କରଞ୍ଜିଆ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣା: ୪ ମୃତ, ୪ ଆହତ କରଞ୍ଜିଆ:(ଜିତେନ୍ଦ୍ର ରାଜ) କରଞ୍ଜିଆ ଥାନା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ଘଟିଥିବା ଦୁଇଟି ଭୟାବହ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ୪ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ପ୍ରଥମ ଘଟଣାରେ କରଞ୍ଜିଆ-ବାମନାଶାଳ ନିକଟ ବିଦ୍ୟୁତ ଗ୍ରୀଡ଼ ସମ୍ମୁଖରେ ୨୨୦ ନଂ ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପାଣ୍ଠ ଗ୍ରାମର ଶଙ୍କର ନାଏକ (୪୨) ଓ ତାଙ୍କ ସ୍ତ୍ରୀ କବିତା ନାଏକ (୩୫)ଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଜେଏଚ-୦୫-ବିଏଫ-୧୨୫୮ ନଂ ବିଶିଷ୍ଟ ସ୍କୋର୍ପିଓ ଝାଡ଼ଖଣ୍ଡର ଟାଟାରୁ ମା ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁକୁ ଯାଉଥିଲା। ଏହି ସମୟରେ ଗାଡ଼ିର ଆଗ ଡାହାଣ ପାଖର ଚକ ଫାଟିଯିବାରୁ ନିୟନ୍ତ୍ରଣ ହାରାଇ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ମାରିଥିଲା। ଦୁର୍ଘଟଣାରେ ସ୍କୋର୍ପିଓରେ ଥିବା ଧିରାମଣି ଦେବୀ (୭୦), ବୀଣାପାଣି ମହାନ୍ତି (୫୨) ଓ ରେଣୁବାଳା ପରିଡା (୫୮) ଗୁରୁତର ଆହତ ହୋଇଥିଲେ। ଦ୍ୱିତୀୟ ଘଟଣାରେ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାର ୫୩ ନଂ ଜାତୀୟ ରାଜପଥର କାଦଡ଼ିହା ସଂରକ୍ଷିତ ଜଙ୍ଗଲ ବାଙ୍କରେ ‘ପ୍ରଶାନ୍ତି’ ନାମକ ଯାତ୍ରୀବାହୀ ବସ ସହ ଏକ ମାରୁତି ବ୍ରିଜା କାରର ମୁହାଁମୁହିଁ ଧକ୍କା ଘଟିଥିଲା। ଏଥିରେ ଚଣ୍ଡିଖୋଲର ନୀଳମଣି ସାହୁ (୪୫) ଓ ଧର୍ମଶାଳାର ମୋବୁ ବଳ (୪୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପ୍ରଦୀପ ବଳସାମନ୍ତଙ୍କୁ ପ୍ରଥମେ କରଞ୍ଜିଆ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ପରେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା। ଏହାସହିତ ଅନ୍ୟ ଏକ ଘଟଣାରେ କାଦଡ଼ିହା ଛକ ନିକଟରେ ଏକ ବାଇକ ଧକ୍କାରେ ପଡ଼ିଆ ବେଡା କଲେଜର ଅଧ୍ୟାପକ ଅରୁଣ କୁମାର ମଲ୍ଲିକ ଗୁରୁତର ଆହତ ହୋଇ କରଞ୍ଜିଆ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁଇଟି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ବେଳେ ଥାନାରେ ୧୬୪/୨୬ ଓ ୧୬୬/୨୬ ମାମଲା ରୁଜୁ କରାଯାଇଛି। ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଘଟଣାସ୍ଥଳରେ ସୃଷ୍ଟ ହୋଇଥିବା ମୃଦୁ ଉତ୍ତେଜନାକୁ ପୁଲିସ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।
କରଞ୍ଜିଆ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣା: ୪ ମୃତ, ୪ ଆହତ କରଞ୍ଜିଆ:(ଜିତେନ୍ଦ୍ର ରାଜ) କରଞ୍ଜିଆ ଥାନା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ଘଟିଥିବା ଦୁଇଟି ଭୟାବହ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ୪ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ପ୍ରଥମ ଘଟଣାରେ କରଞ୍ଜିଆ-ବାମନାଶାଳ ନିକଟ ବିଦ୍ୟୁତ ଗ୍ରୀଡ଼ ସମ୍ମୁଖରେ ୨୨୦ ନଂ ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପାଣ୍ଠ ଗ୍ରାମର ଶଙ୍କର ନାଏକ (୪୨) ଓ ତାଙ୍କ ସ୍ତ୍ରୀ କବିତା ନାଏକ (୩୫)ଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଜେଏଚ-୦୫-ବିଏଫ-୧୨୫୮ ନଂ ବିଶିଷ୍ଟ ସ୍କୋର୍ପିଓ ଝାଡ଼ଖଣ୍ଡର ଟାଟାରୁ
ମା ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁକୁ ଯାଉଥିଲା। ଏହି ସମୟରେ ଗାଡ଼ିର ଆଗ ଡାହାଣ ପାଖର ଚକ ଫାଟିଯିବାରୁ ନିୟନ୍ତ୍ରଣ ହାରାଇ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ମାରିଥିଲା। ଦୁର୍ଘଟଣାରେ ସ୍କୋର୍ପିଓରେ ଥିବା ଧିରାମଣି ଦେବୀ (୭୦), ବୀଣାପାଣି ମହାନ୍ତି (୫୨) ଓ ରେଣୁବାଳା ପରିଡା (୫୮) ଗୁରୁତର ଆହତ ହୋଇଥିଲେ। ଦ୍ୱିତୀୟ ଘଟଣାରେ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାର ୫୩ ନଂ ଜାତୀୟ ରାଜପଥର କାଦଡ଼ିହା ସଂରକ୍ଷିତ ଜଙ୍ଗଲ ବାଙ୍କରେ ‘ପ୍ରଶାନ୍ତି’ ନାମକ ଯାତ୍ରୀବାହୀ ବସ ସହ ଏକ ମାରୁତି ବ୍ରିଜା କାରର ମୁହାଁମୁହିଁ ଧକ୍କା ଘଟିଥିଲା। ଏଥିରେ ଚଣ୍ଡିଖୋଲର ନୀଳମଣି ସାହୁ (୪୫) ଓ ଧର୍ମଶାଳାର ମୋବୁ ବଳ (୪୨)ଙ୍କ
ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପ୍ରଦୀପ ବଳସାମନ୍ତଙ୍କୁ ପ୍ରଥମେ କରଞ୍ଜିଆ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ପରେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିଲା। ଏହାସହିତ ଅନ୍ୟ ଏକ ଘଟଣାରେ କାଦଡ଼ିହା ଛକ ନିକଟରେ ଏକ ବାଇକ ଧକ୍କାରେ ପଡ଼ିଆ ବେଡା କଲେଜର ଅଧ୍ୟାପକ ଅରୁଣ କୁମାର ମଲ୍ଲିକ ଗୁରୁତର ଆହତ ହୋଇ କରଞ୍ଜିଆ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁଇଟି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ବେଳେ ଥାନାରେ ୧୬୪/୨୬ ଓ ୧୬୬/୨୬ ମାମଲା ରୁଜୁ କରାଯାଇଛି। ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଘଟଣାସ୍ଥଳରେ ସୃଷ୍ଟ ହୋଇଥିବା ମୃଦୁ ଉତ୍ତେଜନାକୁ ପୁଲିସ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।
- Post by Jitendra raj1
- ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....1
- Post by Rajib Behera1
- Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik1
- Post by Maso murmu1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- Post by Jitendra raj3