ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ ମାଲକାନଗିରି ୨୬-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ କରାଯାଇଛି। ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ। ସମାବେଶରେ ବକ୍ତାମାନେ କହିଥିଲେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି। ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ। ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।
ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ ମାଲକାନଗିରି ୨୬-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ କରାଯାଇଛି। ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ
କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ,
ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ। ସମାବେଶରେ ବକ୍ତାମାନେ କହିଥିଲେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି।
ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ। ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।
- ଜୟପୁର ଜଗନ୍ନାଥ ମନ୍ଦିରରୁ ବାହାରିଥିବା ବିଶାଳ ପଟୁଆର, ଭଜନ-କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ଧ୍ୱନିରେ ସହରକୁ ମୁଗ୍ଧ କରି ଦଶହରା ପଡ଼ିଆରେ ପହଞ୍ଚିଥିଲା।1
- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଛି। ଏଥିରେ ନାଲକୋ ଚିପ୍ ଜେନେରାଲ ମ୍ୟାନେଜର ବିଛନ୍ଦ ଚରଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଜଣେ ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ନାୟକ ମତବ୍ୟକ୍ତ କରିଥିଲେ। ସେହିପରି ନାଲକୋର ପୂର୍ବତନ ଡିଜିଏମ ରମେଶ ଚନ୍ଦ୍ର ଦାଶ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସଦାନନ୍ଦ ସାହୁ,ସମ୍ପାଦକ ଆକୁଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ,ଗୁରୁଜୀ ଓ ଗୁରୁମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଲୋକନାଥ ବେହେରା ଏବଂ ଗୁରୁମା ତପସ୍ୱିନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲା ବେଳେ ପରିଚାଳନା କମିଟି କୋଷାଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଏବଂ ଭାଲେଣ୍ଟିଅର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।1
- ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ1
- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।1
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- ଖଡ଼ିଆଳ ମହୋ୍ସବ ୨୦୨୬ ର ଝଲକ, ଦେଖନ୍ତୁ.............1
- କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ତାଳେ ତାଳେ ଭକ୍ତମାନଙ୍କ ସହ ମଗ୍ନ ହୋଇ ତାରା ବାହିନୀପତି ଆନନ୍ଦରେ ଝୁମିଉଠିଲେ।1
- ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।1
- ଗତ ତା ୧୯.୦୪.୨୦୨୬ ରିଖ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନାସିଗାଁ ସାହୁପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପାଇଁ ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରସ୍ଥାବ ଆଗତ କରିଥିଲେ। ତାପରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଗ୍ରାମ୍ୟ କମିଟି ଗଠନ କରାଗଲା। ସଭାପତି ଶ୍ରୀ ଆନନ୍ଦ କୁମାର ପାତ୍ର, ଉପ ସଭାପତି ଶ୍ରୀ ମୁରଲୀଧର ସାହୁ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବୈରାଗୀ ଭୂଷଣ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଭିକରାମ ସାହୁ ମନୋନୀତ ହୋଇଥିଲେ।1