logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ: ୪୫ ଜଣ ‘ପରିବର୍ତ୍ତନର ସାରଥି’ ସମ୍ମାନି * - ସ୍ଥାନୀୟ ଗ୍ରାମର ୩୦୦ରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ - ଲିଙ୍ଗଗତ ସମାନତା ଏବଂ ଗୋଷ୍ଠୀ ସଶକ୍ତିକରଣ ଉପରେ ଗୁରୁତ୍ୱ କଳିଙ୍ଗନଗର, ମାର୍ଚ୍ଚ ୧୧, ୨୦୨୬: ଆନ୍ତର୍ଜାତିକ ମହିଳା ଦିବସର ସ୍ମୃତିକୁ ଉଜ୍ଜୀବିତ ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ବୁଧବାର ଦିନ ଦାନଗଦୀ ସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲିଙ୍ଗଗତ ସମାନତା ଏବଂ ସାମାଜିକ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟିଏସଏଫ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ବିକାଶ କ୍ଷେତ୍ରରେ ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଯାଇଥିଲା। ଦାନଗଦୀ ଏବଂ ସୁକିନ୍ଦା ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଅଧିକ ମହିଳା ଏହି ଉତ୍ସବରେ ଉତ୍ସାହର ସହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡିଜ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ନବନୀତା ରଥ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ ଏବଂ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସମେତ ତ୍ରିଜଙ୍ଗା ପଞ୍ଚାୟତର ସରପଞ୍ଚ କାଗଜି ପାତ୍ର ଏବଂ ନଡ଼ିଆ ଭଙ୍ଗା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ବିସ୍ଥାପନ ଓ ପୁନର୍ବାସ କଲୋନୀର ସଦସ୍ୟ ଏବଂ ରାଜ୍ୟ ସ୍ତରୀୟ ସମ୍ପଦ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଟିଏସଏଫର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ନୂତନ ପ୍ରୟାସ ଏବଂ ସେମାନଙ୍କ ସଫଳତା ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୪୫ ଜଣ ମହିଳାଙ୍କୁ ସମ୍ବର୍ଦ୍ଧନା। ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମାଜରେ ପରିବର୍ତ୍ତନ ଆଣିଥିବାରୁ ସେମାନଙ୍କୁ ‘କାଟାଲିଷ୍ଟ ଫର ଚେଞ୍ଜ’ ବା ‘ପରିବର୍ତ୍ତନର ସାରଥି’ ଭାବେ ସମ୍ମାନିତ କରାଯାଇଥିଲା। ଏହା ସହିତ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପୂର୍ବରୁ ଦାନଗଦୀ ଏବଂ ସୁକିନ୍ଦା ବ୍ଲକର ୨୪ଟି ପଞ୍ଚାୟତ ସମେତ ଗୋବରଘାଟି, ସନସାଇଲୋ ଏବଂ ତ୍ରିଜଙ୍ଗା ପୁନର୍ବାସ କଲୋନୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ତୃଣମୂଳ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନଙ୍କୁ ନିଜର ଅଭିଜ୍ଞତା ଆଦାନ ପ୍ରଦାନ, ଦକ୍ଷତା ପ୍ରଦର୍ଶନ କରିବା ଏବଂ ନେତୃତ୍ୱ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରଶସ୍ତ ମଞ୍ଚ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପ୍ରାୟ ୧,୪୫୦ରୁ ଅଧିକ ମହିଳା ଏହି ପ୍ରୟାସରେ ସାମିଲ ହୋଇଥିଲେ, ଯାହା ଅଞ୍ଚଳରେ ବଢୁଥିବା ମହିଳା ସଶକ୍ତିକରଣ ଏବଂ ଉତ୍ସାହ କୁ ପ୍ରଦର୍ଶିତ କରୁଛି ।

5 hrs ago
user_Kaling lens
Kaling lens
Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
5 hrs ago
aa6a9b4b-905f-4272-983f-589f660a5951

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ: ୪୫ ଜଣ ‘ପରିବର୍ତ୍ତନର ସାରଥି’ ସମ୍ମାନି * - ସ୍ଥାନୀୟ ଗ୍ରାମର ୩୦୦ରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ - ଲିଙ୍ଗଗତ ସମାନତା ଏବଂ ଗୋଷ୍ଠୀ ସଶକ୍ତିକରଣ ଉପରେ ଗୁରୁତ୍ୱ କଳିଙ୍ଗନଗର, ମାର୍ଚ୍ଚ ୧୧, ୨୦୨୬: ଆନ୍ତର୍ଜାତିକ ମହିଳା ଦିବସର ସ୍ମୃତିକୁ ଉଜ୍ଜୀବିତ ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ବୁଧବାର ଦିନ ଦାନଗଦୀ ସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲିଙ୍ଗଗତ ସମାନତା ଏବଂ ସାମାଜିକ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟିଏସଏଫ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ବିକାଶ କ୍ଷେତ୍ରରେ ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଯାଇଥିଲା। ଦାନଗଦୀ ଏବଂ ସୁକିନ୍ଦା ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଅଧିକ ମହିଳା ଏହି ଉତ୍ସବରେ ଉତ୍ସାହର ସହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡିଜ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ନବନୀତା ରଥ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ ଏବଂ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସମେତ ତ୍ରିଜଙ୍ଗା ପଞ୍ଚାୟତର ସରପଞ୍ଚ କାଗଜି ପାତ୍ର ଏବଂ ନଡ଼ିଆ ଭଙ୍ଗା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ,

91e4ffec-41dd-4921-9d8a-df51453a6537

ବିସ୍ଥାପନ ଓ ପୁନର୍ବାସ କଲୋନୀର ସଦସ୍ୟ ଏବଂ ରାଜ୍ୟ ସ୍ତରୀୟ ସମ୍ପଦ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଟିଏସଏଫର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ନୂତନ ପ୍ରୟାସ ଏବଂ ସେମାନଙ୍କ ସଫଳତା ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୪୫ ଜଣ ମହିଳାଙ୍କୁ ସମ୍ବର୍ଦ୍ଧନା। ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମାଜରେ ପରିବର୍ତ୍ତନ ଆଣିଥିବାରୁ ସେମାନଙ୍କୁ ‘କାଟାଲିଷ୍ଟ ଫର ଚେଞ୍ଜ’ ବା ‘ପରିବର୍ତ୍ତନର ସାରଥି’ ଭାବେ ସମ୍ମାନିତ କରାଯାଇଥିଲା। ଏହା ସହିତ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପୂର୍ବରୁ ଦାନଗଦୀ ଏବଂ ସୁକିନ୍ଦା ବ୍ଲକର ୨୪ଟି ପଞ୍ଚାୟତ ସମେତ ଗୋବରଘାଟି, ସନସାଇଲୋ ଏବଂ ତ୍ରିଜଙ୍ଗା ପୁନର୍ବାସ କଲୋନୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ତୃଣମୂଳ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନଙ୍କୁ ନିଜର ଅଭିଜ୍ଞତା ଆଦାନ ପ୍ରଦାନ, ଦକ୍ଷତା ପ୍ରଦର୍ଶନ କରିବା ଏବଂ ନେତୃତ୍ୱ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରଶସ୍ତ ମଞ୍ଚ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପ୍ରାୟ ୧,୪୫୦ରୁ ଅଧିକ ମହିଳା ଏହି ପ୍ରୟାସରେ ସାମିଲ ହୋଇଥିଲେ, ଯାହା ଅଞ୍ଚଳରେ ବଢୁଥିବା ମହିଳା ସଶକ୍ତିକରଣ ଏବଂ ଉତ୍ସାହ କୁ ପ୍ରଦର୍ଶିତ କରୁଛି ।

More news from ଓଡ଼ିଶା and nearby areas
  • ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍‌ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
    4
    ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍‌ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ
ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ
କଳିଙ୍ଗନଗର
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ।
ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି।
ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।
ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    23 hrs ago
  • କୋରେଇରେ ସକ୍ରିୟ ମାଟି ମାଫିଆ ମା ମାଟିର ଦ୍ୱାହି ଦେଉଥିବା କୋରେଇର ବିଧାୟକ ସାଜିଛନ୍ତି ଏଥିର ମାଷ୍ଟର ମାଈଣ୍ଡ ଏଥର ଆକାଶ ର ପ୍ରଚାର କରୁଥିବା ଚେଲାଣଙ୍କର ମଧ୍ୟ ଦେଖମୀଲୁନି
    3
    କୋରେଇରେ ସକ୍ରିୟ ମାଟି ମାଫିଆ ମା ମାଟିର ଦ୍ୱାହି ଦେଉଥିବା କୋରେଇର ବିଧାୟକ ସାଜିଛନ୍ତି ଏଥିର ମାଷ୍ଟର ମାଈଣ୍ଡ  ଏଥର ଆକାଶ ର ପ୍ରଚାର କରୁଥିବା ଚେଲାଣଙ୍କର ମଧ୍ୟ ଦେଖମୀଲୁନି
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    9 min ago
  • Post by Susanta Das Das
    1
    Post by Susanta Das Das
    user_Susanta Das Das
    Susanta Das Das
    ଯାଜପୁର ରୋଡ, ଯାଜପୁର, ଓଡ଼ିଶା•
    12 hrs ago
  • Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari
    1
    Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari
    user_Nar Mallick
    Nar Mallick
    କୋରାଇ, ଯାଜପୁର, ଓଡ଼ିଶା•
    23 hrs ago
  • ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha
    1
    ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର |
ଭୁବନେଶ୍ଵର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    18 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    4 hrs ago
  • ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି
    1
    ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    6 hrs ago
  • ବନ୍ତ ବ୍ଲକ୍ ଚାରିଗାଁର ସୁଯୋଗ୍ୟା କନ୍ୟା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ନମିତା ବେହେରା ନିଜର ଅସାଧାରଣ କଳା ନୈପୁଣ୍ୟ ପାଇଁ ପ୍ରତିଷ୍ଠିତ ‘ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍’ ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନମିତାଙ୍କ ଏହି ସଫଳତା ତାଙ୍କ ପରିବାର, ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଛି। ।
    1
    ବନ୍ତ ବ୍ଲକ୍ ଚାରିଗାଁର ସୁଯୋଗ୍ୟା କନ୍ୟା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ନମିତା ବେହେରା ନିଜର ଅସାଧାରଣ କଳା ନୈପୁଣ୍ୟ ପାଇଁ ପ୍ରତିଷ୍ଠିତ ‘ଲଣ୍ଡନ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍’ ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନମିତାଙ୍କ ଏହି ସଫଳତା ତାଙ୍କ ପରିବାର, ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଛି। ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.