Shuru
Apke Nagar Ki App…
କ. ନୁଆ ଗାଁ ବ୍ଳକ କୁଡୁତିଲି ଗାଁରେ ଦୁଇଗୋଟି ପିଲାନଦିରେ ବୁଡ଼ି ଆହାତ କ. ନୁଆ ଗାଁ ବ୍ଳକ କୁଡୁତିଲି ଗାଁରେ ଦୁଇ ଗୋଟି ପିଲା ନଦିରେ ବୁଡ଼ି ଆହାତ
ଅଜିତ ପାତ୍ର
କ. ନୁଆ ଗାଁ ବ୍ଳକ କୁଡୁତିଲି ଗାଁରେ ଦୁଇଗୋଟି ପିଲାନଦିରେ ବୁଡ଼ି ଆହାତ କ. ନୁଆ ଗାଁ ବ୍ଳକ କୁଡୁତିଲି ଗାଁରେ ଦୁଇ ଗୋଟି ପିଲା ନଦିରେ ବୁଡ଼ି ଆହାତ
More news from ଓଡ଼ିଶା and nearby areas
- ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର1
- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।1
- ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l5
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି1
- ଧର୍ମ ବାଧକ : ଉଠି ପାରୁନି ମୃତଦେହ1
- Post by RAGHUNANDAN SINGH1
- ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ1
- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।1