logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ ଠାରେ ଜିଲ୍ଲାପାଳ ଓ ଏସପିଙ୍କ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବର ଅନୁଷ୍ଠିତ କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସ୍ଥିତ ପାଞ୍ଚପୀଢ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଆଜି ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶ,ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡ଼ାକ୍ତର ଅନିତା ସିଂଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଆଜିର ଶିବିରରେ ମୋଟ ୬୭ ଗୋଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୧୨ ଗୋଟି ଦଳୀୟ ଏବଂ ୫୫ ଗୋଟି ଏକକ ଅଭିଯୋଗ ରହିଥିବା ଜଣାପଡ଼ିଛି।ସମସ୍ତ ଅଭିଯୋଗ ଶୁଣାଣୀ କରି ଅଭିଯୋଗ ସମାଧାନ କରିବା ପାଇଁ ସଂଶ୍ଳିଷ୍ଟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ୪ ଗୋଟି ଅଭିଯୋଗର ତୁରନ୍ତ ସମାଧାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କରଞ୍ଜିଆ ସହର ୱାର୍ଡ ନମ୍ୱର ୪ ନିବାସୀ ଭାବଗ୍ରାହୀ ସାହୁଙ୍କୁ ୧୦ ହଜାର, ରସମତଳା ଗ୍ରାମର ରମାକାନ୍ତ ନାୟକଙ୍କୁ ୫ ହଜାର,ରରୁଆଁ ବ୍ଲକ ଇନ୍ଦିପୁର ଗ୍ରାମର ବଳଭଦ୍ର ବେହେରାଙ୍କୁ ୫ ହଜାର ଓ ରେଡକ୍ରସ ପାଣ୍ଠିରୁ କରଞ୍ଜିଆ ବ୍ଲକ ଚଉଥିଆ ଗ୍ରାମର ଧୀରେନ୍ଦ୍ର ନାଏକଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେକ୍ସନ ଅଫିସର ଧିରେନ ଚନ୍ଦ୍ର ଭୋଇ ଓ ମଞ୍ଜୁଶ୍ରୀ ଦାସ,ଦିଲ୍ଲୀପ କୁମାର ପଲେଇଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଆଜିର ଶିବିର ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

22 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
22 hrs ago
ebc88f67-6a49-4d9d-81fa-00b07f974fe4

କରଞ୍ଜିଆ ଠାରେ ଜିଲ୍ଲାପାଳ ଓ ଏସପିଙ୍କ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବର ଅନୁଷ୍ଠିତ କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସ୍ଥିତ ପାଞ୍ଚପୀଢ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଆଜି ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶ,ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡ଼ାକ୍ତର ଅନିତା ସିଂଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଆଜିର ଶିବିରରେ ମୋଟ ୬୭ ଗୋଟି

a61d0790-be4c-4400-a4b1-30fb475f210e

ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୧୨ ଗୋଟି ଦଳୀୟ ଏବଂ ୫୫ ଗୋଟି ଏକକ ଅଭିଯୋଗ ରହିଥିବା ଜଣାପଡ଼ିଛି।ସମସ୍ତ ଅଭିଯୋଗ ଶୁଣାଣୀ କରି ଅଭିଯୋଗ ସମାଧାନ କରିବା ପାଇଁ ସଂଶ୍ଳିଷ୍ଟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ୪ ଗୋଟି ଅଭିଯୋଗର ତୁରନ୍ତ ସମାଧାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କରଞ୍ଜିଆ ସହର ୱାର୍ଡ ନମ୍ୱର ୪ ନିବାସୀ ଭାବଗ୍ରାହୀ ସାହୁଙ୍କୁ ୧୦ ହଜାର, ରସମତଳା ଗ୍ରାମର ରମାକାନ୍ତ ନାୟକଙ୍କୁ ୫ ହଜାର,ରରୁଆଁ ବ୍ଲକ ଇନ୍ଦିପୁର ଗ୍ରାମର ବଳଭଦ୍ର ବେହେରାଙ୍କୁ ୫ ହଜାର ଓ ରେଡକ୍ରସ ପାଣ୍ଠିରୁ କରଞ୍ଜିଆ ବ୍ଲକ ଚଉଥିଆ ଗ୍ରାମର ଧୀରେନ୍ଦ୍ର ନାଏକଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେକ୍ସନ ଅଫିସର ଧିରେନ ଚନ୍ଦ୍ର ଭୋଇ ଓ ମଞ୍ଜୁଶ୍ରୀ ଦାସ,ଦିଲ୍ଲୀପ କୁମାର ପଲେଇଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଆଜିର ଶିବିର ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

More news from ଓଡ଼ିଶା and nearby areas
  • ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
    1
    ଥାନା କୁ ଏତଲା ଦେବାକୁ ଯାଇଥିବା ଆଦିବାସୀ ଗ୍ୟାରେଜ ମେକାନିକ କୁ ଯଶିପୁର ଥାନା ଅଧିକାରିଣୀ ଧମକ, ଗାଳିଗୁଲଜ ଦେବା କୁ ନେଇ ଦ୍ୱିତୀୟ ଥର ପାଇଁ କରଞ୍ଜିଆ ଠାରେ ଏସପି ଙ୍କୁ ଭେଟି ଗୁହାରି ଜଣାଇଲେ ଗ୍ୟାରେଜ ମେକାନିକ 
କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।
    1
    କରଞ୍ଜିଆ,୧୬/୦୨,(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ସହରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଗତ ଶୁକ୍ରବାର ଠାରୁ ମୋବାଇଲ ଆଲୁଅରେ କାର୍ଯ୍ୟ ଚାଲିଥିବାବେଳେ ସମସ୍ତ ପ୍ରକାର ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେଇଛି। ଏନେଇ ରାଜସ୍ବ ନିରୀକ୍ଷକ ଆଜି ନିଜ ପ୍ରତିକ୍ରିୟାରେ ରଖିଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    22 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    12 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    23 hrs ago
  • ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।
    1
    ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି।  ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    19 hrs ago
  • ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    1
    ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ
    1
    ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଖିଚିଂ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଦା ଗ୍ରେଟ ଟୁରିଜମ ଡେଭଲପମେଣ୍ଟ କମିଟି ଦ୍ୱାରା ଆୟୋଜିତ ଖିଚିଂ ମହୋତ୍ସବ ଉଦଘାଟିତ ହୋଇଯାଇଛି ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ ମନ ଜିଣିଥିଲେ
    1
    ଖିଚିଂ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 
ଦା ଗ୍ରେଟ ଟୁରିଜମ ଡେଭଲପମେଣ୍ଟ କମିଟି ଦ୍ୱାରା ଆୟୋଜିତ ଖିଚିଂ ମହୋତ୍ସବ ଉଦଘାଟିତ ହୋଇଯାଇଛି 
ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ 
ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ  ମନ ଜିଣିଥିଲେ
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.