*ଖବର ଆଜିର, ୨୯ ଅଗଷ୍ଟ ଶନିବାର* ================= ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା। ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ। ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ। କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା। ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ। ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍ କରିଡର୍। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା। ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ। ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ। ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ। ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ। ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍ କରୁଥିଲେ। ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା। ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ। ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 🇳🇪 ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା। ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ। 🚴🏾♂️⚽🏏 ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ। ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ। ଗତବର୍ଷ ଏଇ ସମୟରେ ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା। ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର। ଆଜି ଜାତୀୟ ଖେଳ ଦିବସ ଆଜି ତେଲୁଗୁ ଭାଷା ଦିବସ ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା) ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା ================ ବନ୍ଦେ ଉତ୍କଳ ଜନନୀ

- ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha1
- ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ, ମେଡିକାଲ ରେ ଭର୍ତି1
- ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬2
- ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।2
- ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha1
- ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ1
- ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି1
- Anchor- ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ସ୍ଵାମୀ,ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ,ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଲାଟ୍ରିନ ଟାଙ୍କି ଭିତରେ କୌଶଲ୍ୟା ପ୍ରଧାନ ଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା,ଏହି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରିଶ ପ୍ରଧାନ ଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ।ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା। ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ତ୍ରୀର ଲାସ୍ କୁ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଜୁଆଙ୍ଗ ସାହିରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି।ସୁଚନା ମୁତାବକ ଗତକାଲି ସ୍ତ୍ରୀ କୌଶଲ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲା ସୁଭଦ୍ରା ଯୋଜନାର ପାଞ୍ଚ ହଜାର ଟଙ୍କା।ଏ କଥା କୌଶଲ୍ୟା ଙ୍କ ସ୍ଵାମୀ ଜାଣିବା ପରେ ଟଙ୍କା ଉଠାଇବାକୁ ଜିଦ୍ କରି ତାଙ୍କୁ ଗାଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ।ସେଠାରେ ସବୁ ଟଙ୍କା ଉଠାଇ ତାଙ୍କ ହାତକୁ ଦେବାକୁ କହିବାରୁ ଏହାକୁ ବାରଣ କରିଥିଲେ କୌଶଲ୍ୟା।ଯାହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଗିରିଶ ସ୍ତ୍ରୀ କୌଶଲ୍ୟାଙ୍କୁ ପିଟି ପିଟି ଘରକୁ ଆଣିଥିଲେ।ପରେ ରାତି ହେବାରୁ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡିରେ ପିଟିପିଟି ଜୀବନରେ ମାରି ଦେଇଥିଲେ।ଜୀବନ ଚାଲିଯିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଇଥିଲା ସକାଳ ପାହିବା ପରେ ଗାତ ଭିତରୁ ପଦାକୁ କୌଶଲ୍ୟାଙ୍କ ହାତ ପାପୁଲି ଦିଶୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଗିରିଶ ନିଜ ସ୍ତ୍ରୀଙ୍କୁ ମାରି ଲାଟ୍ରିନ ଟାଙ୍କି ଗାତରେ ପୋତି ଦେଇ ମାଟି ଘୋଡାଇ ଦେଇଥିଲା।ପରେ ସଦର ଥାନା ପୋଲିସ କୁ ଖବର ଦେଇଥିଲେ ଜୁଆଙ୍ଗ ସାହି ବାସିନ୍ଦା।ସଦରଥାନା ଆଇଆଇସି , ଏସଡିପିଓ , ଅତିରିକ୍ତ ଏସପିଙ୍କ ସମେତ ପୋଲିସ୍ ପୁରା ଟିମ୍ ଓ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା।ସେତେବେଳକୁ ହତ୍ୟାକାରୀ ସ୍ଵାମୀ ଗିରିଶ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗାଁ ନିକଟସ୍ଥ ପଡିଆ ପାଖରୁ ମାଡ଼ି ବସିଥିଲା ପୋଲିସ।ପଚରାଉଚରା ପରେ ପୋଲିସ ଆଗରେ ସବୁ ସତ ବି ଉଗାଳିଥିଲା।ହତ୍ୟାକାରୀ ସ୍ଵାମୀ ଗିରିଶ ଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତା ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଶାବଳ ଓ ବାଡ଼ି ଜବତ କରିଛି ପୋଲିସ।ଅଭିଯୁକ୍ତ ଗିରିଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଢେଙ୍କାନାଳ ଓଡାପଡା ରୁ ସୁବାଷ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ ଢେଙ୍କାନାଳ news odisha1
- ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll1