Shuru
Apke Nagar Ki App…
ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର ବିଶୋଇ ଥାନା ବଡ ମଣଦା ବାସ ଷ୍ଟାଣ୍ଡ ନିକଟରେ ଟ୍ରକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ।ମୃତକ ସାନ ମଣଦା ଗ୍ରାମ ର ଚିନ୍ମୟ ଗିରି ବୋଲି ଜଣା ପଡିଛି।ଚିନ୍ମୟ ଙ୍କ ଆସନ୍ତାକାଲି ବାହାଘର ହେଇ ଥାନ୍ତା।ତାଙ୍କ ମୃତ୍ୟୁ ରେ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ବିଶୋଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛି।
NEW VIDEO FOR EVERYTHING
ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ,ଆସନ୍ତାକାଲି ହୋଇଥାନ୍ତା ବାହାଘର ବିଶୋଇ ଥାନା ବଡ ମଣଦା ବାସ ଷ୍ଟାଣ୍ଡ ନିକଟରେ ଟ୍ରକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ।ମୃତକ ସାନ ମଣଦା ଗ୍ରାମ ର ଚିନ୍ମୟ ଗିରି ବୋଲି ଜଣା ପଡିଛି।ଚିନ୍ମୟ ଙ୍କ ଆସନ୍ତାକାଲି ବାହାଘର ହେଇ ଥାନ୍ତା।ତାଙ୍କ ମୃତ୍ୟୁ ରେ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ବିଶୋଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛି।
More news from ଓଡ଼ିଶା and nearby areas
- ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ତଥା ପ୍ରଥମ ଶନିଶ୍ଚର ପୀଠରେ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଛି ଶନିଦେବଙ୍କ ୪୫ତମ ବାର୍ଷିକ ଉତ୍ସବ। ୧୯୮୨ ମସିହା ଠାରୁ ବାରିପଦା ସହର ଓ୍ବାଲିଗଞ୍ଜ ତଥା ଓ୍ୱାଡ ନଂ-୩ ଠାରେ ପୂଜା ପାଇଆସୁଛନ୍ତି ଗ୍ରହରାଜ ଶନିଦେଵ। ଏହି ପୀଠକୁ ପ୍ରତ୍ୟକ ଶନିବାର ମୟୂରଭଞ୍ଜ ଏବଂ ତାର ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ହଜାର ହଜାର ଭକ୍ତ ଶନିଦେବଙ୍କ ସାନିଧ୍ୟ ପାଇବାକୁ ଆସିଥାନ୍ତି। ପ୍ରତି ବର୍ଷ ଏହିମାସରେ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଚଳିତ ବର୍ଷ ଶନିଦେବଙ୍କ ବଡ଼ଓଷା ୦୪.୦୪.୨୦୨୬ ରୁ ଆରମ୍ଭ ହଇ ୨୫.୦୪.୨୦୨୫୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଉ ଆଜି ହେଉଛି ଶେଷ ଶନିବାର,ତେଣୁ ଏହି ଦିନରେ ଶନିଦେବଙ୍କ ବାର୍ଷିକ ଉତ୍ସବର ଚତୁର୍ଥ ପାଳି ଅନୁଷ୍ଠିତ ହୋଇଯାଇଅଛି। ଆଜି ସକାଳୁ ପ୍ରଥମେ ଶନିଦେବଙ୍କ ପବିତ୍ର ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ପରେ ରୀତିନୀତି ଅନୁସାରେ ବାବାଙ୍କର ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯିବା ପରେ ବାଲ୍ୟ ପ୍ରସାଦ ଭୋଗ ଲାଗି ହୋଇଥିଲା ଏବଂ ଏହି ପ୍ରାସାଦକୁ ଶ୍ରଦ୍ଧାଳୁ ମନକୁ ବଣ୍ଟନ କରାଯାଇଥିଲା। ତେବେ ଆଜିର ଦିନରେ ବାବା ଶନିଶ୍ଚରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଭକ୍ତ ମାନେ କିଭଳି ହବେ ଶାନ୍ତିପୂର୍ଣ୍ଣ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ ସେ' ନେଇ ବାବା ଶନିଦେଵ ଙ୍କ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ ମଧ୍ୟ କରାଯାଇଥିଲା। *ବାଇଟ - ଯୋଗେନ୍ଦ୍ର ବାରିକ (କମିଟିର ସଦସ୍ୟ)* *ବାଇଟ - କୃଷ୍ଣାନନ୍ଦ ମହାନ୍ତି (ବାରିପଦା ପୌରପରିଷଦ ନଗରପାଳ)*1
- ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର1
- ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।1
- ବସ୍ତା ଏସଡ଼ିପିଓ ବିଷୟରେ କଣ କହୁଛନ୍ତି ସମାଜ ସେବି1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- #ବିକଶିତ_ଗାଁ_ବିକଶିତ_ଓଡ଼ିଶା_କାର୍ଯ୍ୟ #ଯୋର_ଜବରଦସ୍ତ_କମ_କରୁଥିଲେ_ସରପଞ୍ଚ #ସ୍କୁଲ_କମିଟି_ଗ୍ରାମବାସୀ_ଓ_ସରପଞ୍ଚ_ଙ୍କ_ମଧ୍ୟରେ_ଗଣ୍ଡଗୋଳ #ଅତିରିକ୍ତ_ଶ୍ରେଣୀଗୃହ_ନିର୍ମାଣ_ରେ_ମହାଦୁର୍ନୀତି_ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ପଞ୍ଚାୟତ ସିଂଲା ନୋଡାଲ ଉପ୍ରା ବିଦ୍ୟାଳୟ ର ଏମିତି ଘଟଣା #mahimatv #BDO #dmbalasore1
- ମୁଖ୍ୟଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଜଗନ୍ନାଥ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପଞ୍ଚାୟତରାଜ ଦିବସ ଅବସରରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧକ୍ଷ ବାବାଜୀ ଚରଣ ମଲ୍ଲିକ, ଉପାଧ୍ୟାକ୍ଷ୍ୟ ହିମାଦ୍ରି ନନ୍ଦିନୀ ମହାପାତ୍ର,ଏଡବ୍ଲୁଇ ସରୋଜ କୁମାର ଟିକା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଅବସରପ୍ରାପ୍ତ ଅଧକ୍ଷ ଅଜୟ କୁମାର ପଣ୍ଡା ଓ ମଣ୍ଡଳ ସଭାପତି ଅଭିନାସ ବେହେରା ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବ୍ଳକ ପ୍ରକଳ୍ପ ଅଧିକାରୀ ଭୂପତି ପଣ୍ଡାଙ୍କ ନେତୃତ୍ୱରେ ଅତିଥିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 154ଜଣ ହିତାଧିକାରିଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକ, ଏବିଡିଇଓ ଶୁଚିସ୍ମିତା ବଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରା ସମେତ ବ୍ଳକ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା ସିମୁଳିଆର କାର୍ଯ୍ୟରତ ସାମ୍ବାଦିକ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସିମୁଳିଆ ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ଆଦ୍ୟାଶା ଲାଇଭ l1
- କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ। ଶନିବାର ରାତିରେ ଏକ ଟ୍ରଲର ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ୨ ଜଣଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦେଇଥିବା ନେଇ ସୂଚନା ମିଳିଥିବା ବେଳେ ଗାଡି ମଧ୍ୟରେ ଅନ୍ୟ କିଛି ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ କୁଳିଅଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରୀ ରହିଛି।1