ତାମିଲନାଡୁରେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ; ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେ ତାମିଲନାଡୁରେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ; ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ନେଇଛି ସୁଦୂର ତାମିଲନାଡୁ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ପଞ୍ଚାୟତ ନବରଙ୍ଗସାହି ଗ୍ରାମର ପ୍ରବାସୀ ଶ୍ରମିକ ଦିଗବିଜୟ ଲିମା ୩୨ ବର୍ଷଙ୍କର ମଦୁରାଇ ସ୍ଥିତ ରାଜାଜୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ନିଜ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଦିବିଚନ ଲିମାଙ୍କ ପୁଅ ଦିଗବିଜୟ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଗୁରୁତର ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକେ ତାଙ୍କ ଜୀବନ ବଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଶେଷରେ ସେ ମୃତ୍ୟୁ ସହ ହାରି ଯାଇଛନ୍ତି। ମୃତ ଦିଗ୍ ବିଜୟ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏବେ ତାଙ୍କର ମୃତଦେହ ତାମିଲନାଡୁରୁ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କର ଗରିବ ମା’ ଓ ପରିବାର ପାଖରେ ସମ୍ବଳ ନାହିଁ। ମୃତଦେହକୁ ଶେଷ ସଂସ୍କାର ପାଇଁ ନିଜ ଗ୍ରାମକୁ ଆଣିବା ନିମନ୍ତେ ଜିଲ୍ଲାପାଳ ଓ ରାଜ୍ୟ ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

- *ପାର୍କ ନିର୍ମାଣରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆର ଡ଼ି ସିର ଦ୍ୱାରସ୍ତ ହେଲେ ରମାକାନ୍ତ ମିଶ୍ର । ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଅଧୀନରେ ଥିବା ଅବାରସିଂ ପଞ୍ଚାୟତରେ କିଛିବର୍ଷ ପୂର୍ବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରି ମୋ ରା -ଉଦୟଗିରି ପାର୍କ ନିର୍ମାଣ କରାଯାଇଥିଲା l ଏବଂ ପାର୍କ ପାର୍ଶ୍ୱରେ ଶକ୍ତି କାଫେ ନିର୍ମାଣ କରି ତାହାର ଦାୟୀତ୍ବ ସ୍ଥାନୀୟi ସ୍ୱୟଂ ଶାସିତ ମହିଳା ଗ୍ରୁପକୁ ଦିଆଯାଇଥିଲା l ସରକାରଙ୍କ ଲକ୍ଷ୍ୟ ଥିଲା ଯେ,ଏହି ଆଦିବାସୀ ଦୁର୍ଗମ ଅଂଚଳର ମହିଳାମାନେ ଶକ୍ତି କାଫେରେ ବ୍ୟବସାୟ କରି ଆତ୍ମନିର୍ଭଳଶୀଳ ହେବା ସହ ସ୍ୱାବଲମ୍ବୀ ହେଇପାରିବେ l ଏବଂ ପାର୍କକୁ ଆସୁଥିବା ଲୋକଙ୍କ ଟିକଟ ଟଙ୍କାରେ ରାଜସ୍ବ ପଢ଼ିପାରିବ l କିନ୍ତୁ ନିର୍ମାଣରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ଏହି ପାର୍କ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ନିର୍ମାଣ ହେବାଠାରୁ ଅଞ୍ଚଳବାସୀ ଦାବୀ କରି ଆସୁଛନ୍ତି l କାରଣ ଯେକୌଣସି ସରକାରୀ କାର୍ଯ୍ୟର ନିର୍ମାଣ ହେବାପୂର୍ବରୁ କାର୍ଯ୍ୟର ସୂଚନା ଫଳକ ଲଗାଇବା ଆବଶ୍ୟକ କିନ୍ତୁ ଏଠାରେ ଲାଗିନଥିଲା l ଏନେଇ ଏହି ଗାଁର କିଛି ଲୋକ ସୂଚନା ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ବ୍ଲକକୁ ରା -ଉଦୟଗିରି ପଞ୍ଚାୟତରେ ଜନ ସୂଚନା ଅଧିକାରୀଙ୍କୁ ସୂଚନା ମାଗିଥିଲେ l ବିଡମ୍ବନା ବିଷୟ ହେଉଛିଯେ, ସେ ଯେଉଁ ତଥ୍ୟ ଦେଇଥିଲେ ଯେ, ତାହାକୁ ଯେକେହି ବି ଦେଖିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବ, କାରଣ ଯେଉଁ ଟ୍ରାକଟର ଗାଡିର ନମ୍ବରଟି ପାର୍କ ନିର୍ମାଣରେ ବ୍ୟବହୃତ ହୋଇଥିବା ନେଇ ଦର୍ଶାଇ ନମ୍ବରଟି ଦେଇଥିଲେ ତାହା ସେଇ ନମ୍ବରର ଟ୍ରାକଟର ଗାଡ଼ି ନଥିଲା ବାସ୍ତବରେ ତାହା ଏକ ମଟର ସାଇକେଲର ନମ୍ବର l ପାଇଥିବା ତଥ୍ୟ ଅନୁସାରେ ଏହି କାମର ବିଲ ଓ ଭାଉଚର ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ, ଏହି ପାର୍କରେ ଅତି ନିମ୍ନମାନର ଶିଶୁମାନଙ୍କର ଖେଳନା ସାମଗ୍ରୀ ଗୁଡିକୁ କିଣି