ପୁରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ l ପୁରୀ:୨୧ ଫେବୃଆରୀ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଆଲୋଚନାଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଏବଂ ପ୍ରିୟପତ୍ର ମିଳିତ ସହଯୋଗରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ମାତୃଭାଷାର ଭୂମିକା ବିଷୟରେ ଉପସ୍ଥିତ ସଭ୍ୟାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଦାଶ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିଭା ଦାଶ, ମହେଶ୍ୱର ଜେନା, ଶାନ୍ତନୁ କୁମାର ରଥ, ଯୋଗେଶ୍ୱର ପ୍ରହରାଜ, ରେଣୁବାଳା ଦଳାଇ, ପ୍ରବାସିନୀ ମିଶ୍ର, ଜାନକୀ ବଲ୍ଲଭ ଦାଶ, ପ୍ରମୋଦ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା, ଅନନ୍ତ ପ୍ରଧାନ, ମିନତି ମିଶ୍ର, ଚନ୍ଦ୍ରଶେଖର ମହାରାଣା, ଯୋଗେଶ୍ୱର ନାୟକ, ସନ୍ନ୍ୟାସୀ ନାୟକ, କଳ୍ପନା ମିଶ୍ର , ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ପ୍ରିୟପତ୍ର ସଂପାଦକ ବିପିନ ବିହାରୀ ଦଳାଇ ଉତ୍ସବ ପାଳନ ବିଷୟରେ ସୂଚନା ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ଅନନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅମେ ଓଡ଼ିଆରେ ଦସ୍ତଖତ କରିବାର ଶପଥଗ୍ରହଣ ପରେ ସଭା ସାଙ୍ଗ ହେଲା।
ପୁରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ l ପୁରୀ:୨୧ ଫେବୃଆରୀ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଆଲୋଚନାଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଏବଂ ପ୍ରିୟପତ୍ର ମିଳିତ ସହଯୋଗରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ମାତୃଭାଷାର ଭୂମିକା ବିଷୟରେ ଉପସ୍ଥିତ ସଭ୍ୟାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଦାଶ, ବିଜୟଲକ୍ଷ୍ମୀ ଦାଶ
ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିଭା ଦାଶ, ମହେଶ୍ୱର ଜେନା, ଶାନ୍ତନୁ କୁମାର ରଥ, ଯୋଗେଶ୍ୱର ପ୍ରହରାଜ, ରେଣୁବାଳା ଦଳାଇ, ପ୍ରବାସିନୀ ମିଶ୍ର, ଜାନକୀ ବଲ୍ଲଭ ଦାଶ, ପ୍ରମୋଦ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା, ଅନନ୍ତ ପ୍ରଧାନ, ମିନତି ମିଶ୍ର, ଚନ୍ଦ୍ରଶେଖର ମହାରାଣା, ଯୋଗେଶ୍ୱର ନାୟକ, ସନ୍ନ୍ୟାସୀ ନାୟକ, କଳ୍ପନା ମିଶ୍ର , ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ
ଯୋଗଦେଇ ଥିଲେ । ପ୍ରାରମ୍ଭରେ ପ୍ରିୟପତ୍ର ସଂପାଦକ ବିପିନ ବିହାରୀ ଦଳାଇ ଉତ୍ସବ ପାଳନ ବିଷୟରେ ସୂଚନା ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ଅନନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅମେ ଓଡ଼ିଆରେ ଦସ୍ତଖତ କରିବାର ଶପଥଗ୍ରହଣ ପରେ ସଭା ସାଙ୍ଗ ହେଲା।
