ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବରେ କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୯୬ ତମ ଜୟନ୍ତୀ ସମାରୋହ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ ଯେ ସର୍ବତ୍ର ପରିଚିତ ଜଣେ ମଣିଷ ଆଗରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ସମ୍ମାନ ତୁଚ୍ଛ। ଏହି ସମାରୋହ ବ୍ରଜେଶ୍ଵରି ନୃତ୍ୟ କଳା ପରିଷଦ କୁଂଭାରୀ ଏବଂ ଭଗବାନ ସାହୁ ସ୍ମୃତି କମିଟି ବରପାଲି ତରଫରୁ ଆୟୋଜିତ ହୋଇଥିଲା, ଯାହାର ସଭାପତିତ୍ୱ କମିଟିର ସଭାପତି ଡାକ୍ତର ସୁବଳ ମାଝୀ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରପାଲି ବ୍ଲକ ଚେୟାରମେନ ରିନା ଥଇତ ଯୋଗଦେଇଥିବା ବେଳେ, ପ୍ରାକ୍ତନ ଟ୍ରିବ୍ୟୁନାଲ ଜର୍ଜ ପ୍ରମୋଦ କୁମାର ଝଙ୍କାର ଏବଂ କଳାପାଣି କଲେଜର ଅଧ୍ୟାପକ ମୋହନ ସାହୁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଅଧ୍ୟାପକ ମୋହନ ସାହୁ ମୁଖ୍ୟ ବକ୍ତା ଭାବରେ ଉପରୋକ୍ତ ମର୍ମରେ ନିଜ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ବିନ୍ଦୁ ଓ ବଂଶୀ ବାଦକ ମୀନକେତନଙ୍କ ସମେତ ଅନେକ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ 'ଆଲୋକରେ ଶବନୃତ୍ୟ' ବହିର ରଚୟିତା ଭାଗବତିଆ ମାଷ୍ଟ୍ରେ ମଞ୍ଚାସୀନ ଥିଲେ। ଏଥିସହ, 'ଚୌହାନ ବୀର ସୁରେନ୍ଦ୍ର ସାଏ' ନାମକ ଏକ ବହି ମଧ୍ୟ ଉନ୍ମୋଚନ କରାଯାଇଥିଲା। ଶେଷରେ, ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବରେ କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୯୬ ତମ ଜୟନ୍ତୀ ସମାରୋହ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ ଯେ ସର୍ବତ୍ର ପରିଚିତ ଜଣେ ମଣିଷ ଆଗରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ସମ୍ମାନ ତୁଚ୍ଛ। ଏହି ସମାରୋହ ବ୍ରଜେଶ୍ଵରି ନୃତ୍ୟ କଳା ପରିଷଦ କୁଂଭାରୀ ଏବଂ ଭଗବାନ ସାହୁ ସ୍ମୃତି କମିଟି ବରପାଲି ତରଫରୁ ଆୟୋଜିତ ହୋଇଥିଲା, ଯାହାର ସଭାପତିତ୍ୱ କମିଟିର ସଭାପତି ଡାକ୍ତର ସୁବଳ ମାଝୀ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରପାଲି ବ୍ଲକ ଚେୟାରମେନ ରିନା ଥଇତ ଯୋଗଦେଇଥିବା ବେଳେ, ପ୍ରାକ୍ତନ ଟ୍ରିବ୍ୟୁନାଲ ଜର୍ଜ ପ୍ରମୋଦ କୁମାର ଝଙ୍କାର ଏବଂ କଳାପାଣି କଲେଜର ଅଧ୍ୟାପକ ମୋହନ ସାହୁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଅଧ୍ୟାପକ ମୋହନ ସାହୁ ମୁଖ୍ୟ ବକ୍ତା ଭାବରେ ଉପରୋକ୍ତ ମର୍ମରେ ନିଜ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ବିନ୍ଦୁ ଓ ବଂଶୀ ବାଦକ ମୀନକେତନଙ୍କ ସମେତ ଅନେକ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ 'ଆଲୋକରେ ଶବନୃତ୍ୟ' ବହିର ରଚୟିତା ଭାଗବତିଆ ମାଷ୍ଟ୍ରେ ମଞ୍ଚାସୀନ ଥିଲେ। ଏଥିସହ, 'ଚୌହାନ ବୀର ସୁରେନ୍ଦ୍ର ସାଏ' ନାମକ ଏକ ବହି ମଧ୍ୟ ଉନ୍ମୋଚନ କରାଯାଇଥିଲା। ଶେଷରେ, ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
- ଗ୍ୱାଲିଅର ରେଳ ଷ୍ଟେସନରେ ଯାତ୍ରା ସମୟରେ ଏକ ଚୋରି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ କାନର ସୁନା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିବାକୁ ଚେଷ୍ଟା କରୁଥିବା ଜଣେ ଚତୁର ଚୋରକୁ ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଘଟଣାସ୍ଥଳରେ ଧରାଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଧରାପଡ଼ିଲେ ନିଜ ପତ୍ନୀ ଓ ଛୋଟ ପିଲାର ଦ୍ୱାହି ଦେଇ ଲୋକଙ୍କ ସହାନୁଭୂତି ହାସଲ କରି ଖସିଯାଉଥିଲା, କିନ୍ତୁ ଏଥର ତାହାର ଚାଲାକି କାମ ଦେଲାନି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି, ସେମାନେ ନିଜର ମୂଲ୍ୟବାନ ସାମଗ୍ରୀ ଓ ଗହଣାର ବିଶେଷ ଯତ୍ନ ନିଅନ୍ତୁ। ଯଦି କୌଣସି ସନ୍ଦିଗ୍ଧ ଗତିବିଧି ଦେଖାଯାଏ, ତୁରନ୍ତ ଜିଆରପି (GRP)/ଆରପିଏଫ (RPF) କିମ୍ବା ରେଳ ଅଧିକାରୀଙ୍କୁ ସୂଚନା ଦିଅନ୍ତୁ। ଭିଡ଼ ଥିବା ରେଳ ଷ୍ଟେସନ ଏବଂ ଟ୍ରେନରେ ଅଧିକ ସତର୍କ ରୁହନ୍ତୁ। ସାବଧାନତା ହିଁ ସୁରକ୍ଷା। ଆପଣଙ୍କ ଜୀବନସାରାର କଠିନ ପରିଶ୍ରମର ରୋଜଗାର କିଛି କ୍ଷଣରେ ଚୋରି ହୋଇପାରେ, ତେଣୁ ଯାତ୍ରା ସମୟରେ ସର୍ବଦା ସତର୍କ ରହିବା ନିତାନ୍ତ ଆବଶ୍ୟକ।1
- ଝାରସୁଗୁଡ଼ା ଜିଲ୍ଲାର କୋଳାବିରା ଠାରେ ୨୯ ଜୁନ୍ ୨୦୨୬ ରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଜନସାଧାରଣ ନିଜର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ଏବଂ ସମୟଭିତ୍ତିକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, କୋଳାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ଲାକ୍ରା, ତହସିଲଦାର ଶ୍ରୀ ମନୋଜ କୁଜୁର, ଝାରସୁଗୁଡ଼ା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ସିଂଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାକ୍ରା ଏବଂ ସହକାରୀ ଜ଼ିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିବିରରେ ମୋଟ ୪୫ଟି ଅଭିଯୋଗ ପତ୍ର ପଞ୍ଜୀକରଣ କରାଯାଇଥିଲା, ଯେଉଁଥିରୁ ୨୮ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିକ ଅଭିଯୋଗ ଥିଲା। ଏହା ବ୍ୟତୀତ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରମୁଖ ଆଲୋଚନା ବିଷୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା, ଜମିଜମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ରାସ୍ତା ନିର୍ମାଣ, ବିଭିନ୍ନ ଭତ୍ତା, ପେନସନ, ରାସନ କାର୍ଡ, ଆଶୀର୍ବାଦ ଯୋଜନା ଏବଂ ଜମିବାଡ଼ି ସମସ୍ୟା ଆଦି ପ୍ରମୁଖ ଥିଲା।4
- ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଦୁଇ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତଲାସି ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ କୋଠା, ପ୍ଲଟ, ନଗଦ ଟଙ୍କା ଏବଂ ଏକାଧିକ ଯାନବାହନ ମିଳିଥିବା ଜଣାପଡ଼ିଛି।1
- ଗତ ରବିବାର (28-06-2026) ଦିନ ବେଲପାହାଡ଼ର ସଚେତନ ନାଗରିକ ଏବଂ ଯୁବକମାନଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ବେଲପାହାଡ଼ ଷ୍ଟେସନ ଦେଇ ଯାଉଥିବା ୫ ଗୋଟି ଟ୍ରେନର ଯାତ୍ରୀମାନଙ୍କୁ ନିଃଶୁଳ୍କ ଥଣ୍ଡା ପାନୀୟ ଏବଂ ସର୍ବତ ବିତରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ସଂଗଠନ ବିଗତ ତିନିମାସ ଧରି ପ୍ରତ୍ୟେକ ରବିବାର ସହିତ ସପ୍ତାହରେ ୩ ଦିନ ଏମିତି ଯାତ୍ରୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହି କ୍ରମରେ ଗତ ରବିବାର ପାଖାପାଖି ୫ ଗୋଟି ଟ୍ରେନର ୩୦୦ ରୁ ୪୦୦ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ଏହି ଅବସରରେ ହିତେଶ ଠକ୍କର, ନରେଶ ମେହେର, ଆଲୋକ ଅଗ୍ରୱାଲ, ରାଜୁ ରାଉତ, ବିନୟ ଅଗ୍ରୱାଲ, ଆମର ଠକ୍କର, ରବି ଅଗ୍ରୱାଲ, ନମନ ମେହେର, ରୋହିତ ଚୋଖାନି, ଫିରତ ସାହୁ, ଉମେଶ ରାଠୋର, ପଙ୍କଜ ମିତ୍ତଲ, ଦିଲୀପ ଗୋସ୍ୱାମୀ, ସିବ ସାହୁ, ମୁକେଶ ଅଗ୍ରୱାଲ ସମେତ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।1
- ଗତ ୨୯/୬/୨୦୨୬ (ସୋମବାର) ଦିନ ସୁବର୍ଣ୍ଣପୁରର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଭିନ୍ନକ୍ଷମ ପ୍ରମାଣପତ୍ର ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏକ ବିରଳ ଚିତ୍ର ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ନିଜ କାନ୍ଧରେ ବୋହି ନେଉଥିବା ଦେଖାଯାଇଥିଲା। ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଏପରି ଦୃଶ୍ୟ ସମୟର ଏକ ଚିନ୍ତାଜନକ ଦିଗକୁ ଉଜାଗର କରିଥିଲା।3
- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପାତାଳିଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।1
- ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବରେ କୋଶଳୀ ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୯୬ ତମ ଜୟନ୍ତୀ ସମାରୋହ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ ଯେ ସର୍ବତ୍ର ପରିଚିତ ଜଣେ ମଣିଷ ଆଗରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ସମ୍ମାନ ତୁଚ୍ଛ। ଏହି ସମାରୋହ ବ୍ରଜେଶ୍ଵରି ନୃତ୍ୟ କଳା ପରିଷଦ କୁଂଭାରୀ ଏବଂ ଭଗବାନ ସାହୁ ସ୍ମୃତି କମିଟି ବରପାଲି ତରଫରୁ ଆୟୋଜିତ ହୋଇଥିଲା, ଯାହାର ସଭାପତିତ୍ୱ କମିଟିର ସଭାପତି ଡାକ୍ତର ସୁବଳ ମାଝୀ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରପାଲି ବ୍ଲକ ଚେୟାରମେନ ରିନା ଥଇତ ଯୋଗଦେଇଥିବା ବେଳେ, ପ୍ରାକ୍ତନ ଟ୍ରିବ୍ୟୁନାଲ ଜର୍ଜ ପ୍ରମୋଦ କୁମାର ଝଙ୍କାର ଏବଂ କଳାପାଣି କଲେଜର ଅଧ୍ୟାପକ ମୋହନ ସାହୁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଅଧ୍ୟାପକ ମୋହନ ସାହୁ ମୁଖ୍ୟ ବକ୍ତା ଭାବରେ ଉପରୋକ୍ତ ମର୍ମରେ ନିଜ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ବିନ୍ଦୁ ଓ ବଂଶୀ ବାଦକ ମୀନକେତନଙ୍କ ସମେତ ଅନେକ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ 'ଆଲୋକରେ ଶବନୃତ୍ୟ' ବହିର ରଚୟିତା ଭାଗବତିଆ ମାଷ୍ଟ୍ରେ ମଞ୍ଚାସୀନ ଥିଲେ। ଏଥିସହ, 'ଚୌହାନ ବୀର ସୁରେନ୍ଦ୍ର ସାଏ' ନାମକ ଏକ ବହି ମଧ୍ୟ ଉନ୍ମୋଚନ କରାଯାଇଥିଲା। ଶେଷରେ, ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।