logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୋଲସରା : ସୋଡ଼ାକ ଗ୍ରାମରୁ ଦେଶୀ ବନ୍ଧୁକ ଓ ବନ୍ଧୁକ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡକ ବଡ ସାହି ରେ ପୋଲିସ ଚଢାଉ କରି ବେଆଇନ୍ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ବହୁ ସରଞ୍ଜାମ ଜବତ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ସୋଡକ ବଡ଼ସାହି ର ପ୍ରତାପ ଭଞ୍ଜ ସାମନ୍ତ ହୋଇଥିବା ଜଣାପଡିଛି l ପୋଲସରା ଥାନା ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କୁ ରୋକିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ରହିଥିବା ଖବରପାଇ ପୋଲିସ ସୋଡକ ଗ୍ରାମ ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ପ୍ରତାପ ଭଞ୍ଜ ସାମନ୍ତ ଙ୍କ ଘରୁ ଦୁଇଟି ଦେଶି ବନ୍ଧୁକ , ଗୋଟିଏ ଭଙ୍ଗା ଦେଶି ବନ୍ଧୁକ , ଲୁହାର ବିଭିନ୍ନ ଉପକରଣ , ସହିତ ବିପୁଳ ପରିମାଣର ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀ ମିଳିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫକରୀ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।

5 hrs ago
user_Pitabas dash
Pitabas dash
Asika, Ganjam•
5 hrs ago

ପୋଲସରା : ସୋଡ଼ାକ ଗ୍ରାମରୁ ଦେଶୀ ବନ୍ଧୁକ ଓ ବନ୍ଧୁକ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡକ ବଡ ସାହି ରେ ପୋଲିସ ଚଢାଉ କରି ବେଆଇନ୍ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ବହୁ ସରଞ୍ଜାମ ଜବତ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ସୋଡକ ବଡ଼ସାହି ର ପ୍ରତାପ ଭଞ୍ଜ ସାମନ୍ତ ହୋଇଥିବା ଜଣାପଡିଛି l ପୋଲସରା ଥାନା ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କୁ ରୋକିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ରହିଥିବା ଖବରପାଇ ପୋଲିସ ସୋଡକ ଗ୍ରାମ ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ପ୍ରତାପ ଭଞ୍ଜ ସାମନ୍ତ ଙ୍କ ଘରୁ ଦୁଇଟି ଦେଶି ବନ୍ଧୁକ , ଗୋଟିଏ ଭଙ୍ଗା ଦେଶି ବନ୍ଧୁକ , ଲୁହାର ବିଭିନ୍ନ ଉପକରଣ , ସହିତ ବିପୁଳ ପରିମାଣର ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀ ମିଳିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫକରୀ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।

More news from ଓଡ଼ିଶା and nearby areas
  • #Join #Free #Smast #Skill & #Cybersecure #tranning #program #nuagaon #korda #sampada #college #
    1
    #Join #Free #Smast #Skill &  #Cybersecure #tranning #program #nuagaon #korda #sampada #college #
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • "୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ପୁରୀର ଗୌରବ ହେଲେ ଅନ୍ୱେଷା!" ପୁରୀ ପାଇଁ ଆସିଛି ଏକ ବଡ଼ ଗର୍ବର ଖବର। NEET UG-2026ରେ ଦେଶର ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ AIR-170 ହାସଲ କରିଛନ୍ତି ପୁରୀର ପ୍ରତିଭାବାନ ଛାତ୍ରୀ ଅନ୍ୱେଷା ସୁନ୍ଦରାୟ। ତାଙ୍କର ଏହି ସଫଳତା ପୁରୀ ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି। ପୁରୀ ଦତ୍ତତୋଟା ନିବାସୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟଙ୍କ ସୁପୁତ୍ରୀ ଅନ୍ୱେଷା ସୁନ୍ଦରାୟ NEET UG-2026ରେ ଅସାଧାରଣ ସଫଳତା ହାସଲ କରିଛନ୍ତି। ଦେଶବ୍ୟାପୀ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସର୍ବଭାରତୀୟ ସ୍ତରରେ AIR-170 ରାଙ୍କ ହାସଲ କରି ସେ ପୁରୀ ଓ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ବୋର୍ଡ ପରୀକ୍ଷା ସହିତ NEET ଓ JEE ପରି କଠିନ ଜାତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତିକୁ ସୁଚାରୁ ଭାବେ ପରିଚାଳନା କରି ସେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୱେଷାଙ୍କ ଏହି ସଫଳତା ଆଗାମୀ ଦିନର ମେଡିକାଲ୍ ଓ ଇଞ୍ଜିନିୟରିଂ ପରୀକ୍ଷାର୍ଥୀଙ୍କ ପାଇଁ ଏକ ପ୍ରେରଣା ଓ ମାର୍ଗଦର୍ଶନ ପାଲଟିଛି। "ପୁରୀର ଝିଅଙ୍କ ସଫଳତା... ଓଡ଼ିଶାର ଗର୍ବ, ଦେଶରେ ଚମକିଲା ପ୍ରତିଭା।"। ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    "୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ପୁରୀର ଗୌରବ ହେଲେ ଅନ୍ୱେଷା!"

