logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

1 hr ago
user_MSP TV (Reporter:-MiHiR)
MSP TV (Reporter:-MiHiR)
Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
1 hr ago

More news from ଓଡ଼ିଶା and nearby areas
  • ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।
    1
    ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    6 hrs ago
  • ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।
    1
    ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    36 min ago
  • କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
    1
    କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    8 hrs ago
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    6 hrs ago
  • ନୂଆପଡ଼ା -୨୯/୪ -ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜଳ ଓ ପରିମଳ ମିଶନ ର ୧୭ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି। ଜଳ ସଂକଟର ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ବୈଠକର ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସ୍ୱାଗତ ଭାଷଣ ଦେବା ସହ ଆଗାମୀ ଦିନର କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ଜଳାଭାବ ପରିଲକ୍ଷିତ ହେଉଥିବା ଅଞ୍ଚଳଗୁଡ଼ିକ ଉପରେ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ମନରେଗା ଯୋଜନାର ବିନିଯୋଗ କରି ନୂତନ ଜଳାଶୟ ସୃଷ୍ଟି କରିବା ଓ ଜଳ ସଂରକ୍ଷଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଳର ଅପବ୍ୟବହାର ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ବିଭାଗକୁ ପରାମର୍ଶ ଦିଆଯାଇଛି। ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ପାଇଁ କଡ଼ା ପଦକ୍ଷେପ ଓ ଜରିମାନା। ଜିଲ୍ଲାରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା” ଅଭିଯାନ ଜୋରଦାର ଚାଲିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ: ୫ ଜୁନ୍ ୨୦୨୫ ଠାରୁ ଏପର୍ଯ୍ୟନ୍ତ ୨୩୮ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଛି। ୩୬୬୪ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯାଇଥିବା ବେଳେ ଏଥିପାଇଁ ମୋଟ ୩,୮୩,୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲ୍ଲା ରେ ସଚ୍ଛତା ଓ 'ବର୍ତନ ବ୍ୟାଙ୍କ'ର ସଫଳତା ଦେଖାଦେଇଛି। ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାର ୫ଟି ବ୍ଲକ୍ ଓ ୩ଟି ଏନଏସିରେ 'ବର୍ତନ ବ୍ୟାଙ୍କ' ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ମୋଟ ୧୭୭ଟି ଲକ୍ଷ୍ୟ ମଧ୍ୟରୁ ୧୬୪ଟି ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ପ୍ଲାଷ୍ଟିକ୍ ପରିଚାଳନା ପାଇଁ ୫୩ଟି ସଂଗ୍ରହ ଓ ବିଭାଜନ ଶେଡ୍ ନିର୍ମାଣ ସରିଥିବା ବେଳେ ୩୧ଟିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହିଁ ଜିଲ୍ଲାର ବିକାଶର ମାପକାଠି ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା ଙ୍କ ସମେତ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ବ୍ଲକର ବିଡିଓମାନେ ଉପସ୍ଥିତ ଥିଲେ।
    1
    ନୂଆପଡ଼ା -୨୯/୪ -ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜଳ ଓ ପରିମଳ ମିଶନ ର ୧୭ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି।
ଜଳ ସଂକଟର ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ
ବୈଠକର ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ  ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସ୍ୱାଗତ ଭାଷଣ ଦେବା ସହ ଆଗାମୀ ଦିନର କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ଜଳାଭାବ ପରିଲକ୍ଷିତ ହେଉଥିବା ଅଞ୍ଚଳଗୁଡ଼ିକ ଉପରେ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ମନରେଗା  ଯୋଜନାର ବିନିଯୋଗ କରି ନୂତନ ଜଳାଶୟ ସୃଷ୍ଟି କରିବା ଓ ଜଳ ସଂରକ୍ଷଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଳର ଅପବ୍ୟବହାର ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ବିଭାଗକୁ ପରାମର୍ଶ ଦିଆଯାଇଛି।
ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ପାଇଁ କଡ଼ା ପଦକ୍ଷେପ ଓ ଜରିମାନା।
ଜିଲ୍ଲାରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା” ଅଭିଯାନ ଜୋରଦାର ଚାଲିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ:
୫ ଜୁନ୍ ୨୦୨୫ ଠାରୁ ଏପର୍ଯ୍ୟନ୍ତ ୨୩୮ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଛି।
୩୬୬୪ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯାଇଥିବା ବେଳେ ଏଥିପାଇଁ ମୋଟ ୩,୮୩,୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଜିଲ୍ଲା ରେ ସଚ୍ଛତା ଓ 'ବର୍ତନ ବ୍ୟାଙ୍କ'ର ସଫଳତା ଦେଖାଦେଇଛି।
ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାର ୫ଟି ବ୍ଲକ୍ ଓ ୩ଟି ଏନଏସିରେ 'ବର୍ତନ ବ୍ୟାଙ୍କ' ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ମୋଟ ୧୭୭ଟି ଲକ୍ଷ୍ୟ ମଧ୍ୟରୁ ୧୬୪ଟି ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ପ୍ଲାଷ୍ଟିକ୍ ପରିଚାଳନା ପାଇଁ ୫୩ଟି ସଂଗ୍ରହ ଓ ବିଭାଜନ ଶେଡ୍ ନିର୍ମାଣ ସରିଥିବା ବେଳେ ୩୧ଟିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହିଁ ଜିଲ୍ଲାର ବିକାଶର ମାପକାଠି ବୋଲି ସେ ପ୍ରକାଶ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା ଙ୍କ ସମେତ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ବ୍ଲକର ବିଡିଓମାନେ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    11 hrs ago
  • ଭାଇରାଲ ହେଉଛି କଙ୍କାଳ କୁ ବୋହି ବ୍ୟାଙ୍କ କୁ ଯିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି।
    1
    ଭାଇରାଲ ହେଉଛି କଙ୍କାଳ କୁ ବୋହି ବ୍ୟାଙ୍କ କୁ ଯିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Gopal Das Mahananda
    1
    Post by Gopal Das Mahananda
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ବିଶ୍ଵରେ No1
    1
    ବିଶ୍ଵରେ No1
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ତା. 29/04/226 ରିଖ ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି। ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି। ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    1
    ତା. 29/04/226 ରିଖ 
ଗୋପ ଅଣ୍ଡରାଇଛାପୁର ମା ଦଶମଲ୍ଲୀ ଠାକୁରାଣୀ ଙ୍କ ମନ୍ଦିର ରୁ   ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ  ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ସୁଚନା ଦେଇଛନ୍ତି ଯେ ବାରମ୍ବାର ଚୋରି ହେଉଥିବା ରୁ ଅଞ୍ଚଳ ବାସୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି। 
ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଗୋପ ଓ ନିମାପଡା ଥାନା ଅଧୀନସ୍ଥ ଅଞ୍ଚଳରେ ମନ୍ଦିର ଚୋରୀ ଘଟଣା ନିୟମିତ ଭାବେ ବୃଦ୍ଧି ପାଉଛି। କେବଳ ଚୋରୀ ନୁହେଁ, ରାତିରେ ଡକାୟିତି, ରାହାଜାନି ଓ ନିଶା କାରବାର ମଧ୍ୟ ବେପରୁଆ ଭାବେ ଚାଲିଥିବା ନେଇ ଅଭିଯୋଗ ହେଉଛି।
ପୋଲିସର ଅପାରଗତା କି ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି 
ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଯଦି ନିୟମିତ ରାତ୍ରିକାଳୀନ ପେଟ୍ରୋଲିଙ୍ଗ ହେଉଥାନ୍ତା, ତେବେ ଏଭଳି ଘଟଣା ଘଟୁ ନ ଥାନ୍ତାବୋଲି ଅଞ୍ଚଳ ବାସୀ ଦାବୀ କରି ଛନ୍ତି। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅପରାଧୀମାନେ ଦିନକୁ ଦିନ ବହୁତ ଅପରାଧ ଘଟାଇ ଚାଲିଛନ୍ତି ବୋଲି ଜନସାଧାରଣ ଅଭିଯୋଗ  କରିଛନ୍ତି।
ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଲୋକମାନଙ୍କ ଆସ୍ତା ଓ ଭାବନାର କେନ୍ଦ୍ର। ଏପରି ସ୍ଥାନରୁ ଚୋରୀ ହେବା ମାନେ ସମଗ୍ର ସମାଜର ଆସ୍ତାକୁ ଆଘାତ ଦେବା ସହ ସମାନ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି।
ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିବା ର ଶୁଣିବାକୁ ମିଳିଛି।
ଗୋପ ରୁ ଶ୍ରୀଧର ମହାରଣା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.