logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀରେ “ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ” କାର୍ଯ୍ୟକ୍ରମ, “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ପୁସ୍ତକ ଉନ୍ମୋଚନ ପୁରୀ, ୧୪/୦୩: ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ “ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ” କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ପୁସ୍ତକର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇ “ସକାଳୁ ସକାଳୁ ଉଠନ୍ତୁ, ଜୟ ଜଗନ୍ନାଥ ଜପନ୍ତୁ” ବାଣୀ ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଚେତନାକୁ ଓଡ଼ିଶା ତଥା ବିଶ୍ୱରେ ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଭାପତି ଡ଼. ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଓ ଭକ୍ତ ସମାଜର ଶଶିକାନ୍ତ ରଥଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ (ରାଧାବଲ୍ଲଭ ମଠ, ପୁରୀ), ବଡୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରାୟ, ଦଇତାପତି ନିଯୋଗର ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଶ୍ରୀମନ୍ଦିର ପୂଜାପଣ୍ଡା ରାମନାରାୟଣ ପୂଜାପଣ୍ଡା, ପାଳିଆ ସେବକ ଜମେଶ୍ୱର ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାଶ, ଅଳକା ଦାଶ, ଚୂନରା ସେବକ ଶରତ ମହାନ୍ତି, ଡ଼. ବନୋଜ ରାୟ, ହରପ୍ରିୟା ଦାଶ, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷା, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀ, ସୁଶୀଲ ପଟ୍ଟନାୟକ, ରବିନାରାୟଣ ମହାପାତ୍ର, ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଆ, ହିନ୍ଦୀ ଭାଷାରେ “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ଓ “ଭକ୍ତ ଭଗବାନ” ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଆସନ୍ତା ଦିନରେ ହିମାଚଳ ପ୍ରଦେଶର ପରାଗପୁରରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ହିନ୍ଦୀ ଭାଷାରେ ଶ୍ରୀଜଗନ୍ନାଥ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଭାରତର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ପୁସ୍ତକରେ ଶ୍ରୀଜଗନ୍ନାଥଙ୍କ ମହିମା, ଶ୍ରୀମନ୍ଦିରର ଆତ୍ମକଥା, ଶିଳାଲେଖ ଓ ଅଭିଲେଖରେ ଜଗନ୍ନାଥ, ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମନ୍ଦିରର ପର୍ବପର୍ବାଣୀ, ସ୍ନାନ ପୂର୍ଣ୍ଣିମା, ମହାପ୍ରସାଦ ଓ ଛପନ ଭୋଗ, ଦୈନନ୍ଦିନ ନୀତିକାନ୍ତି ଇତ୍ୟାଦି ବିଷୟ ସମ୍ମିଳିତ ହୋଇଛି। ଏହାସହ ନୂତନ ପ୍ରଯୁକ୍ତି AI ମାଧ୍ୟମରେ ତିଆରି ହୋଇଥିବା ଭିଡିଓ ଫିଲ୍ମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରଣ କରାଯାଇଛି। କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ପାଇଁ କାମ କରୁଥିବା ବିଭିନ୍ନ ଜିଲ୍ଲାର ବ୍ୟକ୍ତି ଓ ମହିଳାମାନଙ୍କୁ “ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ” ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାର ଅନନ୍ୟା ସାମନ୍ତରାୟ ଓ ଭୁବନେଶ୍ୱର ଲେଡିଜ୍ ଫୋରମ ସଦସ୍ୟାମାନଙ୍କ ଦ୍ୱାରା ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା। ଅନୁଷ୍ଠାନର ସଫଳତା ପାଇଁ ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ପ୍ରଫୁଲ ଦାସ, ଭଗବାନ ଦାସ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଅଜୟ ଦାସ, ଅକ୍ଷୟ ସାହୁ, ଶରତ ମହାପାତ୍ର, ତନ୍ମୟ ଜେନା, ଅଶୋକ ବଳ, ବଂଶୀଧର ନାୟକ ଓ ଶ୍ରୀନିବାସ ରାଓ ପ୍ରମୁଖ ସହଯୋଗ କରିଥିଲେ।(ଡ଼ଃ ମନୋଜ କୁମାର ବଳିଆରସିଂ)

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ପୁରୀରେ “ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ” କାର୍ଯ୍ୟକ୍ରମ, “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ପୁସ୍ତକ ଉନ୍ମୋଚନ ପୁରୀ, ୧୪/୦୩: ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ “ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଜାଗରଣ” କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ପୁସ୍ତକର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇ “ସକାଳୁ ସକାଳୁ ଉଠନ୍ତୁ, ଜୟ ଜଗନ୍ନାଥ ଜପନ୍ତୁ” ବାଣୀ ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଚେତନାକୁ ଓଡ଼ିଶା ତଥା ବିଶ୍ୱରେ ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର

ମହାପାତ୍ର, ସଭାପତି ଡ଼. ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଓ ଭକ୍ତ ସମାଜର ଶଶିକାନ୍ତ ରଥଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ (ରାଧାବଲ୍ଲଭ ମଠ, ପୁରୀ), ବଡୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରାୟ, ଦଇତାପତି ନିଯୋଗର ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଶ୍ରୀମନ୍ଦିର ପୂଜାପଣ୍ଡା ରାମନାରାୟଣ ପୂଜାପଣ୍ଡା, ପାଳିଆ ସେବକ ଜମେଶ୍ୱର ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାଶ, ଅଳକା ଦାଶ, ଚୂନରା ସେବକ ଶରତ ମହାନ୍ତି, ଡ଼. ବନୋଜ ରାୟ, ହରପ୍ରିୟା ଦାଶ, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷା, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀ, ସୁଶୀଲ ପଟ୍ଟନାୟକ, ରବିନାରାୟଣ ମହାପାତ୍ର, ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ

ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଆ, ହିନ୍ଦୀ ଭାଷାରେ “ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ଓ “ଭକ୍ତ ଭଗବାନ” ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଆସନ୍ତା ଦିନରେ ହିମାଚଳ ପ୍ରଦେଶର ପରାଗପୁରରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ହିନ୍ଦୀ ଭାଷାରେ ଶ୍ରୀଜଗନ୍ନାଥ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଭାରତର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ପୁସ୍ତକରେ ଶ୍ରୀଜଗନ୍ନାଥଙ୍କ ମହିମା, ଶ୍ରୀମନ୍ଦିରର ଆତ୍ମକଥା, ଶିଳାଲେଖ ଓ ଅଭିଲେଖରେ ଜଗନ୍ନାଥ, ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମନ୍ଦିରର ପର୍ବପର୍ବାଣୀ, ସ୍ନାନ ପୂର୍ଣ୍ଣିମା, ମହାପ୍ରସାଦ ଓ ଛପନ ଭୋଗ, ଦୈନନ୍ଦିନ ନୀତିକାନ୍ତି ଇତ୍ୟାଦି ବିଷୟ ସମ୍ମିଳିତ ହୋଇଛି। ଏହାସହ ନୂତନ ପ୍ରଯୁକ୍ତି AI ମାଧ୍ୟମରେ ତିଆରି ହୋଇଥିବା ଭିଡିଓ ଫିଲ୍ମକୁ ଶ୍ରୀଜଗନ୍ନାଥ ସଂସ୍କୃତି

ପ୍ରଚାର ସଂସ୍ଥାନର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରଣ କରାଯାଇଛି। କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ପାଇଁ କାମ କରୁଥିବା ବିଭିନ୍ନ ଜିଲ୍ଲାର ବ୍ୟକ୍ତି ଓ ମହିଳାମାନଙ୍କୁ “ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ” ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାର ଅନନ୍ୟା ସାମନ୍ତରାୟ ଓ ଭୁବନେଶ୍ୱର ଲେଡିଜ୍ ଫୋରମ ସଦସ୍ୟାମାନଙ୍କ ଦ୍ୱାରା ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା। ଅନୁଷ୍ଠାନର ସଫଳତା ପାଇଁ ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ପ୍ରଫୁଲ ଦାସ, ଭଗବାନ ଦାସ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଅଜୟ ଦାସ, ଅକ୍ଷୟ ସାହୁ, ଶରତ ମହାପାତ୍ର, ତନ୍ମୟ ଜେନା, ଅଶୋକ ବଳ, ବଂଶୀଧର ନାୟକ ଓ ଶ୍ରୀନିବାସ ରାଓ ପ୍ରମୁଖ ସହଯୋଗ କରିଥିଲେ।(ଡ଼ଃ ମନୋଜ କୁମାର ବଳିଆରସିଂ)

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    56 min ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • ନିମାପଡ଼ା( BT) : ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
    4
    ନିମାପଡ଼ା( BT) :  ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ  ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ  କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା  ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
    user_Bibhuti TV
    Bibhuti TV
    Artist ନିମାପଡା, ପୁରୀ, ଓଡ଼ିଶା•
    6 hrs ago
  • wonder land school annual function
    1
    wonder land school annual function
    user_DAILYNEWS ALERT
    DAILYNEWS ALERT
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,? ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,, ଜବାବ ମାଗିଛନ୍ତି ଜନତା,,,
    1
    ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,?
ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,,
ଜବାବ ମାଗିଛନ୍ତି ଜନତା,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    12 hrs ago
  • ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
    2
    ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    23 hrs ago
  • ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    1
    ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    14 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.