- ରାଜଧାନୀରେ ବ୍ରାଉନସୁଗର ଡିଲ୍ କରୁଥିଲେ । ହେଲେ ପୋଲିସର ଚଢ଼ାଉ ପରେ ବିକ୍ରି ଯୋଜନା ବିଫଳ ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ପଞ୍ଝାରେ ୩ ଜଣ ବ୍ରାଉନସୁଗର ବେପାରୀ ଧରାପଡିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବ୍ରାଉନସୁଗର କାରବାରର ରହସ୍ୟ ଉନ୍ମୋଚନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି (ଶନିବାର) ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେବ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ(୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩), ମୁନାଫ୍ ଖାନ ଓରଫ ମୋନା (୨୨) । ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ, ୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ । ଏନେଇ ପୋଲିସ ଏକ ମାମଲା (ନଂ.୩/୨୦୨୬) ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଅନୁସନ୍ଧାନ ଚଳାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଗିରଫ ୩ ଅଭିଯୁକ୍ତ ବ୍ରାଉନସୁଗର ଧରି ଜଳେଶ୍ବରରୁ ଭୁବନେଶ୍ୱର ଆସିଥିଲେ। କିଛି ନିର୍ଦ୍ଦିଷ୍ଟ ଯୁବକଙ୍କୁ ବ୍ରାଉନସୁଗର ଦେବା ପାଇଁ ଯୋଜନା କରିଥିଲେ। ଏନେଇ ଏସସିୟୁ ଟିମ୍ ସୂଚନା ପାଇ ବେପାରୀମାନଙ୍କୁ ଧରିବାକୁ ପୂର୍ବପ୍ରସ୍ତୁତି କଟିଥିଲା । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ଦୁରଦର୍ଶନ କେନ୍ଦ୍ର ନିକଟ ଶ୍ୟାମ ରୋଡ୍ ରେ ୩ ଅଭିଯୁକ୍ତ ଅଟକିଥିବା ବେଳେ ପୋଲିସ ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା ।4
- କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।1
- Post by Dhenkanal News1
- ଗଣ୍ଡାଖିଆ ରାସ୍ତା କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ କିଛି ଦୂରତାରେ ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝଇ ହାଇୱା1
- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।1
- ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି1
- Post by Manoj kumar baliyarsingh4
- କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।1
- କଟକଜିଲ୍ଲା ମାହାଙ୍ଗା ଶିକ୍ଷକଙ୍କ Suspension ପ୍ରତ୍ୟାହାର ଦାବିରେ, ଗ୍ରାମବାସୀ ମାନଙ୍କର ଗୋପବନ୍ଧୁ ପ୍ରାଇମେରୀ ସ୍କୁଲ, (ଯଶୁଆପୁର, ମାହାଙ୍ଗା) ଆଗରେ ଧାରଣା। CRC ଙ୍କ ବ୍ୟକ୍ତିଗତ ରାଗ ପାଇଁ ଚକ୍ରାନ୍ତର ଶିକାର ହେଲେ ଶିକ୍ଷକ। ଅନ୍ୟ ଏକ ଶିକ୍ଷକଙ୍କ (ଯେ କି CRC ଙ୍କ ଘର ପାଖ ଲୋକ) ସହଯୋଗରେ ରାଗ ଶୁଝାଇବାରେ ସଫଳ ହେଲେ CRC। CRC ଙ୍କୁ ଏ ବିଷୟରେ ଗ୍ରାମବାସୀ ପଚାରିବାରୁ, ସେ ବିଧାୟକଙ୍କ ଧମକ ଦେଇ ଅଜବ ବ୍ୟବହାର ଦେଖେଇଲେ ଏବଂ କୌଣସି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପରିଲେନାହିଁ। ଜଣେ CRC ଙ୍କ କଥାବାର୍ତ୍ତାରେ ଏଭଳି ଅଭଦ୍ରତା ଆଉ ଶାଳୀନତା ନ ଥିବାରୁ, ଗ୍ରାମବାସୀ ଏବେ ଦ୍ବନ୍ଦରେ କି ଆମ ପିଲାଙ୍କ ଭବିଷ୍ୟତ କଣ ହବ। ସରକାରଙ୍କୁ ଅନୁରୋଧ CRC ଙ୍କ ନିଯୁକ୍ତି କ୍ଷେତ୍ରରେ କିଛି ଧ୍ୟାନ ଦେବା ଉଚିତ। ଏଭଳି ଅଭଦ୍ର CRC ଙ୍କ ପାଇଁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।1