Shuru
Apke Nagar Ki App…
ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ। ଫଟାଫଟ । ଆଜିର, ୮ ଅପ୍ରେଲ, ବୁଧବାର ଦେଶଵିଦେଶର ତଥା ରାଜ୍ୟ,ରାଜ୍ୟଵାହାର ଇତିହାସଗୁଡିକ ଆଜିର ତିଥି,ତିରୋଧାନ,ଇତିହାସଗୁଡ଼ିକ।
Ajira Samachar
ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ। ଫଟାଫଟ । ଆଜିର, ୮ ଅପ୍ରେଲ, ବୁଧବାର ଦେଶଵିଦେଶର ତଥା ରାଜ୍ୟ,ରାଜ୍ୟଵାହାର ଇତିହାସଗୁଡିକ ଆଜିର ତିଥି,ତିରୋଧାନ,ଇତିହାସଗୁଡ଼ିକ।
More news from ଓଡ଼ିଶା and nearby areas
- Post by Sonepur news khulasa1
- କାର ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ l କାର ଓ ଗଞ୍ଜେଇ ଜବତ ମାଫିଆ ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲସରା ଦ୍ୱାରା ଆଜି ମରାଡୋଗୋଛାରେ ଜବତ ହୋଇଛି ଗଞ୍ଜେଇ1
- Post by SONEPUR NEWS4
- ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ଭାବେ ଗଠନ ହୋଇଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଧୀର ପଣ୍ଡା, ଲବ କୁମାର ସାହୁ, ମାଧବ କୁମ୍ଭାର, ଶେଷଦେବ ମେହେର ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।1
- Post by SonepurSambad1
- ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l ଆଜି ଯୁବ ରେଡ କ୍ରସ , ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା ଅନୁଷ୍ଠାନ ତରଫରୁ, ମିଳିତ ସହଯୋଗ ରେ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ , ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ, ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି, ସମସ୍ତଙ୍କୁ ଉତ୍ସାହିତ କରିଥିଲେ l1
- ପରିବେଶ ସୁରକ୍ଷା କାର୍ଯକ୍ରମ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମଟି 'ଦୟା ସରାବନି ଯୋଗ ଟ୍ରଷ୍ଟ' ଦ୍ୱାରା ଆୟୋଜିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଜେନା ଫରେଷ୍ଟର, ଜଲୋଏ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମନରୁଛି ଭୋଇ, ଟ୍ରଷ୍ଟର ସଭାପତି ଡ଼କ୍ଟର ଯୁଧିଷ୍ଠିର ଖମାରୀ, ନରେନ୍ଦ୍ର ନାଗ ଓ ଶ୍ରୀମତୀ ଜୟଶ୍ରୀ ପାଢ଼ୀ ଉପସ୍ଥିତ ଥିଲେ।ଅତିଥି ପରିଚୟ ଅଚ୍ୟୁତ ରଣା ପ୍ରଦାନ କରିଥିବା ବେଳେ, ସ୍ୱାଗତ ଭାଷଣ ଟ୍ରଷ୍ଟର ସଂପାଦକ ଡ଼କ୍ଟର ହୃଷୀକେଶ ଦେହେରି ପ୍ରଦାନ କରିଥିଲେ। କାର୍ଯକ୍ରମରେ ପରିବେଶ ସୁରକ୍ଷାର ଗୁରୁତ୍ୱ, ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ବୃକ୍ଷରୋପଣ ଓ ବନ ଆଗ୍ନି ନିୟନ୍ତ୍ରଣ, ପଶୁପକ୍ଷୀଙ୍କ ସୁରକ୍ଷା ବିଷୟରେ ଅତିଥିମାନେ ଉଦ୍ ବୋଧନ ରଖିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା।ଶେଷରେ ବନମାଳୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯକ୍ରମ ମାଧ୍ୟମରେ “ଆଜି ପରିବେଶକୁ ବଞ୍ଚାଅ, ଆସନ୍ତାକାଲିକୁ ସୁରକ୍ଷିତ କର” ବାର୍ତ୍ତା ସମସ୍ତଙ୍କ ମନରେ ପହଞ୍ଚିଥିଲା।1
- ଶିକ୍ଷା ସଚେତନତା ରଥକୁ ନାରାୟଣପୁର କ୍ଲଷ୍ଟରରେ ସ୍ବାଗତ ସୁବର୍ଣ୍ଣପୁର: ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଶିକ୍ଷା ସଚେତନତା ରଥକୁ ନାରାୟଣପୁର କ୍ଲଷ୍ଟରରେ ବିପୁଳ ସ୍ବାଗତ କରାଯାଇଛି। ସିଆରସିସି ସମୀର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ରଥ ନାରାୟଣପୁର, ମାଟିକୋଡ଼, ନାଇକେନପାଲି ଓ ବଲାଡି ଗ୍ରାମ ପରିକ୍ରମା କରିଥିଲା। ସିଆରସିସିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷକ ନିହାରି ବିଶ୍ୱାଳ, ପଦ୍ମନାଭ ଧରୁଆ, ଭବାନୀ ମିଶ୍ର ଓ ଡ଼ଃ ଭରଦ୍ୱାଜ ଦାଶ ପ୍ରମୁଖ ଉଦବୋଧନ ଦେଇଥିଲେ। ମାଟିକୋଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଶିକ୍ଷକ ଜୟନାରାୟଣ ବାବୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ଆଜି ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗ୍ରୀଷ୍ମ କାଳୀନ ପ୍ରାକୃତିକ ବିପର୍ଯୟ ର ମୁକାବିଲା, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସl ବ୍ୟବସ୍ଥା ଉପଲବ୍ଦ୍ଦ୍ ଆଦି ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା , ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |1