ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।
ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ
ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।
- ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha1
- ମ୍ୟାକଲେକ୍ (MACLEC) କମ୍ପାନୀ ଦ୍ୱାରା ନୂଆ 'ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍' ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା1
- *ଖବର ଆଜିର, ୨୯ ଅଗଷ୍ଟ ଶନିବାର* ================= ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା। ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ। ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ। କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା। ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ। ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍ କରିଡର୍। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା। ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ। ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ। ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ। ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ। ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍ କରୁଥିଲେ। ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା। ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ। ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 🇳🇪 ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା। ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ। 🚴🏾♂️⚽🏏 ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ। ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ। ଗତବର୍ଷ ଏଇ ସମୟରେ ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା। ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର। ଆଜି ଜାତୀୟ ଖେଳ ଦିବସ ଆଜି ତେଲୁଗୁ ଭାଷା ଦିବସ ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା) ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା ================ ବନ୍ଦେ ଉତ୍କଳ ଜନନୀ1
- ମାନବିକତା ଏବେ ବି ଜୀବନ୍ତ ଅଛି । ବିପର୍ଯ୍ୟୟ ଯେତେ ଭୟଙ୍କର ହେଉନା କାହିଁକି। ନେପାଳ ବନ୍ୟା ମଧ୍ୟରେ ଏପରି କିଛି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରେ ଯେ ମାନବୀୟ ସହାନୁଭୂତି ଆଗରେ ପ୍ରକୃତିର କୋପ ମଧ୍ୟ ଫିକା ପଡ଼ିଯାଏ । ଯେତେବେଳେ ପକୃତି ଦାଉ ସାଧେ ସେତେବେଳେ ମଣିଷ ନିରୁପାୟ କିନ୍ତୁ ସେହି ମଣିଷ ଯେତେବେଳେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରେ ପକୃତି ମଧ୍ୟ ତା' ସାଥ ଦିଏ ।1
- ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି;ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରେକର୍ଡ କରିବ ବାୟୋମେଟ୍ରିକ୍,୨୫ ଅଗଷ୍ଟରୁ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (Student Biometric Attendance System) ଲାଗୁ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଗତ ବାତାବରଣକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଉପାୟରେ ରେକର୍ଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ପାଇଲଟ୍ ପ୍ରୋଜେକ୍ଟ ଓ ଆରମ୍ଭପ୍ରଥମ ପର୍ଯ୍ୟାୟରେ ଏହାକୁ ରାଜ୍ୟର ୧୦ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଛି । ୭୫% ଉପସ୍ଥାନ ବାଧ୍ୟତାମୂଳକ1
- କୋରେଇ ପୋଲିସ ର ପେଟ୍ରୋଲିଅମ ସମୟରେ ବଡ଼ ସଫଳତା କୋରେଇ ବ୍ଲକ ପୂର୍ବକୋର୍ଟ ରେ ଦୁଇଟି ପିସ୍ତଲ ଏକ ବିଏମ ଡବ୍ଲୁ ବାଇକ ଜବତ କୁ ନେଇ କୋରେଇ ପୋଲିସ ର ସାମ୍ବାଦିକ ସମିଳନୀ ରେ। ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକାନ୍ଥ କାନୁଗୋ ଙ୍କ ବଡ଼ ବୟାନ।#KoraiPolice #JajpurPolice #OdishaPolice #Police #AdditionalSP #SPJajpur #JajpurSP #DIG #IGPolice #DGP #OdishaDGP #IIC #KoraiPS #PoliceDepartment #LawAndOrder #CrimeNews #CrimeControl #PoliceAction #PolicePressConference #JajpurNews #KoraiNews #OdishaNews #BreakingNews #NewsUpdate #News19Odisha1
- ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।1
- ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ #LatestNews #UpdateNews #apanankakhabara #Baragada #news #OdishaNews #odisha1
- ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ଭୁବନେଶ୍ୱର :-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1