Shuru
Apke Nagar Ki App…
#♥️🥰♥️♥️🥰♥️♥️♥️🥰♥️
Bighne Rana
#♥️🥰♥️♥️🥰♥️♥️♥️🥰♥️
More news from ଓଡ଼ିଶା and nearby areas
- #♥️🥰♥️♥️🥰♥️♥️♥️🥰♥️1
- ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ1
- କୁଇକୂଳ ଆଦିବାସୀ ମୂଳନୀବାସୀ ଜ ଏ ଜୁହାର 🙏1
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ଗତ ତା ୧୯.୦୪.୨୦୨୬ ରିଖ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନାସିଗାଁ ସାହୁପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପାଇଁ ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରସ୍ଥାବ ଆଗତ କରିଥିଲେ। ତାପରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଗ୍ରାମ୍ୟ କମିଟି ଗଠନ କରାଗଲା। ସଭାପତି ଶ୍ରୀ ଆନନ୍ଦ କୁମାର ପାତ୍ର, ଉପ ସଭାପତି ଶ୍ରୀ ମୁରଲୀଧର ସାହୁ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବୈରାଗୀ ଭୂଷଣ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଭିକରାମ ସାହୁ ମନୋନୀତ ହୋଇଥିଲେ।1
- ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...4
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ଶ୍ରେଣୀ ରେ ସ୍ଥାନିତ ଦାବି ନେଇ ନୂଆ ଯୋଜନା.. ଜନଗଣନା କୁ ଟାର୍ଗେଟ କରିବ କୋଶଲି ଭାଷା ସୁରକ୍ଷା ସମିତି.. ଟିଟିଲାଗଡ଼ ରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଅନୁଷ୍ଠିତ.. ଟିଟିଲାଗଡ଼.. ଟିଟିଲାଗଡ଼ ସହର ନିକଟସ୍ଥ ହୋଟେଲ ଡ଼ି ଏନ ରିସର୍ଟ ପରିସରରେ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମେଳନ ଆୟୋଜିତ ହୋଇଯାଇଛି l ପ୍ରସିଦ୍ଧ କୋଶଲି ଗବେଷକ ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ରହିଥିବା ବେଳେ ଡ଼ଃ ଦୋଳଗୋବିନ୍ଦ ବିଶି,ମୁଖ୍ୟ ବକ୍ତା ଭାବରେ ରହିଥିଲେ l ସମ୍ମାନିତ ଅତିଥି ଭାବରେ ସି ଏ, ଯମୁନା ପ୍ରସାଦ ଗୋୟଲ, ସୁଶୀଲ କୁମାର ଗୁରୁ, ଲୋହିତଷ ଯୋଶୀ, ସଂଜୟ କୁମାର ମିଶ୍ର, ଡ଼ଃ ପରମେଶ୍ୱର ମୁଣ୍ଡ, ଗୋରେଖ ନାଥ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ l ଏହି ଅବସରରେ ବିଭିନ୍ନ ବକ୍ତା ମାନେ କୋଶଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ସୁଚି ରେ ସ୍ଥାନାନ୍ତରିତ କରିବାକୁ କୋଶଲି ଭାଷା ସୁରକ୍ଷା ସମିତି ଗତ ପାଞ୍ଚ ଦଶନ୍ଧି ଧରି ସଂଘର୍ଷ କରି ଆସୁଥିବା ବେଳେ ଅନେକ ସମୟରେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛି l ହେଲେ ସମ୍ବଲପୁର ର କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ ପାଇଁ ପଶ୍ଚିମ ଓଡିଶା ର ଦୁଇ କୋଟି କୋଶଲି ଲୋକଙ୍କ ଉପରେ ବିଶ୍ୱାସଘାତ ଭଳି କାର୍ଯ୍ୟ କରିବା ଯୋଗୁଁ ଆଜିବି କୋଶଲି ଭାଷା ନିଜ ହକ ପାଇଁ ସଂଘର୍ଷ କରୁଛି ବୋଳି ବକ୍ତା ମାନେ ପ୍ରକାଶ କରିଥିଲେ l ଆଗକୁ କୋଶଲି ଭାଷା ସମ୍ବିଧାନ ର ଅଷ୍ଟମ ଶ୍ରେଣୀରେ ଲିପିବଦ୍ଧ କରିବାକୁ ହେଲେ ଜାରି ରହିଥିବା ଜନଗଣନା କୁ ଟାର୍ଗେଟ କରାଯିବ ବୋଳି ନିଷ୍ପତି ନେଇଛି କୋଶଲି ଭାଷା ସୁରକ୍ଷା ସମିତି l ପ୍ରତି ଗାଁ ର ପ୍ରତି ପରିବାର ଲୋକେ ନିଜ ଭାଷା କୋଶଲି ଭାଷା ନେଇ ପରିଚୟ ଦେବାକୁ ଆହ୍ୱାନ କରାଯାଇଛି l ଶିଶୁ ଯେଉଁ ଭାଷା ପ୍ରଥମେ ନିଜ ମାଙ୍କ ଠାରୁ ଗ୍ରହଣ କରିଥାଏ ସେହି ଭାଷା ହିଁ କୋଶଲି ଭାଷା, ଆମ ନିଜ ଭାଷା ବୋଳି ଜଗଦାନନ୍ଦ ଛୁରିଆ, ଡ଼ଃ ଦୋଳଗୋବିନ୍ଦ ବିଶି ପ୍ରମୁଖ କହିବା ସହିତ ଅନ୍ତିମ ସୋପାନ ଯାଏଁ ସଂଗ୍ରାମ ଜାରି ରହିଥିବ ବୋଳି ପ୍ରକାଶ କରିଛନ୍ତି l ଏହି ଅବସରରେ ଅନେକ କୋଶଲି ଲେଖକ ପ୍ରକାଶକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଗବେଷକ ଗୋରେଖନାଥ ସାହୁ, କବି ହେମନ୍ତ ଦୀପ, କୃଷ୍ଣ ଚନ୍ଦ୍ର ବାରିକ, ରବୀନ୍ଦ୍ର କୁମାର ଖମାରି, ପ୍ରଭାସିନୀ ଯୋଶୀ, କବି ସନ୍ଦୀପ କଅଁର, ଅଖୋଜ କୁମାର ସାଙ୍ଗ, ନିଶାର ଅହମ୍ମଦ, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ଗଜେନ୍ଦ୍ର ବାଗ ଆଦି ପ୍ରକାଶକ ତଥା ଲେଖକ ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିବା ବେଳେ ସୁରତା ସମ୍ମାନ ରେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ନବୀନ ବିଶ୍ଵବନ୍ଧୁ, ପରମେଶ୍ୱର ମୁଣ୍ଡ, ସୁଶୀଲ କୁମାର ଗୁରୁ, ଯଗେଶ୍ୱର ବିଶି ଙ୍କୁ ସମ୍ମାନିତ କରାଯାଇଛି l ଠିକ ସେହିପରି ବିଭିନ୍ନ କୋଶଲି ଅନୁଷ୍ଠାନ ର ସଂଗଠକ ମାନଙ୍କୁ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସତ୍ୟବ୍ରତ ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଭିକାରି ଚରଣ ମିଶ୍ର, ସଭାପତି ଦିଲୀପ ପଶାୟତ, ସୁଶାନ୍ତ ମାଝୀ ସହଯୋଗ କରିଥିଲେ l4