Shuru
Apke Nagar Ki App…
ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି
SonepurSambad
ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି
More news from ଓଡ଼ିଶା and nearby areas
- ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l1
- अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन कालाहांडी, 02/09 : कालाहांडी जिले के सदर मुख्यालय अंतर्गत अपर राटूगुड़ा बरड़ापड़ा को जोड़ने वाली मुख्य सड़क लंबे समय से मरम्मत के अभाव में अत्यंत जर्जर हो चुकी है। सड़क पर बने बड़े-बड़े गड्ढों के कारण जनजीवन और आवागमन पूरी तरह से प्रभावित हो रहा है। विशेष रूप से बारिश के मौसम में इन गड्ढों में पानी भर जाने से अक्सर बाइक और साइकिल दुर्घटनाएं हो रही हैं। गांव की जीवनरेखा मानी जाने वाली इस सड़क का कोई अन्य वैकल्पिक रास्ता नहीं है, जिससे मरीजों, गर्भवती महिलाओं, स्कूली बच्चों और एम्बुलेंस की आवाजाही में भारी परेशानी आ रही है। स्थानीय पंचायत और ब्लॉक प्रशासन से कोई मदद न मिलने पर अंततः ग्रामीणों ने सड़क मरम्मत की मांग को लेकर जिलाधिकारी को लिखित शिकायत सौंपी है। कालाहांडी से लक्ष्मण बनुआ की रिपोर्ट1
- ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍ଧାମରେ ଉଦ୍ଘାଟନ ବି ହେଲା । ହେଲେ ଉଦ୍ଘାଟନର ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍ଧାମରେ ଉଦ୍ଘାଟନ ବି ହେଲା । ହେଲେ ଉଦ୍ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha1
- ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।1
- କଣ୍ଟାମାଳ ବ୍ଲକ ଘିକୁଣ୍ଡି ସ୍କୁଲ ରେ ଠିକ୍ ଭାବରେ ଶିକ୍ଷକ ଆସି ପାଠ ପଢ଼ାଉନଥିବା ଅଭିଯୋଗ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଜଣାଇଥିଲେ ବି ଫଳ ଶୂନ ।4
- ଡୁଙ୍ଗୁରିପାଲିରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ1
- ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost1