Shuru
Apke Nagar Ki App…
ମୋହନଙ୍କ ଟାର୍ଗେଟ୍ରେ ନବୀନ ; ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,24 ବର୍ଷର ସରକାରକୁ ସମାଲୋଚନା କଲେ । ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଯାଇ ନବୀନଙ୍କୁ ନିଜ ଜିଲ୍ଲାରେ ସମାଲୋଚନା କଲେ । ଆଉ ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପାଇଁ ନୟାଗଡ ଯାଇ ସେଠି ମଧ୍ୟ 24 ବର୍ଷର ସରକାରରେ ଥିବା ବିଜେଡି ଦଳକୁ ସମାଲୋଚନା କଲେ ।
ସୁଧାଂଶୁ ଶେଖର ନାୟକ
ମୋହନଙ୍କ ଟାର୍ଗେଟ୍ରେ ନବୀନ ; ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,24 ବର୍ଷର ସରକାରକୁ ସମାଲୋଚନା କଲେ । ଆଟାକିଂ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଯାଇ ନବୀନଙ୍କୁ ନିଜ ଜିଲ୍ଲାରେ ସମାଲୋଚନା କଲେ । ଆଉ ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପାଇଁ ନୟାଗଡ ଯାଇ ସେଠି ମଧ୍ୟ 24 ବର୍ଷର ସରକାରରେ ଥିବା ବିଜେଡି ଦଳକୁ ସମାଲୋଚନା କଲେ ।
More news from Odisha and nearby areas
- ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha1
- ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll ଜାହାଜ କାହିଁକି ବୁଡ଼ିଲା କହିଦେଲେ ବଂଚିଯାଇଥିବା ଦୁଇଜଣ ll Big Breaking News ll1
- ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ, ମେଡିକାଲ ରେ ଭର୍ତି1
- ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬2
- ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।2
- ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha1
- ଥାନାରେ ନ୍ୟାୟ ନପାଇ ନ୍ୟାୟ ପାଇଁ ଏସପି ଙ୍କ ଗୁହାରି କଲେ ପରିବାର ଲୋକ1
- Anchor- ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ସ୍ଵାମୀ,ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ,ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଲାଟ୍ରିନ ଟାଙ୍କି ଭିତରେ କୌଶଲ୍ୟା ପ୍ରଧାନ ଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା,ଏହି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରିଶ ପ୍ରଧାନ ଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ।ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା। ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ତ୍ରୀର ଲାସ୍ କୁ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଜୁଆଙ୍ଗ ସାହିରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି।ସୁଚନା ମୁତାବକ ଗତକାଲି ସ୍ତ୍ରୀ କୌଶଲ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲା ସୁଭଦ୍ରା ଯୋଜନାର ପାଞ୍ଚ ହଜାର ଟଙ୍କା।ଏ କଥା କୌଶଲ୍ୟା ଙ୍କ ସ୍ଵାମୀ ଜାଣିବା ପରେ ଟଙ୍କା ଉଠାଇବାକୁ ଜିଦ୍ କରି ତାଙ୍କୁ ଗାଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ।ସେଠାରେ ସବୁ ଟଙ୍କା ଉଠାଇ ତାଙ୍କ ହାତକୁ ଦେବାକୁ କହିବାରୁ ଏହାକୁ ବାରଣ କରିଥିଲେ କୌଶଲ୍ୟା।ଯାହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଗିରିଶ ସ୍ତ୍ରୀ କୌଶଲ୍ୟାଙ୍କୁ ପିଟି ପିଟି ଘରକୁ ଆଣିଥିଲେ।ପରେ ରାତି ହେବାରୁ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡିରେ ପିଟିପିଟି ଜୀବନରେ ମାରି ଦେଇଥିଲେ।ଜୀବନ ଚାଲିଯିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଇଥିଲା ସକାଳ ପାହିବା ପରେ ଗାତ ଭିତରୁ ପଦାକୁ କୌଶଲ୍ୟାଙ୍କ ହାତ ପାପୁଲି ଦିଶୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଗିରିଶ ନିଜ ସ୍ତ୍ରୀଙ୍କୁ ମାରି ଲାଟ୍ରିନ ଟାଙ୍କି ଗାତରେ ପୋତି ଦେଇ ମାଟି ଘୋଡାଇ ଦେଇଥିଲା।ପରେ ସଦର ଥାନା ପୋଲିସ କୁ ଖବର ଦେଇଥିଲେ ଜୁଆଙ୍ଗ ସାହି ବାସିନ୍ଦା।ସଦରଥାନା ଆଇଆଇସି , ଏସଡିପିଓ , ଅତିରିକ୍ତ ଏସପିଙ୍କ ସମେତ ପୋଲିସ୍ ପୁରା ଟିମ୍ ଓ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା।ସେତେବେଳକୁ ହତ୍ୟାକାରୀ ସ୍ଵାମୀ ଗିରିଶ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗାଁ ନିକଟସ୍ଥ ପଡିଆ ପାଖରୁ ମାଡ଼ି ବସିଥିଲା ପୋଲିସ।ପଚରାଉଚରା ପରେ ପୋଲିସ ଆଗରେ ସବୁ ସତ ବି ଉଗାଳିଥିଲା।ହତ୍ୟାକାରୀ ସ୍ଵାମୀ ଗିରିଶ ଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତା ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଶାବଳ ଓ ବାଡ଼ି ଜବତ କରିଛି ପୋଲିସ।ଅଭିଯୁକ୍ତ ଗିରିଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଢେଙ୍କାନାଳ ଓଡାପଡା ରୁ ସୁବାଷ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ ଢେଙ୍କାନାଳ news odisha1
- ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll ଆଠ ମିନିଟ୍ ରେ କେମିତି ବୁଡ଼ିଗଲା ଜାହାଜ ll ଦେଖନ୍ତୁ କଣ ଥିଲା ପୁରା ଘଟଣା ll1