୧୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ - ବୀରମହାରାଜପୁର ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର -ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ଶିକ୍ଷକ ପୂରଣ - ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀଛାତ୍ରଙ୍କ ଅଧିକାର ସୁନିଶ୍ଚିତ କରିବାକୁ ନିୟମ ରହିଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ଭିନ୍ନ। ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ଚାଲିଛି। ଗୋଟିଏ ଶିକ୍ଷକଙ୍କ ଉପରେ ବାଲ୍ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ଦାୟିତ୍ୱ ଥିବାରୁ ଶିକ୍ଷାଦାନର ମାନକୁ ନେଇ ପ୍ରଶ୍ନ ଉଠିଛି। ରାଇଟ୍ ଟୁ ଚିଲ୍ଡ୍ରେନ୍ ଟୁ ଫ୍ରି ଆଣ୍ଡ କମ୍ପଲସୋରି ଏଜୁକେସନ୍ ଆକ୍ଟ-୨୦୦୯ ଅନୁଯାୟୀ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଅତିକମ୍ରେ ଦୁଇଜଣ ଶିକ୍ଷକ ରହିବା ଆବଶ୍ୟକ। ଏହି ନିୟମ ଆଧାରରେ ଚଳିତ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୨୦୬୮୪ ମାଧ୍ୟମରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲରେ ଅତିକମ୍ରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପ୍ରାୟ ୧୬ଟି କ୍ଲଷ୍ଟର ମଧ୍ୟରୁ ୧୨ଟି ସ୍କୁଲରେ ଏବେ ବି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଲୁତୁରପଙ୍କ ଓ ବୁଠୀପଦର କ୍ଲଷ୍ଟରରେ ସର୍ବାଧିକ ୩ଟି ଲେଖାଏଁ ସ୍କୁଲ ରେ ଏହି ସମସ୍ୟାରେ ଥିବାବେଳେ ଉଫୁଲା କ୍ଲଷ୍ଟରରେ ୨ଟି ସ୍କୁଲ ରହିଛି। ଏହାବ୍ୟତୀତ ଖଣ୍ଡହତା, କେନଝିରିଆପାଲି, ଦୁର୍ଜନତୈଲା ଓ ମୁର୍ଷୁଣ୍ଢୀ କ୍ଲଷ୍ଟରରେ ଗୋଟିଏ ଲେଖାଏଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି। କେନଝିରିଆପାଲି କ୍ଲଷ୍ଟରର ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ, ଉଫୁଲା କ୍ଲଷ୍ଟରର ଖମ୍ବେଶ୍ୱରୀପାଲି ଓ ପଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟ, ମୁର୍ଷୁଣ୍ଢୀ କ୍ଲଷ୍ଟରର ଯୁବରାଣୀ ସୀତାପୁର ସ୍କୁଲ, ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସ୍କୁଲ, ଖଣ୍ଡହତା କ୍ଲଷ୍ଟରର ଘଣ୍ଟରାପଡ଼ା ସ୍କୁଲ, ବୁଠୀପଦର କ୍ଲଷ୍ଟରର ସାଲେପଦର, ବରପଦର ଓ ଛନ୍ଦସାହି ସ୍କୁଲ ଏବଂ ଲୁତୁରପଙ୍କ କ୍ଲଷ୍ଟରର କେଶଲଗା, ପୁରୁଷୋତ୍ତମପାଲି ଓ ଲୁତୁରପଙ୍କ (କଲନିପଡ଼ା) ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ସୂଚନା ଅନୁଯାୟୀ, ବରପଦର ସ୍କୁଲରେ ୧୧ ଜଣ, କେଶଲଗାରେ ୧୩ ଜଣ, ଲୁତୁରପଙ୍କ ପ୍ରାଥମିକ ସ୍କୁଲରେ ୨୮ ଜଣ, ପୁରୁଷୋତ୍ତମପାଲିରେ ୧୮ ଜଣ ଏବଂ ସାଲେପଦର ସ୍କୁଲରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅନ୍ୟ ସ୍କୁଲଗୁଡ଼ିକରେ ୨୫ରୁ କମ୍ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଜଣାପଡ଼ିଛି। ପ୍ରାୟ ମାସକ ପୂର୍ବରୁ ବ୍ଲକର ୩୫ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ନିର୍ଦ୍ଦେଶ ଆସିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରୁ ଆଉ ଜଣେ ଶିକ୍ଷକ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିଯୋଗୁଁ ଯେଉଁ ସ୍କୁଲରୁ ଶିକ୍ଷକ ଅଣାଯାଇଛନ୍ତି, ସେଠାରେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ବ୍ଲକର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକ ଥିବା ସ୍କୁଲକୁ ଆଉ ଜଣେ ଶିକ୍ଷକ ଯୋଗାଇଦେବା ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି। ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ନାଏକ କହିଛନ୍ତି, ‘‘ଆମ ସ୍କୁଲରେ ବାଲ୍ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସରକାରୀ କାମ ସହିତ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ଜଣେ ଶିକ୍ଷକଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର।’’ ଖଣ୍ଡହତା କ୍ଲଷ୍ଟରର ସିଆରସିସି ପର୍ତ୍ତି ବୁଡ଼େକ କହିଛନ୍ତି, ‘‘ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଶିକ୍ଷକ ସମସ୍ୟା ଥିଲେ ମଧ୍ୟ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଆଉ ଜଣେ ଲେଖାଏଁ ଶିକ୍ଷକ ଦେବା ପାଇଁ ଚେଷ୍ଟା କରାଯାଉଛି।’’ ବୀରମହାରାଜପୁର ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ‘‘ବୀରମହାରାଜପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଫଳରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜଣେ ଶିକ୍ଷକରେ ୬ଟି ଶ୍ରେଣୀର ପାଠପଢ଼ା କିପରି ସମ୍ଭବ? ସରକାର ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ।’’ ଏନେଇ ବୀରମହାରାଜପୁର ବିଇଓ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

- ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।1
- ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ1
- ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l1
- କାରରୁ ବିପୁଳ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଜଣେ ମାଫିଆ ଗିରଫ ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ, ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତପନକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।3
- ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।1
- ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ1
- ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 🙏1
- ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । "ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l1
- କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l1