Shuru
Apke Nagar Ki App…
ଦୀର୍ଘ ୬ ବର୍ଷପରେ ସୁଶାନ୍ତସିଂ ରାଜପୁତ ଙ୍କ ଖୋଲିଲା ମୃତ୍ୟୁ ର ରହସ୍ୟ
Rajib Behera
ଦୀର୍ଘ ୬ ବର୍ଷପରେ ସୁଶାନ୍ତସିଂ ରାଜପୁତ ଙ୍କ ଖୋଲିଲା ମୃତ୍ୟୁ ର ରହସ୍ୟ
More news from ଓଡ଼ିଶା and nearby areas
- ଦୀର୍ଘ ୬ ବର୍ଷପରେ ସୁଶାନ୍ତସିଂ ରାଜପୁତ ଙ୍କ ଖୋଲିଲା ମୃତ୍ୟୁ ର ରହସ୍ୟ1
- ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ; ମନ୍ତ୍ରୀ ଦେଲେ ପ୍ରତିକ୍ରିୟା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଆଜି ଅର୍ଥାତ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ଆଜି ସମାଜରେ ଏକ ସକରାତ୍ମକ ବାର୍ତ୍ତା ସୃଷ୍ଟି କରିଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ, RCCF ପ୍ରକାଶ ଚାନ୍ଦ ଗୋଗିନେନି ଙ୍କ ସହିତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ତେବେ ଆଗାମୀ ଗୋଟିଏ ବର୍ଷ ଭିତରେ ସାରା ଓଡ଼ିଶାରେ ୮ କୋଟି ଗଛ ଲଗାଇବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ରାଜ୍ୟ ସରକାର ଏକ ସବୁଜ ଓ ସ୍ୱଚ୍ଛ ଓଡ଼ିଶା ଗଠନ ଦିଗରେ ଦୃଢ଼ ପାଦଚିହ୍ନ ଆଗକୁ ବଢ଼ାଇବେ। ଏହି ମହାଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ସମସ୍ତଙ୍କ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପରିବେଶ ଛାଡ଼ି ଯିବାର ଏକ ସାମୂହିକ ପ୍ରୟାସ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ସବୁଜ ଓଡ଼ିଶା ଗଢ଼ିବାର ସଂକଳ୍ପରେ ସାମିଲ ହେବା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।1
- *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ* *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ୍ ଏବଂ ବ୍ଲକସ୍ତରୀୟ ଫେଡେରେସନ୍ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ । ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା । ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନ ଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ । ###4
- ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।4
- ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି.1
- ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।1
- ଭଦ୍ରକରେ ଯଦି ଆସନ୍ତା ୧୫ ଦିନ ମଧ୍ୟରେ ମେଡିକାଲ କଲେଜ ସ୍ଥାପନ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ , ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଏପରିକି ଭଦ୍ରକ ବନ୍ଦ ଡାକରା ଦେବାକୁ ବି ପଛାଇବ ନାହିଁ ।1
- ଶରୀରକୁ ନିରୋଗ ରଖିବାକୁ, ଏହି ଉପାୟ ନିହାତି ଭାବରେ ମନେ ରଖନ୍ତୁ.।..1