logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ

8 hrs ago
user_Koraput News
Koraput News
ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
8 hrs ago

କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ

More news from ଓଡ଼ିଶା and nearby areas
  • ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ମହିମା
    1
    ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା   ମହିମା
    user_Biranchi Dhangadamajhi
    Biranchi Dhangadamajhi
    Farmer କୋକସରା, କଳାହାଣ୍ଡି, ଓଡ଼ିଶା•
    23 hrs ago
  • *ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ* *ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ* ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଣ୍ଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ନୂତନ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଆସିଥିବା କୁନି କୁନି ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସ୍ୱାଗତ କରିଥିଲେ। ଅଧିକାରୀମାନଙ୍କ ଏହି ଆତ୍ମୀୟତା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।ରାଜ୍ୟବ୍ୟାପୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ଏବଂ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ନିଜେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ସୂଚନା ପ୍ରଦାନ କରି କହିଥିଲେ ଯେ, ଆସନ୍ତା ଏପ୍ରିଲ ୨ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ନାମଲେଖା ଦିବସ ମହାସମାରୋହରେ ପାଳନ କରାଯିବ।ନୂତନ ଶିକ୍ଷାର୍ଥୀମାନଙ୍କୁ ପାରମ୍ପରିକ ରୀତିରେ ଚନ୍ଦନ ଓ ଫୁଲ ଦେଇ ସ୍ୱାଗତ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଧିବାସୀମାନଙ୍କୁ ସାମିଲ କରାଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ସମସ୍ତଙ୍କୁ ଶୁଣାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜୋସ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।
    4
    *ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ* 
*ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ*
ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଣ୍ଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ  ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ନୂତନ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଆସିଥିବା କୁନି କୁନି ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସ୍ୱାଗତ କରିଥିଲେ। ଅଧିକାରୀମାନଙ୍କ ଏହି ଆତ୍ମୀୟତା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।ରାଜ୍ୟବ୍ୟାପୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ଏବଂ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ନିଜେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ  ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ସୂଚନା ପ୍ରଦାନ କରି କହିଥିଲେ ଯେ, ଆସନ୍ତା ଏପ୍ରିଲ ୨ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ନାମଲେଖା ଦିବସ ମହାସମାରୋହରେ ପାଳନ କରାଯିବ।ନୂତନ ଶିକ୍ଷାର୍ଥୀମାନଙ୍କୁ ପାରମ୍ପରିକ ରୀତିରେ ଚନ୍ଦନ ଓ ଫୁଲ ଦେଇ ସ୍ୱାଗତ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଧିବାସୀମାନଙ୍କୁ ସାମିଲ କରାଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ସମସ୍ତଙ୍କୁ ଶୁଣାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜୋସ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
  • Post by Bd Ok
    3
    Post by Bd Ok
    user_Bd Ok
    Bd Ok
    ବିଷମାକଟକ, ରାୟଗଡା, ଓଡ଼ିଶା•
    13 hrs ago
  • ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।
    1
    ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    17 hrs ago
  • ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଙ୍କ ନିର୍ଦେଶ କ୍ରମେ ଏବଂଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ, ଗିରିଧାରୀ ଙ୍କ ଉପସ୍ଥିତି ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ମୁଖ୍ୟ ବକ୍ତା ରୂପେ ନିକଟସ୍ଥ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଏସ. ତିରୁପତି ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଗଜପତି ଜିଲ୍ଲା ର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ସାପ କାମୁଡା, କୁକୁର କାମୁଡା ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ସ୍କାର୍ଫ, ଓଗଲ, ବ୍ୟାଚ୍, ଖାତା, କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।
    1
    ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଙ୍କ ନିର୍ଦେଶ କ୍ରମେ ଏବଂଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ, ଗିରିଧାରୀ ଙ୍କ ଉପସ୍ଥିତି ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ମୁଖ୍ୟ ବକ୍ତା ରୂପେ ନିକଟସ୍ଥ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଏସ. ତିରୁପତି ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ  । ଏହି ଶିବିରରେ ଗଜପତି ଜିଲ୍ଲା ର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର  ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ସାପ କାମୁଡା, କୁକୁର କାମୁଡା ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ  ସ୍କାର୍ଫ, ଓଗଲ, ବ୍ୟାଚ୍, ଖାତା, କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ  କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ   ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • ଅଏଲରେ ଫଗୁ ଜନ
    1
    ଅଏଲରେ ଫଗୁ ଜନ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା ।
Place_Kalahandi
ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି।
ଆସନ୍ତୁ ଦେଖିବା ଏହି ରିପୋର୍ଟ… 
ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି
ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।”
ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ।
କଳାହାଣ୍ଡିରୁ   ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    4 hrs ago
  • ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି। ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।
    1
    ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି।
ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    21 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.