Shuru
Apke Nagar Ki App…
ତୁମୁଡିବନ୍ଧ ପୋଲିସ ପ୍ରଶାସନ ଙ୍କ ଏକ ତରଫା ନୀତି ଯୋଗୁଁ ବୁଡାପଡା ଗ୍ରାମବାସୀ କ୍ଷୁବ୍ଧ ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
OWNER-EDITOR
ତୁମୁଡିବନ୍ଧ ପୋଲିସ ପ୍ରଶାସନ ଙ୍କ ଏକ ତରଫା ନୀତି ଯୋଗୁଁ ବୁଡାପଡା ଗ୍ରାମବାସୀ କ୍ଷୁବ୍ଧ ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
More news from ଓଡ଼ିଶା and nearby areas
- ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ1
- ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l3
- ବେଳପଡ଼ା ଗାଁରେ ସମ୍ମାନୀତ ହେଲେ ମୋର୍ ଅଧିକାର ନିର୍ମାତା ଅନିଲ ମୁଗ୍ରୀ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଜନ mor adhikar you tube subscribe1
- Post by Ansubhai Pandey1
- ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।4
- ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ --------------------------------------- ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ବଂଶ ଧାରା ନଦୀ ଆମର , ଆମ ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି ଏଥିପାଇଁ ଓଡିଶା ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି | ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା1
- ତା.15/04/2026 ରିଖ ପ୍ରକାଶିତ ସି ବି ଏସ ଇ ପରୀକ୍ଷା ଫଳରେ ପୁରୀ ଜିଲ୍ଲା ଉତ୍କର୍ଷତା ଦେଖାଇ ସାରା ରାଜ୍ୟ ରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଅଛି। ପୁରୀ ଜିଲ୍ଲା ମଦର୍ସ ପବ୍ଲିକ ସ୍କୁଲ, ଗୋରୁଆଳ ର ଛାତ୍ରୀ ଟିନା ରଥ ଶତ ପ୍ରତିଶତ (୫୦୦ ରୁ ୫୦୦) ନମ୍ବର ରଖି ରାଜ୍ୟ ତଥା ଦେଶରେ ପୁରୀ ଜିଲ୍ଲା ର ନାମ କୁ ନମ୍ବର ୧ ରେ ପ୍ରତିପାଦନ କରିଛନ୍ତି । ଏହି ଉତ୍କର୍ଷତା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଛାତ୍ରୀ ଟିନା ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ମାତା ରେଣୁପ୍ରଭା ଦାଶ ଓ ପିତା ସମୀର କୁମାର ରଥ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଏନ ତିରୁମାଲା ନାୟକ, ଜିଲ୍ଲା ଶିକ୍ଷଧିକାରୀ ଦୀପକ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଉତ୍କର୍ଷତା ପାଇଁ ପୁରୀ ଜିଲ୍ଲାର ନାମ ରଖି ଥିବାରୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଭିନନ୍ଦନ ଦେବା ସହିତ ଛାତ୍ରୀ ଟିନା ର ଭବିଷ୍ୟତ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1