ପୁରୀ ପାଇଁ ଆସିଛି ଏକ ବଡ଼ ଗର୍ବର ଖବର। NEET UG-2026ରେ ଦେଶର ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ AIR-170 ହାସଲ କରିଛନ୍ତି ପୁରୀର ପ୍ରତିଭାବାନ ଛାତ୍ରୀ ଅନ୍ୱେଷା ସୁନ୍ଦରାୟ। ତାଙ୍କର ଏହି ସଫଳତା ପୁରୀ ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି।
ପୁରୀ ଦତ୍ତତୋଟା ନିବାସୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟଙ୍କ ସୁପୁତ୍ରୀ ଅନ୍ୱେଷା ସୁନ୍ଦରାୟ NEET UG-2026ରେ ଅସାଧାରଣ ସଫଳତା ହାସଲ କରିଛନ୍ତି। ଦେଶବ୍ୟାପୀ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସର୍ବଭାରତୀୟ ସ୍ତରରେ AIR-170 ରାଙ୍କ ହାସଲ କରି ସେ ପୁରୀ ଓ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି।
ବୋର୍ଡ ପରୀକ୍ଷା ସହିତ NEET ଓ JEE ପରି କଠିନ ଜାତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତିକୁ ସୁଚାରୁ ଭାବେ ପରିଚାଳନା କରି ସେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୱେଷାଙ୍କ ଏହି ସଫଳତା ଆଗାମୀ ଦିନର ମେଡିକାଲ୍ ଓ ଇଞ୍ଜିନିୟରିଂ ପରୀକ୍ଷାର୍ଥୀଙ୍କ ପାଇଁ ଏକ ପ୍ରେରଣା ଓ ମାର୍ଗଦର୍ଶନ ପାଲଟିଛି।
"ପୁରୀର ଝିଅଙ୍କ ସଫଳତା... ଓଡ଼ିଶାର ଗର୍ବ, ଦେଶରେ ଚମକିଲା ପ୍ରତିଭା।"।
ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ତୋ ପରି ବନ୍ଧୁଟିଏ ଖୋଜିଲେ ବି ମିଳେନା,ଯିଏ ମିଳେ ବିଶ୍ୱାସ ରେ ସେ ପରା ରହେନା ⭕❗⭕🙏
    1
    ତୋ ପରି ବନ୍ଧୁଟିଏ ଖୋଜିଲେ ବି ମିଳେନା,ଯିଏ ମିଳେ ବିଶ୍ୱାସ ରେ ସେ ପରା ରହେନା ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
    1
    ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ.
ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • #samartskill #diit #adarscomputer ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.
    1
    #samartskill #diit #adarscomputer 
ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • ୧୦ କୋଟି ନିଶା ମୁକ୍ତ ପ୍ରତିଶ୍ରୁତି ମେଗା ଅଭିଯାନ। ପୁରୀ: ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ସାଧନା କେନ୍ଦ୍ର, ବଳିଆପଣ୍ଡା, ପୁରୀ ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ **"ଦଶ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନ"**ର ଶୁଭାରମ୍ଭ ହୋଇଯାଇଛି। ​ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର 'ନିଶା ମୁକ୍ତ ଭାରତ ଅଭିଯାନ'ର ଏକ ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ସମାପନ ହେବ। ସାରା ଭାରତବର୍ଷର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସଙ୍ଗଠନର ସଦସ୍ୟ/ସଦସ୍ୟା, ଯୁବବର୍ଗ ଏବଂ ସର୍ବୋପରି ଜନମାନସରେ ନିଶା ସେବନ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ଏହା ଏକ ଅନନ୍ୟ ସେବା ଧର୍ମୀ ପ୍ରୟାସ। ​ଏହି ମହା ଅଭିଯାନର ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା କହିଲେ ଯେ, ନିଶା ଏକ ରାକ୍ଷସ ପରି ସାରା ସମାଜକୁ କବଳିତ କରି ରଖିଛି। ନିଶାଗ୍ରସ୍ତ ବ୍ୟକ୍ତି ନିଜେ, ନିଜ ପରିବାର ଏବଂ ସମାଜକୁ କ୍ଷତି ପହଞ୍ଚାଇଥାଏ। ଯଦି ବ୍ୟକ୍ତି ନିଜେ ସଚେତନ ନହୁଅନ୍ତି, ତେବେ କେବଳ ଆଇନକାନୁନ ବା ନିଦାନ ତାଙ୍କୁ ସେଥିରୁ ମୁକ୍ତ କରିପାରିବ ନାହିଁ। ଏଥିରୁ ମୁକ୍ତି ପାଇଁ ଧ୍ୟାନ, ଧାରଣା, ଆସନ, ପ୍ରାଣାୟାମ ଏବଂ ସର୍ବୋପରି ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିବା ରାଜଯୋଗ ଓ ଆଧ୍ୟାତ୍ମିକ ଜ୍ଞାନ ହିଁ ପ୍ରକୃତ ସମାଧାନ। ​କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଏବଂ ସେଥିରୁ ମୁକ୍ତ ହେବା ପାଇଁ ରାଜଯୋଗ ଅଭ୍ୟାସ ଓ ଆଧ୍ୟାତ୍ମିକ ଜ୍ଞାନ କିପରି ମହୋଷଧି ଭାବେ କାମ କରେ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ​ଇଶ୍ବରୀୟ ରାଜଯୋଗ ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଇଶ୍ବରୀୟ ଆଶୀର୍ବଚନ ପ୍ରଦାନ କରିଥିଲେ। ସାଧନା କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ପ୍ରତିମା ଉପସ୍ଥିତ ସମସ୍ତଙ୍କୁ ରାଜଯୋଗ ଅଭ୍ୟାସ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ଡକ୍ଟର ସତ୍ୟାନନ୍ଦ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ। ​ଏହି କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ସଂସ୍ଥାର ଭାଇଭଉଣୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ୧୦ କୋଟି ନିଶା ମୁକ୍ତ ପ୍ରତିଶ୍ରୁତି ମେଗା ଅଭିଯାନ।