1
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ସମସ୍ତ ଲୋକଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହିତ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଛନ୍ତି।1
- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ତା:୨୯/୦୬/୨୬ରେ କୋଲାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିକ୍ଷାର ମାନ, ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ୟୁନିଫର୍ମର ଗୁଣବତ୍ତା ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି। ପ୍ରଥମେ ସେ କୋଲାବିରାସ୍ଥିତ ପି.ଏସ. ହାଇସ୍କୁଲ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ୟୁନିଫର୍ମ ବଣ୍ଟନ ଓ ଏହାର ଗୁଣବତ୍ତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନାଗାର ପରିଦର୍ଶନ ସମୟରେ, କ୍ଷତିଗ୍ରସ୍ତ ୱାଲ୍ ପେପର୍ ହଟାଇବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହ, ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳରେ ଉନ୍ନତି ଆଣିବା ସହ ବିଦ୍ୟାଳୟର A1 ମାନ୍ୟତା ହାସଲ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପଛପଟେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବାକୁ ମଧ୍ୟ କୁହାଯାଇଥିଲା। ପରେ ଜିଲ୍ଲାପାଳ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷଙ୍କ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ୟୁନିଫର୍ମର ଗୁଣବତ୍ତା ଯାଞ୍ଚ କରିବା ସହ ଶ୍ରେଣୀ ବିଭାଜନ ପାଇଁ କକ୍ଷ ବିଭାଜନ (Partition) କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶେଷରେ ସେ ସିରିଆପାଲିସ୍ଥିତ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନାଗାର, କ୍ରୀଡ଼ା କକ୍ଷ, ପାଠାଗାର ଓ ଆଇସିଟି ଲ୍ୟାବ୍ ପରିଦର୍ଶନ କରିବା ସହ ୟୁନିଫର୍ମର ଗୁଣବତ୍ତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଉତ୍ସାହଜନକ ଉତ୍ତରକୁ ପ୍ରଶଂସା କରିଥିଲେ। ଏହା ସହିତ, ପ୍ରାଥମିକ ସ୍ତରରେ Foundational Literacy and Numeracy (FLN) କାର୍ଯ୍ୟକ୍ରମର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ପରିଦର୍ଶନ ଅବସରରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଶୃଙ୍ଖଳା, ପରିମଳ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।4