ଲୋକଙ୍କ ନିଦ ହଜାଇ ଦେଉଛି ନାଲକୋ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା ସଂପ୍ରସାରଣ ପ୍ରକଳ୍ପ କାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ଜନବସତି ନିକଟରେ ଚାଲିଛି ଭୟଙ୍କର ପଥର ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ମାତ୍ରାଧିକ ଭୂକମ୍ପନ ହେଉଛି। ଥରି ଉଠୁଛି ଘରଦ୍ୱାର। ଲୋକେ ହେଉଛନ୍ତି ଭୟଭୀତ। ବଡ଼ ବଡ଼ ପଥର ଆସି ପଡୁଛି ଲୋକେ ରହୁଥିବା ଘର ଉପରେ। ଜୀବନ ଯିବାର ଭୟ ସୃଷ୍ଟି ହେଉଛି। ଏଭଳି ସଙ୍ଗୀନ ଅଭିଯୋଗ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ମାଥାଲପୁଟ ବସଷ୍ଟାଣ୍ଡ ଅଞ୍ଚଳରୁ ଆସିଛି।ଦାମନଯୋଡିରେ ବର୍ତ୍ତମାନ ନବରତ୍ନ ନାଲକୋର ସଂପ୍ରସାରଣ ପ୍ରକଳ୍ପ କାମ ଚାଲୁ ରହିଛି। ନାଲକୋ ଠାରୁ କାମ ନେଇ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ରାଇଟସ୍ ନାମକ ଏକ ସଂସ୍ଥା ପାହାଡ଼ ବ୍ଲାଷ୍ଟିଂ କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ସଂସ୍ଥା ଦ୍ୱାରା କରାଯାଉଥିବା ପଥର ବ୍ଲାଷ୍ଟିଂ ଲୋକଙ୍କ ନିଦ ହଜାଇ ଦେଇଛି। ସଂସ୍ଥା ପକ୍ଷରୁ ଅତି ଭୟଙ୍କର ବ୍ଲାଷ୍ଟିଂ କରାଯାଉଥିବା ବେଳେ ଗତ ଗୁରୁବାର ରାତିରେ ପଥର ଖଣ୍ଡ ଉଡି ଆସି ନିକଟରେ ଥିବା ଜନବସତି ଘର ଉପରେ ପଡ଼ିଥିଲା। ଏଥିରେ ରଞ୍ଜନ ସାମଲଙ୍କ ଛାତ ଘର କାନ୍ଥ ଭାଙ୍ଗିଥିବା ବେଳେ ଆଲେଶ୍ବରୀ ପାଢ଼ୀ ନାମକ ଜଣେ ମହିଳାଙ୍କ ବାସଗୃହ ଉପରେ ପଥର ପଡ଼ି ଟିଣ କଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟ ବଶତଃ ଉକ୍ତ ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଭାଗ୍ୟ ବଶତଃ ଯଦି ପଥର ଖଣ୍ଡ ଘରେ ଶୋଇଥିବା ଲୋକ ଉପରେ ପଡ଼ିଥାନ୍ତା ହୁଏତ ଲୋକର ଜୀବନ ଯାଇଥାନ୍ତା ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନାଲକୋକୁ ଜଣାଇଥିଲେ ହେଲେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।

- ଜୟପୁର ଜଗନ୍ନାଥ ମନ୍ଦିରରୁ ବାହାରିଥିବା ବିଶାଳ ପଟୁଆର, ଭଜନ-କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ଧ୍ୱନିରେ ସହରକୁ ମୁଗ୍ଧ କରି ଦଶହରା ପଡ଼ିଆରେ ପହଞ୍ଚିଥିଲା।1
- କୋଟପାଡ଼ ବନାଞ୍ଚଳ ଅନ୍ତର୍ଗତ ଅଣ୍ଡିରାମୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ #kotpad1
- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।1
- ମାଲକାନଗିରି ୨୬-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ କରାଯାଇଛି। ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ। ସମାବେଶରେ ବକ୍ତାମାନେ କହିଥିଲେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି। ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ। ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।4
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- Post by Rabindra Mandal1
- କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ତାଳେ ତାଳେ ଭକ୍ତମାନଙ୍କ ସହ ମଗ୍ନ ହୋଇ ତାରା ବାହିନୀପତି ଆନନ୍ଦରେ ଝୁମିଉଠିଲେ।1
- ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।1
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1