ପୁରୀ:
ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ସାଧନା କେନ୍ଦ୍ର, ବଳିଆପଣ୍ଡା, ପୁରୀ ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ **"ଦଶ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନ"**ର ଶୁଭାରମ୍ଭ ହୋଇଯାଇଛି।
​ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର 'ନିଶା ମୁକ୍ତ ଭାରତ ଅଭିଯାନ'ର ଏକ ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ସମାପନ ହେବ। ସାରା ଭାରତବର୍ଷର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସଙ୍ଗଠନର ସଦସ୍ୟ/ସଦସ୍ୟା, ଯୁବବର୍ଗ ଏବଂ ସର୍ବୋପରି ଜନମାନସରେ ନିଶା ସେବନ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ଏହା ଏକ ଅନନ୍ୟ ସେବା ଧର୍ମୀ ପ୍ରୟାସ।
​ଏହି ମହା ଅଭିଯାନର ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା କହିଲେ ଯେ, ନିଶା ଏକ ରାକ୍ଷସ ପରି ସାରା ସମାଜକୁ କବଳିତ କରି ରଖିଛି। ନିଶାଗ୍ରସ୍ତ ବ୍ୟକ୍ତି ନିଜେ, ନିଜ ପରିବାର ଏବଂ ସମାଜକୁ କ୍ଷତି ପହଞ୍ଚାଇଥାଏ। ଯଦି ବ୍ୟକ୍ତି ନିଜେ ସଚେତନ ନହୁଅନ୍ତି, ତେବେ କେବଳ ଆଇନକାନୁନ ବା ନିଦାନ ତାଙ୍କୁ ସେଥିରୁ ମୁକ୍ତ କରିପାରିବ ନାହିଁ। ଏଥିରୁ ମୁକ୍ତି ପାଇଁ ଧ୍ୟାନ, ଧାରଣା, ଆସନ, ପ୍ରାଣାୟାମ ଏବଂ ସର୍ବୋପରି ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିବା ରାଜଯୋଗ ଓ ଆଧ୍ୟାତ୍ମିକ ଜ୍ଞାନ ହିଁ ପ୍ରକୃତ ସମାଧାନ।
​କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଏବଂ ସେଥିରୁ ମୁକ୍ତ ହେବା ପାଇଁ ରାଜଯୋଗ ଅଭ୍ୟାସ ଓ ଆଧ୍ୟାତ୍ମିକ ଜ୍ଞାନ କିପରି ମହୋଷଧି ଭାବେ କାମ କରେ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ।
​ଇଶ୍ବରୀୟ ରାଜଯୋଗ ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଇଶ୍ବରୀୟ ଆଶୀର୍ବଚନ ପ୍ରଦାନ କରିଥିଲେ। ସାଧନା କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ପ୍ରତିମା ଉପସ୍ଥିତ ସମସ୍ତଙ୍କୁ ରାଜଯୋଗ ଅଭ୍ୟାସ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ଡକ୍ଟର ସତ୍ୟାନନ୍ଦ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ।
​ଏହି କାର୍ଯ୍ୟକ୍ରମରେ  ବ୍ରହ୍ମା କୁମାରୀ ସଂସ୍ଥାର ଭାଇଭଉଣୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି। ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଧାୟକ ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    3
    ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ
ବୌଦ୍ଧ:  ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ  ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି।
ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ  ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ  ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର  କର୍ଣ୍ଣ ସୁନା, ଡେପୁଟି କଲେକ୍ଟର  ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l  ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଧାୟକ  ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    42 min ago
  • ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment
    1
    ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ।
#JagrutiKhabar
#HindolNews
#DhenkanalNews
#OdishaNews
#OdishaLocalNews
#PublicGrievance
#DrainageProblem
#AdministrativeNegligence
#GroundReport
#NHRC
#OHRC
#HumanRights
#VillageIssues
#OdishaGovernment
    user_Jagruti khabar
    Jagruti khabar
    TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.