Shuru
Apke Nagar Ki App…
User5115 Susanta Kumar Pattnaik
More news from ଓଡ଼ିଶା and nearby areas
- Post by User5115 Susanta Kumar Pattnaik1
- ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l4
- ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l2
- Jay Jagannath 🙏1
- ଢେଙ୍କାନାଳ ମୁନିସିପାଲିଟି ର ଜବରଦଖଲ ଉଛେଦ କାଯ୍ୟକ୍ରମ ଆରମ୍ଭ, ଆଜି ପ୍ରଥମେ କଲେଜ ଠାରୁ ଆରମ୍ଭ1
- ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!1
- ରାଜ୍ୟ-ବ୍ୟାପି ପାଣି ପଞ୍ଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପ୍ରମୁଖ ସେଚ ଅଞ୍ଚଳ ମାର୍ଗ ଦେଇ ପାଣି ପଞ୍ଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ବଣ୍ଟନ କରିବ । "ପାଣି ପଞ୍ଚାୟତ-ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ" ସ୍ଲୋଗାନର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିବ । ମହିଳାମାନଙ୍କର ପାଣି ପଞ୍ଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବ । ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ପାଣି ପଞ୍ଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଞ୍ଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।1
- Post by User5115 Susanta Kumar Pattnaik1