Shuru
Apke Nagar Ki App…
କନ୍ଧମାଳ SDC ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
Kopad Breaking News
କନ୍ଧମାଳ SDC ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
- Shuru UserBoipariguda, Koraput🤝10 hrs ago
More news from ଓଡ଼ିଶା and nearby areas
- ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ ସାର୍ଟିଫିକେଟ ହାସଲ କରିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |1
- ବନ୍ଧୁଗାଁ ବ୍ଲକର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ,ତୁରୁକୁପେଟାର ବାର୍ଷିକ ଉତ୍ସବ ପାଳିତ1
- ନୂଆପଡ଼ା -୧୨/୪ (ସବ୍ୟୁ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ କଲ୍ୟାଣ ଯୋଜନା ମାଧ୍ୟମରେ ୭୯ ଜଣ ମୃତ କେନ୍ଦୁପତ୍ର ତୋଳାଳୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ସହ ଅଞ୍ଚଳର ଯୁବକଯୁବତୀଙ୍କ ପାଇଁ ଏକ ନୂତନ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ ଉମା ନାନ୍ଦୁରୀ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯାଇଛି। ତରବୋଡ଼ରେ ନୂତନ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଜିଲ୍ଲା ପାଇଁ ସବୁଠାରୁ ଖୁସିର ଖବର ହେଉଛି, କେନ୍ଦୁପତ୍ର ବିଭାଗ ଓ ସ୍କିଲ୍ ଡେଭଲପମେଣ୍ଟ ବିଭାଗର ମିଳିତ ସହଯୋଗରେ ତରବୋଡ଼ଠାରେ ଏକ ଆଧୁନିକ ଦକ୍ଷତା ବିକାଶ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଉପରୋକ୍ତ କେନ୍ଦ୍ର ରେ ୧୮ ରୁ ୩୫ ବର୍ଷ ବୟସର ମେଟ୍ରିକ ପାସ୍ କିମ୍ବା ଅଣ-ମେଟ୍ରିକ ଯୁବକଯୁବତୀମାନେ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ। ଦୁଇଟି ଅବ୍ୟବହୃତ ପୁରାତନ ଗୋଦାମ ଗୃହକୁ ପୁନରୁଦ୍ଧାର କରାଯାଇ ସେଠାରେ ହାଇଟେକ୍ କ୍ଲାସରୁମ୍, ଡାଇନିଂ ହଲ୍, କିଚେନ୍ ଓ ଶୌଚାଳୟ ନିର୍ମାଣ କରାଯାଇଛି। ଖୁବ୍ଶୀଘ୍ର ଏଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ଉତ୍ସବରେ ବଲାଙ୍ଗୀର ସର୍କଲ ସିସିଏଫ୍ ରଞ୍ଜିତ ମଲ୍ଲିକ, ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ ଏ. ମାଧବୀ ଲତା, ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ ଅଫିସର ଲାକ୍ରା ବାବୁ, ଏସବିଆଇ ଖଡ଼ିଆଳର ଚିଫ୍ ମ୍ୟାନେଜର ଦୀନେଶ କୁମାର ମିଶ୍ର ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସିଏସଆର ପାଣ୍ଠିରୁ ସମସ୍ତ ୭୯ ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା। ଶେଷରେ ଅତିଥିମାନେ ନୂତନ ଭାବେ ନିର୍ମିତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ବିଭାଗୀୟ ତତ୍ପରତାକୁ ପ୍ରଶଂସା କରିଥିଲେ।2
- ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।1
- Post by Padmanabha Naik1
- ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା। ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା। ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।1
- କନ୍ଧମାଳ SDC ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା1
- ବହୁ ଧୁମଧାମ ରେ ହଜାର ହଜାର ଭକ୍ତ ଙ୍କ ଗହଣରେ ସମାପ୍ତ ହେଲା ପ୍ରସିଦ୍ଧ ଛତିଶଗଡ ରାଜ୍ୟ ଜଗଦଳପୁର ନିକଟସ୍ଥ ଗୀର୍ଲ୍ଲା ଠାରେ ଅବସ୍ତିତ ମା ହିଙ୍ଗଳାଜିନ ଙ୍କ ଚୈତ୍ର ଯାତ୍ରା l1
- ଜୟପୁରରେ Chamber of Commerce ର ନିର୍ବାଚନ ଏବେ ଚାଲୁ ରହିଛି। ଏହି ନିର୍ବାଚନରେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ପ୍ରତିନିଧି ଚୟନ କରୁଛନ୍ତି, ଯେଉଁମାନେ ଆଗାମୀ ସମୟରେ ବ୍ୟବସାୟୀଙ୍କ ସମସ୍ୟା, ବିକାଶ ଓ ସୁବିଧା ନେଇ କାମ କରିବେ। ଭୋଟିଂ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବା ବେଳେ, ପ୍ରାର୍ଥୀମାନଙ୍କ ମଧ୍ୟରେ ମଧ୍ୟ ଭଲ ପ୍ରତିସ୍ପର୍ଧା ଦେଖିବାକୁ ମିଳୁଛି।1