Shuru
Apke Nagar Ki App…
'#ବିକ୍ରମ_ପଣ୍ଡାଙ୍କୁ_ଫସାଇଛି_ବିଜେପି' ବିକ୍ରମ ପଣ୍ଡା ନିର୍ଦ୍ଦୋଷ, ତାଙ୍କୁ ଫସେଇଛି ବିଜେପି : ବିଜେଡି ନେତା ପ୍ରତାପ ଜେନା #Odisha #KanakNews
GANESH PANlGRAHl
'#ବିକ୍ରମ_ପଣ୍ଡାଙ୍କୁ_ଫସାଇଛି_ବିଜେପି' ବିକ୍ରମ ପଣ୍ଡା ନିର୍ଦ୍ଦୋଷ, ତାଙ୍କୁ ଫସେଇଛି ବିଜେପି : ବିଜେଡି ନେତା ପ୍ରତାପ ଜେନା #Odisha #KanakNews
More news from ଓଡ଼ିଶା and nearby areas
- ମୋହନା ହିଲ ଟପ ସ୍ନାତକ କଲେଜ ରେ ବିଳମ୍ବ ରାତି ପଯନ୍ତ ଚାଲିଲା ପରୀକ୍ଷା ଅଦକ୍ଷ କଣ କଇଲେ4
- ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ଚନ୍ଦନ ପୂଜାରୀ ଙ୍କୁ ବଦଳି ପାଇଁ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦାବିପତ୍ର ପ୍ରଦାନ ଗଜପତି ଜିଲା ଗୁମ୍ମା ବ୍ଲକ ରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକ ରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗୁମ୍ମା ବ୍ଲକର କିଛି ବ୍ୟକ୍ତି ସାଂସଦ ଓ ବିଧାୟକଙ୍କୁ ଗୁମ୍ମା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ଚନ୍ଦନ ପୂଜାରୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଗୋଟିଏ କାମ କରି ତିନୋଟି ବିଲ୍ କରିବା, ଉଦ୍ଦେଶ୍ୟ ମୂଳକ ଭାବେ ଫାଇଲ୍ ଲୁଚାଇ ଲୋକଙ୍କୁ ହଇରାଣ ହରକତ କରିବା, ଦୂର ଦୂରାନ୍ତ ରୁ ଆସୁଥିବା ଆଦିବାସୀ ଅଧ୍ୟୁଷିତ ଲୋକଙ୍କୁ ନ ଭେଟି ଫେରାଇ ଦେବା ଇତ୍ଯାଦି ଅଭିଯୋଗ ଆଣିବା ସହ ପ୍ରାୟ 5 ବର୍ଷ ଧରି ରହିବା ପରେ ମଧ୍ୟ ଗୁମ୍ମା ସମସ୍ତ ଜିଲ୍ଲାରେ ପଛୁଆ ବ୍ଳକ୍ ଭାବେ ରହିଛି, କୌଣସି କାମର ସଠିକ୍ ବିଲ୍ ହେଉ ନ ଥିବାରୁ କାମ କରୁଥିବା ବ୍ୟକ୍ତି ମାନସିକ ଅଶାନ୍ତ ସେ ରହୁଥିବାରୁ ନିୟମ ଅନୁଯାୟୀ ତାଙ୍କୁ ବଦଳି କରିବା ପାଇଁ ମୋୟାବ ଗମାଙ୍ଗ, ଅନନ୍ତ ଗମାଙ୍ଗ, ଏଲିସ୍ପନ୍ ଗମାଙ୍ଗ, ଲାକିଆ ଶବର, ପ୍ରୀତମ ପାଲ, ଅଜୟ ବଡ ନାୟକ ଙ୍କ ସହ ଦୁଇ ଶହ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବୁଦ୍ଧିଜୀବୀ ଦାବିପତ୍ର ପ୍ରଦାନ କରିଛନ୍ତି। ଜାଣିଶୁଣି ଅପମାନିତ କରିବା ଉଦ୍ଦେଶ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନୀ ଫଳକ ରେ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାମ ନଥିବାରୁ ଏବଂ ଅଜୟଗଡ ସରପଞ୍ଚ ଙ୍କ ନାମ ଭୁଲ୍ ଥିବା ହେତୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ପାଇଁ ଚେତାବନୀ ଦେଇଛନ୍ତି।1
- ନର୍ଲା ପୋଲିସର ବଡ ସଫଳତା,ଚିପୁଲ ଜୋର ଠାରେ ଡକାୟତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ।1
- ହିନ୍ଦୋଳ ସଂଜପଡା ଗାଁ ନିକଟରେ ଆଜି ପାଞ୍ଚ ଜଙ୍ଗଲୀ ହାତୀ ଜଳକ୍ରୀଡା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ବୃଦ୍ଧି ପାଉଛି ଜଙ୍ଗଲୀ ହାତୀ ମାନଙ୍କ ସଂଖ୍ୟା.ଆଜି ସଂଜପଡା ଗାଁ ପୋଖରେ ପାଞ୍ଚଟି ହାତୀ ଦୀର୍ଘ ସମୟ ଧରି ଗାଧୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି. ହାତୀମାନଙ୍କୁ ଦେଖି ଲୋକେ ବେଶ ଭୟଭିତ.1
