Shuru
Apke Nagar Ki App…
ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। #Live_odisha_News_update #FacebookPage
Live Odisha NewsUpdate Distric
ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। #Live_odisha_News_update #FacebookPage
More news from ଓଡ଼ିଶା and nearby areas
- ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। #Live_odisha_News_update #FacebookPage1
- ଆସିକା : ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆସିକା ରେ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ପାଳିତ ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲାଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର, ଖଲ୍ଲିକୋଟ, ବୁଢ଼ାମ୍ବ, ସୋରଡ଼ା, ଭଞ୍ଜନଗର ଆଦି ସ୍ଥାନରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ସେହିଭଳି ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମଧ୍ୟାନ୍ନ ରେ (ଲଙ୍ଗର) ବା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।1
- ଭଞ୍ଜନଗରରେ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା... #ଭଞ୍ଜନଗର #ତିରଙ୍ଗାଯାତ୍ରା #ତିରଙ୍ଗାଶୋଭାଯାତ୍ରା #ସ୍ୱାଧୀନତାଦିବସ #ଦେଶପ୍ରେମ #ଜାତୀୟଏକତା #ହରଘରତିରଙ୍ଗା #ଆମତିରଙ୍ଗା #ଘୁମୁସର #ଭଞ୍ଜନଗରଖବର #ଗଞ୍ଜାମଖବର #OdishaNews #Bhanjanagar #GanjamNews #TirangaYatra #IndependenceDay #HarGharTiranga #ProudIndian 🇮🇳1
- ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ1
- ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି3
- ୟୁନିଅନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ଓ ଚିତ୍ରକଳା ତାଲିମ୍ ଶିବିର ଶୁଭାରମ୍ଭ ୟୁନିଅନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ଓ ଚିତ୍ରକଳା ତାଲିମ୍ ଶିବିର ଶୁଭାରମ୍ଭ ପାରଳାଖେମୁଣ୍ଡି,ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା ତାଲିମ” କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଶ୍ରେଣୀ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏହି ୩୧ ଦିନିଆ ତାଲିମ କାର୍ଯ୍ୟକ୍ରମଟି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ, ଗଜପତିରେ ଚାଲୁରହିବ l ଏଥିରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ମହିଳା ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ ଦିଆଯିବ। ଏଥିରେ ମୋଟ ୩୫ ଜଣ ମହିଳା ଉପସ୍ଥିତଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି-ଗଜପତି ଏବଂ ଶ୍ରୀମାନ ଅଭିଷେକ ମିଶ୍ର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପରିଚାଳକ ତଥା ନିର୍ଦ୍ଦେଶକ, ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ – ଗଜପତି, ସଭାପତିତ୍ୱ କରିଥିଲେ ତଥା ଶ୍ରୀମତୀ ଏ.ବାଲାମଣି ଆଚାରୀ, ପ୍ରଶିକ୍ଷିକା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରିଥିଲେ l ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଗଜପତି ଜିଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।4
- ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍, ୭ଟି ଦାମୀ ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। #BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha1