Shuru
Apke Nagar Ki App…
ସ୍କୁଲ ଛାତ୍ରାବାସ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ଆତ୍ମ ହତ୍ୟା
Jitendra mohanty
ସ୍କୁଲ ଛାତ୍ରାବାସ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ଆତ୍ମ ହତ୍ୟା
More news from ଓଡ଼ିଶା and nearby areas
- ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।1
- ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l3
- ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।1
- ଖବର ପ୍ରସାରଣର ୩ ଦିନ ମଧ୍ୟରେ ପୁନଃ ନିର୍ମାଣ ହେଲା ରାସ୍ତାକାମ (ଶୁରୁ ଆପ ର ମହା ପ୍ରଭାବ ) ଗ୍ରାମାଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମର ନିମ୍ନ ଗୁଣମାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପରିପେକ୍ଷିରେ କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ପଞ୍ଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା ନିର୍ମାଣ କାମକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା l ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରାସ୍ତା କାମ ସମ୍ପୂର୍ଣ୍ଣ ହେବାରେ କେବଳ ୨୦ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଉଠିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲା । କେତେକ ସ୍ଥାନରେ ଚିପ୍ସ ଏକାଠି ଗଦା ହୋଇ ରାସ୍ତା ଅବସ୍ଥାକୁ ଶୋଚନୀୟ କରି ପକାଇଥିଲା ବେଳେ ଯାତାୟାତ ବିପଦଜନକ ହୋଇ ପଡିଥିଲା । ଏହି ରାସ୍ତା ଏମ.ପି.ଭି-୫୫, ଏମ.ଭି-୧୨୮ ଓ ଏମ.ଭି-୮୮ ଭଳି ଅନେକ ଗ୍ରାମକୁ ମାଲାଭାରମ୍ ପଞ୍ଚାୟତ ସଦର ସହିତ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ତଥାପି ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ଲୋକମାନେ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ଏହି ଘଟଣାକୁ ନେଇ "ଶୁରୁ ଆପ "ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇ ମାତ୍ର ୩ ଦିନ ମଧ୍ୟରେ ପୁନର୍ବାର ରାସ୍ତା ମରାମତି କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଥିସହ ଚିପ୍ସ ବାହାରି ଗଦା ହୋଇଥିବା ସ୍ଥାନ ଗୁଡିକ ସହ ଖାଲଖମା ଗୁଡିକ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଚାଲିଥିବା ଏହି ରାସ୍ତା ନିର୍ମାଣ କାମର ମାନ ଉତ୍ତମ ରଖିବା ଦିଗରେ ପ୍ରସାଶନ ତତ୍ପରତା ଦେଖାଇବା ଲାଗି ଗ୍ରାମବାସୀ ନିଜର ଦାବି ମାଧ୍ୟମରେ ଜଣାଇବା ସହ ବର୍ତ୍ତମାନ ଚାଲୁଥିବା କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଶୁରୁ ଆପ ଏବଂ ଜିଲ୍ଲା ପ୍ରଶାସନକୁ ଗ୍ରାମ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଇଛନ୍ତି3
- ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ବେଳପଡ଼ା ଗାଁରେ ସମ୍ମାନୀତ ହେଲେ ମୋର୍ ଅଧିକାର ନିର୍ମାତା ଅନିଲ ମୁଗ୍ରୀ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଜନ mor adhikar you tube subscribe1
- ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ1
- ତା.15/04/2026 ରିଖ ପ୍ରକାଶିତ ସି ବି ଏସ ଇ ପରୀକ୍ଷା ଫଳରେ ପୁରୀ ଜିଲ୍ଲା ଉତ୍କର୍ଷତା ଦେଖାଇ ସାରା ରାଜ୍ୟ ରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଅଛି। ପୁରୀ ଜିଲ୍ଲା ମଦର୍ସ ପବ୍ଲିକ ସ୍କୁଲ, ଗୋରୁଆଳ ର ଛାତ୍ରୀ ଟିନା ରଥ ଶତ ପ୍ରତିଶତ (୫୦୦ ରୁ ୫୦୦) ନମ୍ବର ରଖି ରାଜ୍ୟ ତଥା ଦେଶରେ ପୁରୀ ଜିଲ୍ଲା ର ନାମ କୁ ନମ୍ବର ୧ ରେ ପ୍ରତିପାଦନ କରିଛନ୍ତି । ଏହି ଉତ୍କର୍ଷତା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଛାତ୍ରୀ ଟିନା ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ମାତା ରେଣୁପ୍ରଭା ଦାଶ ଓ ପିତା ସମୀର କୁମାର ରଥ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଏନ ତିରୁମାଲା ନାୟକ, ଜିଲ୍ଲା ଶିକ୍ଷଧିକାରୀ ଦୀପକ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଉତ୍କର୍ଷତା ପାଇଁ ପୁରୀ ଜିଲ୍ଲାର ନାମ ରଖି ଥିବାରୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଭିନନ୍ଦନ ଦେବା ସହିତ ଛାତ୍ରୀ ଟିନା ର ଭବିଷ୍ୟତ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- Post by Poriman Poriman sisa1