ଅଧିକ ଟଙ୍କା ବିଲ କରାଯାଇଥିବା ନେଇ ଜଣା ପଡୁଛି l ଏବଂ ସବୁଠାରେ ବଡ କଥା ହେଲା ମୋ ରା -ଉଦୟଗିରି ପାର୍କ ଯାହାକି ରା -ଉଦୟଗିରି ଠାରେ ନିର୍ମାଣ ହେବାକଥା କାହାର ନିର୍ଦେଶରେ ଏହି ବ୍ଲକ ଅନ୍ତର୍ଗତ ଅବାରସିଂ ପଞ୍ଚାୟତ ଅଧୀନ ଡୁମ୍ବା ଠାରେ ଏହାକୁ ନିର୍ମାଣ କରାଯାଇଥିଲା l ଏହି ସବୁ ଦୁର୍ନୀତିକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ଏବଂ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ l ସେତେବେଳେ ଏହି ଦୁର୍ନୀତି ସମ୍ବନ୍ଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା l ସେତେବେଳେ ଏହି ଘଟଣା ଖବରକାଗଜର ଶିରନାମା ପାଲଟିଥିବା ବେଳେ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ମହଲରେ ଆଲୋଡନା ସୃଷ୍ଟି କରିଥିଲା l ଏହି ଦୁର୍ନୀତିରେ ବହୁ ବଡ ବଡ ସରକାରୀ ବାବୁମାନେ ସମ୍ପୃକ୍ତି ଥିବାରୁ ଦୁର୍ନୀତିକୁ ଚାପି ଦିଆଯାଇଥିଲା l ତେଣୁକରି ଆଜି ଆର, ଉଦଦୟଗିରି ଗ୍ରାମର ରମାକାନ୍ତ ମିଶ୍ର ଏହି ଦୁର୍ନୀତିର ଉଛସ୍ତରୀୟ ତଦନ୍ତ ଓ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ରାଜସ୍ବ ବିଭାଗୀୟ କମିଶନର ବ୍ରହ୍ମପୁରର ଦ୍ୱାରସ୍ତ ହୋଇଛନ୍ତି l ବର୍ତମାନ ଓଡ଼ିଶାରେ ସରକାର ପରିବର୍ତନ ହୋଇଛନ୍ତି, ଡବଲ ଇଂଜିନ ସରକାର କେବେ ଏହି ଦୁର୍ନୀତିର ଫର୍ଦାଫାସ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ହିଁ ସମସ୍ତଙ୍କ ନଜର?1
- Post by AK14TV1
- କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ନିମଖଣ୍ତି ଶ୍ରୀକୃଷ୍ଣସାହୁ ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।1
- ରାଉଲକେଲାରେ କ୍ରାଶ ହେଇଥିବା ବିମାନର ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍ #roukela #trending #odisha #odishabhaskar1
- ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ମର୍ମାନ୍ତୁତ ସଡ଼କ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ, ୨ ଜଣ ଗୁରୁତର ଓ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଅନ୍ୟ ଆହତମାନେ କୋଦଳା ମେଡିକାଲରେ ଚିକିତ୍ସିତ। ଦୁର୍ଘଟଣାର କାରଣ ନେଇ କବିସୂର୍ଯ୍ୟନଗର ପୋଲିସ ତଦନ୍ତ ଜାରି ରଖିଛି।4
- Post by Jay kala _ jay Kalinga1
- ତାମିଲନାଡୁରେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ; ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ନେଇଛି ସୁଦୂର ତାମିଲନାଡୁ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ପଞ୍ଚାୟତ ନବରଙ୍ଗସାହି ଗ୍ରାମର ପ୍ରବାସୀ ଶ୍ରମିକ ଦିଗବିଜୟ ଲିମା ୩୨ ବର୍ଷଙ୍କର ମଦୁରାଇ ସ୍ଥିତ ରାଜାଜୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ନିଜ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଦିବିଚନ ଲିମାଙ୍କ ପୁଅ ଦିଗବିଜୟ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଗୁରୁତର ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକେ ତାଙ୍କ ଜୀବନ ବଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଶେଷରେ ସେ ମୃତ୍ୟୁ ସହ ହାରି ଯାଇଛନ୍ତି। ମୃତ ଦିଗ୍ ବିଜୟ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏବେ ତାଙ୍କର ମୃତଦେହ ତାମିଲନାଡୁରୁ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କର ଗରିବ ମା’ ଓ ପରିବାର ପାଖରେ ସମ୍ବଳ ନାହିଁ। ମୃତଦେହକୁ ଶେଷ ସଂସ୍କାର ପାଇଁ ନିଜ ଗ୍ରାମକୁ ଆଣିବା ନିମନ୍ତେ ଜିଲ୍ଲାପାଳ ଓ ରାଜ୍ୟ ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।1