ଖବର ପ୍ରସାରଣର ୩ ଦିନ ମଧ୍ୟରେ ପୁନଃ ନିର୍ମାଣ ହେଲା ରାସ୍ତାକାମ (ଶୁରୁ ଆପ ର ମହା ପ୍ରଭାବ ) ଗ୍ରାମାଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମର ନିମ୍ନ ଗୁଣମାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପରିପେକ୍ଷିରେ କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ପଞ୍ଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା ନିର୍ମାଣ କାମକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା l ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରାସ୍ତା କାମ ସମ୍ପୂର୍ଣ୍ଣ ହେବାରେ କେବଳ ୨୦ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଉଠିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲା । କେତେକ ସ୍ଥାନରେ ଚିପ୍ସ ଏକାଠି ଗଦା ହୋଇ ରାସ୍ତା ଅବସ୍ଥାକୁ ଶୋଚନୀୟ କରି ପକାଇଥିଲା ବେଳେ ଯାତାୟାତ ବିପଦଜନକ ହୋଇ ପଡିଥିଲା । ଏହି ରାସ୍ତା ଏମ.ପି.ଭି-୫୫, ଏମ.ଭି-୧୨୮ ଓ ଏମ.ଭି-୮୮ ଭଳି ଅନେକ ଗ୍ରାମକୁ ମାଲାଭାରମ୍ ପଞ୍ଚାୟତ ସଦର ସହିତ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ତଥାପି ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ଲୋକମାନେ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ଏହି ଘଟଣାକୁ ନେଇ "ଶୁରୁ ଆପ "ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇ ମାତ୍ର ୩ ଦିନ ମଧ୍ୟରେ ପୁନର୍ବାର ରାସ୍ତା ମରାମତି କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଥିସହ ଚିପ୍ସ ବାହାରି ଗଦା ହୋଇଥିବା ସ୍ଥାନ ଗୁଡିକ ସହ ଖାଲଖମା ଗୁଡିକ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଚାଲିଥିବା ଏହି ରାସ୍ତା ନିର୍ମାଣ କାମର ମାନ ଉତ୍ତମ ରଖିବା ଦିଗରେ ପ୍ରସାଶନ ତତ୍ପରତା ଦେଖାଇବା ଲାଗି ଗ୍ରାମବାସୀ ନିଜର ଦାବି ମାଧ୍ୟମରେ ଜଣାଇବା ସହ ବର୍ତ୍ତମାନ ଚାଲୁଥିବା କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଶୁରୁ ଆପ ଏବଂ ଜିଲ୍ଲା ପ୍ରଶାସନକୁ ଗ୍ରାମ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଇଛନ୍ତି
ଖବର ପ୍ରସାରଣର ୩ ଦିନ ମଧ୍ୟରେ ପୁନଃ ନିର୍ମାଣ ହେଲା ରାସ୍ତାକାମ (ଶୁରୁ ଆପ ର ମହା ପ୍ରଭାବ ) ଗ୍ରାମାଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମର ନିମ୍ନ ଗୁଣମାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପରିପେକ୍ଷିରେ କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ପଞ୍ଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା ନିର୍ମାଣ କାମକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା l ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରାସ୍ତା କାମ ସମ୍ପୂର୍ଣ୍ଣ ହେବାରେ କେବଳ ୨୦ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ
ଉଠିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲା । କେତେକ ସ୍ଥାନରେ ଚିପ୍ସ ଏକାଠି ଗଦା ହୋଇ ରାସ୍ତା ଅବସ୍ଥାକୁ ଶୋଚନୀୟ କରି ପକାଇଥିଲା ବେଳେ ଯାତାୟାତ ବିପଦଜନକ ହୋଇ ପଡିଥିଲା । ଏହି ରାସ୍ତା ଏମ.ପି.ଭି-୫୫, ଏମ.ଭି-୧୨୮ ଓ ଏମ.ଭି-୮୮ ଭଳି ଅନେକ ଗ୍ରାମକୁ ମାଲାଭାରମ୍ ପଞ୍ଚାୟତ ସଦର ସହିତ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ତଥାପି ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ଲୋକମାନେ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ଏହି ଘଟଣାକୁ ନେଇ "ଶୁରୁ ଆପ "ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇ ମାତ୍ର ୩
ଦିନ ମଧ୍ୟରେ ପୁନର୍ବାର ରାସ୍ତା ମରାମତି କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଥିସହ ଚିପ୍ସ ବାହାରି ଗଦା ହୋଇଥିବା ସ୍ଥାନ ଗୁଡିକ ସହ ଖାଲଖମା ଗୁଡିକ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଚାଲିଥିବା ଏହି ରାସ୍ତା ନିର୍ମାଣ କାମର ମାନ ଉତ୍ତମ ରଖିବା ଦିଗରେ ପ୍ରସାଶନ ତତ୍ପରତା ଦେଖାଇବା ଲାଗି ଗ୍ରାମବାସୀ ନିଜର ଦାବି ମାଧ୍ୟମରେ ଜଣାଇବା ସହ ବର୍ତ୍ତମାନ ଚାଲୁଥିବା କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଶୁରୁ ଆପ ଏବଂ ଜିଲ୍ଲା ପ୍ରଶାସନକୁ ଗ୍ରାମ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଇଛନ୍ତି
- ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।1
- ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ1
- ଗେଟ୍ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଙ୍କ ଘଟଣା ସ୍ଥଳ ପରିଦର୍ଶନ1
- ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।1
- ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l3
- ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ଅବକାରୀ ପୋଲିସ ଚୋଟରେ ଜଣେ ଗୁରୁତର,ଆହତଙ୍କ ପରିବାର ଆଣିଲେ ଅଭିଯୋଗ l ଆହତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ଦୁଷ୍ମନ୍ତ ବିଶୋଇ l1
- ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ1
- ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l3