logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_Utkal Gourav
Utkal Gourav
Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
2 hrs ago
cb5b1aaa-3302-448a-a11d-a56c092b7c82
af85c4e8-44a1-4b4c-abe3-b6fec5e146ec
f1a1b159-d7e8-467b-a73d-dfc070b14e52
0eed5ee9-6c45-4d5f-b73e-20acf4c1b240

#ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    16 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    17 hrs ago
  • ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    1
    ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 
15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    12 hrs ago
  • ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।
    1
    ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓକିଲ ସଂଘ ନିର୍ବାଚନ, ନୂତନ ସଭାପତି ହେଲେ ଦୂତୀଆ ସାହୁ ଓ ସମ୍ପାଦକ ଭାବେ ନିର୍ବାଚିତ ହେଲେ କୈଳାଶ ବାରିକ । ଉଭାୟଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    16 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    4
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି। ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l
    1
    ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ।
ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ 
କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି।
ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି।
ଏହି  ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡ଼ାଲ ଗ୍ରାମରେ ହେଉଥିବା ଶ୍ରୀରାମ ଲୀଳା ନାଟକ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ ହେଉଛି। ପ୍ରତି ୧୪ ବର୍ଷରେ ଥରେ ଅଡ଼ାଲ ଶ୍ରୀରାମଲୀଳା ବନବାସ ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏଠାକାର ରାମଲୀଳା ବନବାସ ଯାଇଛନ୍ତି। ଏହି କ୍ରମରେ ସୋମବାର ସକାଳୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ମନ୍ଦିର ରେ ପୂଜାର୍ଚ୍ଚନା ପରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ନିଜ ଘର ଆଗରେ ପ୍ରଭୁ ଶ୍ରୀରାମ ଙ୍କୁ ବନ୍ଦାପନା କରିଥିଲେ। ଘଣ୍ଟ,ଶଙ୍ଖ ,ହରିବୋଲ ,ହୁଳହୁଳି ସହିତ ସଙ୍କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ସମସ୍ତ କଳାକାର ବେଶ ପୋଷାକ ହୋଇ ଥିଲେ। ଶ୍ରୀରାମ ଭୂମିକାରେ ଦିଲ୍ଲିପ ପଧାନ , ଲକ୍ଷ୍ମଣ - ମନୋରଞ୍ଜନ ପଧାନ, ସୀତା - ମନୋଜ ଦାସ ଓ ସୁମନ୍ତ୍ର ଙ୍କ ଭୂମିକାରେ ରାମ ପଧାନ ଅଭିନୟ କରିଥିଲେ। ଶ୍ରୀରାମ ଲୀଳା ଦଳ ସୋମବାର ଦଳ ବୌଦ୍ଧ ଜିଲ୍ଲାର ସାହାଜପାଲ ର ଯାଲୋଏ କୁ ବନବାସ ଯାଇଛନ୍ତି। ସେଠାରେ ଭାରତ ମିଳନ ପରିବେଷଣ ହୋଇଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡ଼ାଲ ଗ୍ରାମରେ ହେଉଥିବା ଶ୍ରୀରାମ ଲୀଳା ନାଟକ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ ହେଉଛି। ପ୍ରତି ୧୪ ବର୍ଷରେ ଥରେ  ଅଡ଼ାଲ ଶ୍ରୀରାମଲୀଳା ବନବାସ ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏଠାକାର ରାମଲୀଳା ବନବାସ ଯାଇଛନ୍ତି। ଏହି କ୍ରମରେ ସୋମବାର ସକାଳୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ମନ୍ଦିର ରେ ପୂଜାର୍ଚ୍ଚନା ପରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ନିଜ ଘର ଆଗରେ ପ୍ରଭୁ ଶ୍ରୀରାମ ଙ୍କୁ ବନ୍ଦାପନା କରିଥିଲେ। ଘଣ୍ଟ,ଶଙ୍ଖ ,ହରିବୋଲ ,ହୁଳହୁଳି  ସହିତ ସଙ୍କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ସମସ୍ତ କଳାକାର ବେଶ ପୋଷାକ ହୋଇ ଥିଲେ। ଶ୍ରୀରାମ ଭୂମିକାରେ ଦିଲ୍ଲିପ ପଧାନ , ଲକ୍ଷ୍ମଣ - ମନୋରଞ୍ଜନ ପଧାନ, ସୀତା - ମନୋଜ ଦାସ ଓ ସୁମନ୍ତ୍ର ଙ୍କ ଭୂମିକାରେ ରାମ ପଧାନ ଅଭିନୟ କରିଥିଲେ। ଶ୍ରୀରାମ ଲୀଳା ଦଳ ସୋମବାର ଦଳ ବୌଦ୍ଧ ଜିଲ୍ଲାର ସାହାଜପାଲ ର ଯାଲୋଏ କୁ ବନବାସ ଯାଇଛନ୍ତି। ସେଠାରେ ଭାରତ ମିଳନ ପରିବେଷଣ ହୋଇଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.