- Jay Jagannath Swami Nayan Patha Gami Bhaba Tume ⭕❗⭕🙏1
- ଭକ୍ତି ଓ ନିଷ୍ଠାରେ ଶ୍ରୀକ୍ଷେତ୍ର ପୁରୀରେ ବୁଧେଇ ଓଷା ପାଳିତ। ପୁରୀ: ବୁଧେଇ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଓଡ଼ିଶାର ଗାଁଠୁ ସହର ସବୁଠି ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି ବୁଧେଇ ଓଷା। ଭାଦ୍ରବ ମାସର ବୁଧବାରଗୁଡ଼ିକରେ ମହିଳାମାନେ ସନ୍ତାନଙ୍କ ମଙ୍ଗଳ ଓ ପରିବାରର ସୁଖଶାନ୍ତି କାମନା କରି ଏହି ଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ପୂଜାସ୍ଥଳୀକୁ ଗୋବରରେ ଲିପି ଶୁଦ୍ଧ କରାଯାଇଥିଲା। ଏହାପରେ ଶିଳ ଓ ଶିଳପୁଆଙ୍କୁ ଦେବଦେବୀ ଭାବେ ପୂଜା କରାଯାଏ। ଗଙ୍ଗାଜଳରେ ସ୍ନାନ କରାଇ ହଳଦୀକନା ଓ ସୂତାରେ ନାରୀବେଶ ଦିଆଯାଇଥାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଲଗାଇ ଫୁଲ, ଫଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଏ। ପ୍ରଥମ ପାଳିରେ ନଡ଼ିଆ ବସାଇବାର ପରମ୍ପରା ଥିବାବେଳେ ଶେଷ ପାଳିରେ ନଡ଼ିଆ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ଏଥିସହ ଶେଷ ପାଳିରେ ପାଞ୍ଚ ପ୍ରକାର ପିଠାପଣା ଭୋଗ କରାଯାଇଥାଏ। ଭକ୍ତି, ନିଷ୍ଠା ଓ ପରମ୍ପରାର ଏହି ପବିତ୍ର ଓଷା ପରିବାରର ମଙ୍ଗଳ କାମନାରେ ଓଡ଼ିଆ ଘରେ ଦୀର୍ଘଦିନ ଧରି ପାଳିତ ହୋଇଆସୁଛି।4
- ଗଞ୍ଜାମ ଜିଲ୍ଲା ଜେଲ୍ରୁ ବାହାରିଲେ ବିକ୍ରମ ପଣ୍ଡା, ସମର୍ଥକଙ୍କ ନାହିଁ ନଥିବା ଭିଡ଼ ଗଞ୍ଜାମ: ବ୍ରହ୍ମପୁର ଜେଲ୍ରୁ ଆଜି ବାହାରିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମାନ୍ୟବର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ପରେ ସେ ଆଜି ଜେଲ୍ରୁ ମୁକ୍ତି ପାଇଛନ୍ତି। ସନ୍ଧ୍ୟା ସମୟରେ ବିକ୍ରମ ପଣ୍ଡା ଜେଲ୍ରୁ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ସମର୍ଥକ ଓ ଶୁଭେଚ୍ଛୁ ଜମା ହୋଇଥିଲେ। ସମର୍ଥକଙ୍କ ଭିଡ଼ରେ ବ୍ରହ୍ମପୁର ଜେଲ୍ ନିକଟ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ବିକ୍ରମ ପଣ୍ଡା ବାହାରିବା ପରେ ସମର୍ଥକମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିବା ସହ ନାରାବାଜି କରିଥିଲେ। ଗଣେଶ ପାଣିଗ୍ରାହୀ, ରିପୋର୍ଟ1
- ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ପାହାଡ଼ରୁ ନୂଆ କରି ବାହାରିଛି ବାବାଜୀକୁଣ୍ଡ ଜଳପ୍ରପାତ. ଲୋକଙ୍କ ଭିଡ଼ ବୃଦ୍ଧିପାଇବାକୁ ଲାଗିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ଗାଁ ପାହାଡ଼ରୁ ନୂଆକରି ବାହାରିଛି ଏକ ଜଳପ୍ରପାତ. ଏହାର ନାଁ ଲୋକେ ବାବାଜୀକୁଣ୍ଡ ବୋଲି କହୁଛନ୍ତି. ପ୍ରାକୃତିକ ବନ ରାଜିର ସୁଶୋଭିତ ସୌନ୍ଦର୍ଯ୍ୟ ଅନେକଙ୍କୁ ମନ୍ତ୍ରମୁଗ୍ଧ କରି ଏବେ ନିଜ ପାଖକୁ ଟାଣି ନେଉଛି.ଆସନ୍ତୁ ଦେଖିବା ଏହାର ସୌନ୍ଦର୍ଯ୍ୟ.1
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2