logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଁଳାକଟା ଗ୍ରାମଠାରେ ଆପ୍ ର ସାଙ୍ଗଠନିକ ବୈଠକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
1 hr ago

ଅଁଳାକଟା ଗ୍ରାମଠାରେ ଆପ୍ ର ସାଙ୍ଗଠନିକ ବୈଠକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

More news from Odisha and nearby areas
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    14 hrs ago
  • ରାଜଧାନୀରେ ବ୍ରାଉନସୁଗର ଡିଲ୍ କରୁଥିଲେ । ହେଲେ ପୋଲିସର ଚଢ଼ାଉ ପରେ ବିକ୍ରି ଯୋଜନା ବିଫଳ ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ପଞ୍ଝାରେ ୩ ଜଣ ବ୍ରାଉନସୁଗର ବେପାରୀ ଧରାପଡିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବ୍ରାଉନସୁଗର କାରବାରର ରହସ୍ୟ ଉନ୍ମୋଚନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି (ଶନିବାର) ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେବ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ(୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩), ମୁନାଫ୍ ଖାନ ଓରଫ ମୋନା (୨୨) । ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ, ୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ । ଏନେଇ ପୋଲିସ ଏକ ମାମଲା (ନଂ.୩/୨୦୨୬) ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଅନୁସନ୍ଧାନ ଚଳାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଗିରଫ ୩ ଅଭିଯୁକ୍ତ ବ୍ରାଉନସୁଗର ଧରି ଜଳେଶ୍ବରରୁ ଭୁବନେଶ୍ୱର ଆସିଥିଲେ। କିଛି ନିର୍ଦ୍ଦିଷ୍ଟ ଯୁବକଙ୍କୁ ବ୍ରାଉନସୁଗର ଦେବା ପାଇଁ ଯୋଜନା କରିଥିଲେ। ଏନେଇ ଏସସିୟୁ ଟିମ୍ ସୂଚନା ପାଇ ବେପାରୀମାନଙ୍କୁ ଧରିବାକୁ ପୂର୍ବପ୍ରସ୍ତୁତି କଟିଥିଲା । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ଦୁରଦର୍ଶନ କେନ୍ଦ୍ର ନିକଟ ଶ୍ୟାମ ରୋଡ୍ ରେ ୩ ଅଭିଯୁକ୍ତ ଅଟକିଥିବା ବେଳେ ପୋଲିସ ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା ।
    4
    ରାଜଧାନୀରେ ବ୍ରାଉନସୁଗର ଡିଲ୍ କରୁଥିଲେ । ହେଲେ ପୋଲିସର ଚଢ଼ାଉ ପରେ ବିକ୍ରି ଯୋଜନା ବିଫଳ ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ (SCU) ପଞ୍ଝାରେ ୩ ଜଣ ବ୍ରାଉନସୁଗର ବେପାରୀ ଧରାପଡିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବ୍ରାଉନସୁଗର କାରବାରର ରହସ୍ୟ ଉନ୍ମୋଚନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି (ଶନିବାର) ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେବ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ୱରର ସମୀର ଖାନ ଓରଫ ମୁନା ଓରଫ ମୋହନ(୪୪), ରାଜପୁର ବସ୍ତିର ସେକ୍ ଇର୍ସାଦ୍ ମହମ୍ମଦ ଓରଫ ସୂର୍ଯ୍ୟ (୨୩), ମୁନାଫ୍ ଖାନ ଓରଫ ମୋନା (୨୨) । ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ, ୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ । ଏନେଇ ପୋଲିସ ଏକ ମାମଲା (ନଂ.୩/୨୦୨୬) ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ, ତାହା ଜାଣିବାକୁ ପୋଲିସ ଅନୁସନ୍ଧାନ ଚଳାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଗିରଫ ୩ ଅଭିଯୁକ୍ତ ବ୍ରାଉନସୁଗର ଧରି ଜଳେଶ୍ବରରୁ ଭୁବନେଶ୍ୱର ଆସିଥିଲେ। କିଛି ନିର୍ଦ୍ଦିଷ୍ଟ ଯୁବକଙ୍କୁ ବ୍ରାଉନସୁଗର ଦେବା ପାଇଁ ଯୋଜନା କରିଥିଲେ। ଏନେଇ ଏସସିୟୁ ଟିମ୍ ସୂଚନା ପାଇ ବେପାରୀମାନଙ୍କୁ ଧରିବାକୁ ପୂର୍ବପ୍ରସ୍ତୁତି କଟିଥିଲା । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ବେଳେ ଦୁରଦର୍ଶନ କେନ୍ଦ୍ର ନିକଟ ଶ୍ୟାମ ରୋଡ୍ ରେ ୩ ଅଭିଯୁକ୍ତ ଅଟକିଥିବା ବେଳେ ପୋଲିସ ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    2
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    23 hrs ago
  • ବିଧାୟକଙ୍କ ଖର୍ଚ୍ଚ ମାସକୁ ୮/୧୦ ଲକ୍ଷ.. ଦରମା ବଢ଼ୁନଥିବାରୁ ମନଦୁଃଖ କଲେ ଆସ୍କା ବିଧାୟକ ସରୋଜ ପାଢ଼ୀ #AskaMLA #SalaryHike #OdishaPolitics #Aska #OdishaAssembly #SarojPadhi
    1
    ବିଧାୟକଙ୍କ ଖର୍ଚ୍ଚ ମାସକୁ ୮/୧୦ ଲକ୍ଷ.. 
ଦରମା ବଢ଼ୁନଥିବାରୁ ମନଦୁଃଖ କଲେ ଆସ୍କା ବିଧାୟକ ସରୋଜ ପାଢ଼ୀ
#AskaMLA #SalaryHike #OdishaPolitics #Aska #OdishaAssembly #SarojPadhi
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    5 hrs ago
  • କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight
    2
    କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।
ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି।
ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
#kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency  #rajendra #kaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    10 hrs ago
  • ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।
    1
    ଢେଙ୍କାନାଳ   ସାଂସଦ ରୁଦ୍ରନାରାୟଣ ପାଣି ଏବଂ ତାଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ତଥା ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ବିଷ୍ଣୁ ପ୍ରସାଦ ଲେଙ୍କା, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଗୋବିନ୍ଦପୁର ମଣ୍ଡଳ ସଭାପତି ରଞ୍ଜିତ୍ ଭିଶାଲ୍, ବିଭୁ ପ୍ରସାଦ ଦେହୁରୀ, ଅଭିନ୍ନ ବେହେରା, ଆଇନ୍ଜୀବୀ ଉତମ କୁମାର ଦାସ ଓ ବହୁ ଦଳୀୟ କର୍ମୀମାନେ ଆଜି ଲୋଚାପଲିଗ୍ରାମ ପହଞ୍ଚି ଥିଲେ । ଏହି ଅବସରରେ ସାଂସଦ ଗ୍ରାମର ବହୁ ବ୍ୟକ୍ତିବିଶେଷଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଗ୍ରାମ ଛକରେ ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ପଧାନ ଛୋଟିଆ ସାଇକେଲ୍ ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ପ୍ରଧାନମନ୍ତ୍ରୀ ଆବସ ପାଇଁ ସାଂସଦଙ୍କ ପାଖରେ ଗୁହାରୀ କରିଥିଲେ । ନାରାୟଣ ପଧାନ ୮୦% ଭିନ୍ନକ୍ଷମ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିଭଳି ତୁରନ୍ତ ବ୍ୟାଟେରୀ ଚାଳିତ ସାଇକେଲ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି ଏହି ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    4
    ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି 
ଏହି  ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    1
    କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.