଣି ବୋତଲ ଓ ଗାମୁଛା ସାଙ୍ଗରେ ନେବା, ମାଦକ ଦ୍ରବ୍ଯ ସେବନ ନ କରିବା, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    21 hrs ago
  • Post by Gopal Das Mahananda
    1
    Post by Gopal Das Mahananda
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ଜୟପୁର ପ୍ରିମିୟରେ ଲିଗ୍ (JPL) ସିଜନ୍ -୩ ର ଖେଳାଳିଙ୍କ ନିଲାମୀ (Auction), SR MALL ଠାରେ ଆୟୋଜିତ ହୋଇଥିଲା! କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ରାଜ୍ୟରସ ୬ ଗୋଟି ଟିମ୍ ମାଲିକ ମାନେ ସାମିଲ ହୋଇଥିଲେ!
    1
    ଜୟପୁର ପ୍ରିମିୟରେ ଲିଗ୍ (JPL) ସିଜନ୍ -୩ ର ଖେଳାଳିଙ୍କ ନିଲାମୀ (Auction), SR MALL ଠାରେ ଆୟୋଜିତ ହୋଇଥିଲା! କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ରାଜ୍ୟରସ ୬ ଗୋଟି ଟିମ୍ ମାଲିକ ମାନେ ସାମିଲ ହୋଇଥିଲେ!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.