ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ "ସଂପର୍କ "ତରଫରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l ପୁରୀ : ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ତରଫରୁ ଏକ ମହତ୍ତ୍ୱପୂର୍ଣ୍ଣ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ଶିବିର ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଶିବିରରେ ଯୋଡ଼ା ବେଦନା ଓ ଗୁଠିଆ (ଆର୍ଥ୍ରାଇଟିସ୍), ଗ୍ୟାସ୍, ଅଜୀର୍ଣ୍ଣ, କବଜ, ମଧୁମେହ (ଡାୟାବେଟିସ୍), ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ମାନସିକ ଚାପ, ସ୍ମୃତିଶକ୍ତି ହ୍ରାସ ଓ ସାଧାରଣ ଦୁର୍ବଳତା ରହିଥିଲା ବିଭିନ୍ନ ପ୍ରକାରର ବାତ ଭଳି ରୋଗଗୁଡ଼ିକର ଆୟୁର୍ବେଦ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ସହ ନାଡ଼ି ପରୀକ୍ଷା, ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ, ବୋନ୍ ମିନେରାଲ୍ ଡେନସିଟି,( BMDT) ରକ୍ତ ଶର୍କରା, ବଡି ମାସ୍ ଇଣ୍ଡେକ୍ସ (BMI) ପରୀକ୍ଷା କରାଯାଇଥିଲା। ଆହାର, ବିହାର ଓ ଜୀବନଶୈଳୀ ସମ୍ପର୍କିତ ଉପକାରୀ ପରାମର୍ଶ ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିଲା l ଏହି ଶିବିରକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ , ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ନାରାୟଣ ଚନ୍ଦ୍ର ଦାଶ , ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଶିବିରର ଉଦଘାଟନ କରିଥିଲେ। ଶିବିରରେ କାୟା ଚିକିତ୍ସା ବିଭାଗର ପ୍ରଧ୍ୟାପିକା ଡାକ୍ତର ସୋନାଲିକା ଜେନାଙ୍କ ସହିତ ଡାକ୍ତର ଭାରତୀ ଲତା ଆଚାର୍ଯ୍ୟ, ଡାକ୍ତର ସୂର୍ଯ୍ୟକାନ୍ତ ପୃଷ୍ଟି, ଡାକ୍ତର ଶିବାନୀ ଦାସ, ଡାକ୍ତର ସୁନନ୍ଦିତା ପ୍ରଧାନ, ଡାକ୍ତର ଜ୍ୟୋତ୍ସ୍ନାମୟୀ ପାଲ, ଡାକ୍ତର ଦିଗମ୍ବର ନାୟକ, ଡାକ୍ତର ସୌମ୍ୟଦତ୍ତ ସାମନ୍ତରାୟ, ଡାକ୍ତର ସତ୍ୟ ନାରାୟଣ ସାହୁ, ଡାକ୍ତର ସନ୍ଧ୍ୟା ବାହାଲିଆ, ଡାକ୍ତର ଇପ୍ସିତା ଜେନା ଓ ଡାକ୍ତର ସ୍ୱାଗତ ଦତ୍ତ ଆଦି ଅନୁଭବୀ ଆୟୁର୍ବେଦ ଡାକ୍ତରମାନେ ୧୪୫ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରିଥିଲେ। ସଂପର୍କ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଶିବିରର ପରିଚାଳନା କରି ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ଆୟୁର୍ବେଦକୁ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ୍ ମିଶ୍ର ,ରାକେଶ କୁମାର ବାରିକ ଓ ଅଶ୍ରୁଜିତ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ "ସଂପର୍କ "ତରଫରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l ପୁରୀ : ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ତରଫରୁ ଏକ ମହତ୍ତ୍ୱପୂର୍ଣ୍ଣ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ଶିବିର ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଶିବିରରେ ଯୋଡ଼ା ବେଦନା ଓ ଗୁଠିଆ (ଆର୍ଥ୍ରାଇଟିସ୍), ଗ୍ୟାସ୍, ଅଜୀର୍ଣ୍ଣ, କବଜ, ମଧୁମେହ (ଡାୟାବେଟିସ୍), ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ମାନସିକ ଚାପ, ସ୍ମୃତିଶକ୍ତି
