Shuru
Apke Nagar Ki App…
ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି କଳାହାଣ୍ଡି ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ବାବାସାହେବ ଆମ୍ବେଦକର ତଥା ତାଙ୍କର ଅନୁଗତ ମାନଙ୍କୁ ଅପମାନ ଜନକ ମନ୍ତବ୍ୟ ଦେବାରୁ ଧର୍ମଗଡ ବିଧାୟକ ବିରୋଧରେ ନାରା
Gopal Das Mahananda
ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି କଳାହାଣ୍ଡି ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ବାବାସାହେବ ଆମ୍ବେଦକର ତଥା ତାଙ୍କର ଅନୁଗତ ମାନଙ୍କୁ ଅପମାନ ଜନକ ମନ୍ତବ୍ୟ ଦେବାରୁ ଧର୍ମଗଡ ବିଧାୟକ ବିରୋଧରେ ନାରା
More news from ଓଡ଼ିଶା and nearby areas
- Post by Gopal Das Mahananda1
- Post by Tuna Behera1
- ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।1
- ବିଶ୍ଵରେ No11
- Post by ଓଡ଼ିଶାର ଆବାଜ୍1
- Post by Sonu Bagh CREATION1
- Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା4
- Post by Gopal Das Mahananda1