ହ୍ରାସ ଓ ସାଧାରଣ ଦୁର୍ବଳତା ରହିଥିଲା ବିଭିନ୍ନ ପ୍ରକାରର ବାତ ଭଳି ରୋଗଗୁଡ଼ିକର ଆୟୁର୍ବେଦ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ସହ ନାଡ଼ି ପରୀକ୍ଷା, ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ, ବୋନ୍ ମିନେରାଲ୍ ଡେନସିଟି,( BMDT) ରକ୍ତ ଶର୍କରା, ବଡି ମାସ୍ ଇଣ୍ଡେକ୍ସ (BMI) ପରୀକ୍ଷା କରାଯାଇଥିଲା। ଆହାର, ବିହାର ଓ ଜୀବନଶୈଳୀ ସମ୍ପର୍କିତ ଉପକାରୀ ପରାମର୍ଶ ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିଲା l ଏହି ଶିବିରକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ
, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ନାରାୟଣ ଚନ୍ଦ୍ର ଦାଶ , ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଶିବିରର ଉଦଘାଟନ କରିଥିଲେ। ଶିବିରରେ କାୟା ଚିକିତ୍ସା ବିଭାଗର ପ୍ରଧ୍ୟାପିକା ଡାକ୍ତର ସୋନାଲିକା ଜେନାଙ୍କ ସହିତ ଡାକ୍ତର ଭାରତୀ ଲତା ଆଚାର୍ଯ୍ୟ, ଡାକ୍ତର ସୂର୍ଯ୍ୟକାନ୍ତ ପୃଷ୍ଟି, ଡାକ୍ତର ଶିବାନୀ ଦାସ, ଡାକ୍ତର ସୁନନ୍ଦିତା ପ୍ରଧାନ, ଡାକ୍ତର ଜ୍ୟୋତ୍ସ୍ନାମୟୀ ପାଲ, ଡାକ୍ତର ଦିଗମ୍ବର ନାୟକ, ଡାକ୍ତର ସୌମ୍ୟଦତ୍ତ ସାମନ୍ତରାୟ, ଡାକ୍ତର ସତ୍ୟ ନାରାୟଣ ସାହୁ,
ଡାକ୍ତର ସନ୍ଧ୍ୟା ବାହାଲିଆ, ଡାକ୍ତର ଇପ୍ସିତା ଜେନା ଓ ଡାକ୍ତର ସ୍ୱାଗତ ଦତ୍ତ ଆଦି ଅନୁଭବୀ ଆୟୁର୍ବେଦ ଡାକ୍ତରମାନେ ୧୪୫ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରିଥିଲେ। ସଂପର୍କ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଶିବିରର ପରିଚାଳନା କରି ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ଆୟୁର୍ବେଦକୁ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ୍ ମିଶ୍ର ,ରାକେଶ କୁମାର ବାରିକ ଓ ଅଶ୍ରୁଜିତ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।
- Post by Manoj kumar baliyarsingh1
- Jay Jagannath 🙏1
- ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।1
- Post by Gagan Bhoi1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- SCB ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ CMC food ସେଫ୍ଟି ଟିମ୍ ତରଫ ରୁ ଚଢ଼ାଉ। ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ ବେଳେ ଜଣେ ହୋଟେଲ ମାଲିକ ଦୋକାନ ବନ୍ଦ କରି ଦୌଡି ପଳାଉଥିଲେ ହେଲେ ଦୋକନି କୁ ମାଡ଼ି ବସିଲା CMC food ସେଫ୍ଟି ଟିମ୍ ତାପରେ କଲା ଦୋକାନ କୁ ସିଲ।1
- ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।1
- Post by Manoj kumar baliyarsingh4