logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା

6 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
6 hrs ago

ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା

More news from ଓଡ଼ିଶା and nearby areas
  • ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l
    1
    ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ
ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ 
ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ 
ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍‌ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।
    1
    ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l

ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍‌ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର,ସାହାଜପିଟାର ଆୟୁଷ୍‌ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ନିରାକରଣ ଏବଂ ସଚେତନତାର ଉପାୟ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଡ଼ଃ ହୃଷୀକେଶ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା ମାର୍ଗ ଦର୍ଶନ କରାଇଥିଲେ। ସେହିଭଳି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ଡେଙ୍ଗୁ ଓ ମ୍ୟାଲେରିଆର ବାହକ ଏଡିସ୍‌ ଓ ମାଈଏନୋଫେଲିସ୍‌ ମସା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ସଚେତନତା ରାଲି ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ:
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର,ସାହାଜପିଟାର ଆୟୁଷ୍‌ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ନିରାକରଣ ଏବଂ ସଚେତନତାର ଉପାୟ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଡ଼ଃ ହୃଷୀକେଶ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା ମାର୍ଗ ଦର୍ଶନ କରାଇଥିଲେ। ସେହିଭଳି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ଡେଙ୍ଗୁ ଓ ମ୍ୟାଲେରିଆର ବାହକ ଏଡିସ୍‌ ଓ ମାଈଏନୋଫେଲିସ୍‌ ମସା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ସଚେତନତା ରାଲି ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍‌ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    1
    ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • #ଏ ବହୁ କେ ତେ ଝା ର ଗି ଛୁ ଯେ
    1
    #ଏ ବହୁ କେ ତେ ଝା ର ଗି ଛୁ ଯେ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ୧୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ - ବୀରମହାରାଜପୁର ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର -ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ଶିକ୍ଷକ ପୂରଣ - ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀଛାତ୍ରଙ୍କ ଅଧିକାର ସୁନିଶ୍ଚିତ କରିବାକୁ ନିୟମ ରହିଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ଭିନ୍ନ। ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ଚାଲିଛି। ଗୋଟିଏ ଶିକ୍ଷକଙ୍କ ଉପରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ଦାୟିତ୍ୱ ଥିବାରୁ ଶିକ୍ଷାଦାନର ମାନକୁ ନେଇ ପ୍ରଶ୍ନ ଉଠିଛି। ରାଇଟ୍ ଟୁ ଚିଲ୍ଡ୍ରେନ୍ ଟୁ ଫ୍ରି ଆଣ୍ଡ କମ୍ପଲସୋରି ଏଜୁକେସନ୍ ଆକ୍ଟ-୨୦୦୯ ଅନୁଯାୟୀ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ରହିବା ଆବଶ୍ୟକ। ଏହି ନିୟମ ଆଧାରରେ ଚଳିତ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୨୦୬୮୪ ମାଧ୍ୟମରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପ୍ରାୟ ୧୬ଟି କ୍ଲଷ୍ଟର ମଧ୍ୟରୁ ୧୨ଟି ସ୍କୁଲରେ ଏବେ ବି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଲୁତୁରପଙ୍କ ଓ ବୁଠୀପଦର କ୍ଲଷ୍ଟରରେ ସର୍ବାଧିକ ୩ଟି ଲେଖାଏଁ ସ୍କୁଲ ରେ ଏହି ସମସ୍ୟାରେ ଥିବାବେଳେ ଉଫୁଲା କ୍ଲଷ୍ଟରରେ ୨ଟି ସ୍କୁଲ ରହିଛି। ଏହାବ୍ୟତୀତ ଖଣ୍ଡହତା, କେନଝିରିଆପାଲି, ଦୁର୍ଜନତୈଲା ଓ ମୁର୍ଷୁଣ୍ଢୀ କ୍ଲଷ୍ଟରରେ ଗୋଟିଏ ଲେଖାଏଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି। କେନଝିରିଆପାଲି କ୍ଲଷ୍ଟରର ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ, ଉଫୁଲା କ୍ଲଷ୍ଟରର ଖମ୍ବେଶ୍ୱରୀପାଲି ଓ ପଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟ, ମୁର୍ଷୁଣ୍ଢୀ କ୍ଲଷ୍ଟରର ଯୁବରାଣୀ ସୀତାପୁର ସ୍କୁଲ, ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସ୍କୁଲ, ଖଣ୍ଡହତା କ୍ଲଷ୍ଟରର ଘଣ୍ଟରାପଡ଼ା ସ୍କୁଲ, ବୁଠୀପଦର କ୍ଲଷ୍ଟରର ସାଲେପଦର, ବରପଦର ଓ ଛନ୍ଦସାହି ସ୍କୁଲ ଏବଂ ଲୁତୁରପଙ୍କ କ୍ଲଷ୍ଟରର କେଶଲଗା, ପୁରୁଷୋତ୍ତମପାଲି ଓ ଲୁତୁରପଙ୍କ (କଲନିପଡ଼ା) ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ସୂଚନା ଅନୁଯାୟୀ, ବରପଦର ସ୍କୁଲରେ ୧୧ ଜଣ, କେଶଲଗାରେ ୧୩ ଜଣ, ଲୁତୁରପଙ୍କ ପ୍ରାଥମିକ ସ୍କୁଲରେ ୨୮ ଜଣ, ପୁରୁଷୋତ୍ତମପାଲିରେ ୧୮ ଜଣ ଏବଂ ସାଲେପଦର ସ୍କୁଲରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅନ୍ୟ ସ୍କୁଲଗୁଡ଼ିକରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଜଣାପଡ଼ିଛି। ପ୍ରାୟ ମାସକ ପୂର୍ବରୁ ବ୍ଲକର ୩୫ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ନିର୍ଦ୍ଦେଶ ଆସିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରୁ ଆଉ ଜଣେ ଶିକ୍ଷକ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିଯୋଗୁଁ ଯେଉଁ ସ୍କୁଲରୁ ଶିକ୍ଷକ ଅଣାଯାଇଛନ୍ତି, ସେଠାରେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ବ୍ଲକର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକ ଥିବା ସ୍କୁଲକୁ ଆଉ ଜଣେ ଶିକ୍ଷକ ଯୋଗାଇଦେବା ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି। ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ନାଏକ କହିଛନ୍ତି, ‘‘ଆମ ସ୍କୁଲରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସରକାରୀ କାମ ସହିତ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ଜଣେ ଶିକ୍ଷକଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର।’’ ଖଣ୍ଡହତା କ୍ଲଷ୍ଟରର ସିଆରସିସି ପର୍ତ୍ତି ବୁଡ଼େକ କହିଛନ୍ତି, ‘‘ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଶିକ୍ଷକ ସମସ୍ୟା ଥିଲେ ମଧ୍ୟ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଆଉ ଜଣେ ଲେଖାଏଁ ଶିକ୍ଷକ ଦେବା ପାଇଁ ଚେଷ୍ଟା କରାଯାଉଛି।’’ ବୀରମହାରାଜପୁର ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ‘‘ବୀରମହାରାଜପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଫଳରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜଣେ ଶିକ୍ଷକରେ ୬ଟି ଶ୍ରେଣୀର ପାଠପଢ଼ା କିପରି ସମ୍ଭବ? ସରକାର ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ।’’ ଏନେଇ ବୀରମହାରାଜପୁର ବିଇଓ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
    1
    ୧୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ
- ବୀରମହାରାଜପୁର ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର
-ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ଶିକ୍ଷକ ପୂରଣ
- ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି

ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀଛାତ୍ରଙ୍କ ଅଧିକାର ସୁନିଶ୍ଚିତ କରିବାକୁ ନିୟମ ରହିଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ଭିନ୍ନ। ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ଚାଲିଛି। ଗୋଟିଏ ଶିକ୍ଷକଙ୍କ ଉପରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ଦାୟିତ୍ୱ ଥିବାରୁ ଶିକ୍ଷାଦାନର ମାନକୁ ନେଇ ପ୍ରଶ୍ନ ଉଠିଛି।
ରାଇଟ୍ ଟୁ ଚିଲ୍ଡ୍ରେନ୍ ଟୁ ଫ୍ରି ଆଣ୍ଡ କମ୍ପଲସୋରି ଏଜୁକେସନ୍ ଆକ୍ଟ-୨୦୦୯ ଅନୁଯାୟୀ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ରହିବା ଆବଶ୍ୟକ। ଏହି ନିୟମ ଆଧାରରେ ଚଳିତ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ପତ୍ରସଂଖ୍ୟା ୨୦୬୮୪ ମାଧ୍ୟମରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲରେ ଅତିକମ୍‌ରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ହୋଇଛି।
ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପ୍ରାୟ ୧୬ଟି କ୍ଲଷ୍ଟର ମଧ୍ୟରୁ ୧୨ଟି ସ୍କୁଲରେ ଏବେ ବି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଲୁତୁରପଙ୍କ ଓ ବୁଠୀପଦର କ୍ଲଷ୍ଟରରେ ସର୍ବାଧିକ ୩ଟି ଲେଖାଏଁ  ସ୍କୁଲ ରେ ଏହି ସମସ୍ୟାରେ ଥିବାବେଳେ  ଉଫୁଲା କ୍ଲଷ୍ଟରରେ ୨ଟି  ସ୍କୁଲ ରହିଛି। ଏହାବ୍ୟତୀତ ଖଣ୍ଡହତା, କେନଝିରିଆପାଲି, ଦୁର୍ଜନତୈଲା ଓ ମୁର୍ଷୁଣ୍ଢୀ କ୍ଲଷ୍ଟରରେ ଗୋଟିଏ ଲେଖାଏଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି।
କେନଝିରିଆପାଲି କ୍ଲଷ୍ଟରର ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ, ଉଫୁଲା କ୍ଲଷ୍ଟରର ଖମ୍ବେଶ୍ୱରୀପାଲି ଓ ପଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟ, ମୁର୍ଷୁଣ୍ଢୀ କ୍ଲଷ୍ଟରର ଯୁବରାଣୀ ସୀତାପୁର ସ୍କୁଲ, ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସ୍କୁଲ, ଖଣ୍ଡହତା କ୍ଲଷ୍ଟରର ଘଣ୍ଟରାପଡ଼ା ସ୍କୁଲ, ବୁଠୀପଦର କ୍ଲଷ୍ଟରର ସାଲେପଦର, ବରପଦର ଓ ଛନ୍ଦସାହି ସ୍କୁଲ ଏବଂ ଲୁତୁରପଙ୍କ କ୍ଲଷ୍ଟରର କେଶଲଗା, ପୁରୁଷୋତ୍ତମପାଲି ଓ ଲୁତୁରପଙ୍କ (କଲନିପଡ଼ା) ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି।
ସୂଚନା ଅନୁଯାୟୀ, ବରପଦର ସ୍କୁଲରେ ୧୧ ଜଣ, କେଶଲଗାରେ ୧୩ ଜଣ, ଲୁତୁରପଙ୍କ ପ୍ରାଥମିକ ସ୍କୁଲରେ ୨୮ ଜଣ, ପୁରୁଷୋତ୍ତମପାଲିରେ ୧୮ ଜଣ ଏବଂ ସାଲେପଦର ସ୍କୁଲରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅନ୍ୟ ସ୍କୁଲଗୁଡ଼ିକରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଜଣାପଡ଼ିଛି।
ପ୍ରାୟ ମାସକ ପୂର୍ବରୁ ବ୍ଲକର ୩୫ରୁ ଅଧିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରକାରୀ ନିର୍ଦ୍ଦେଶ ଆସିବା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରୁ ଆଉ ଜଣେ ଶିକ୍ଷକ ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିଯୋଗୁଁ ଯେଉଁ ସ୍କୁଲରୁ ଶିକ୍ଷକ ଅଣାଯାଇଛନ୍ତି, ସେଠାରେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ନାମ ଗୋପନ ରଖିବା ସର୍ତ୍ତରେ ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ବ୍ଲକର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକ ଥିବା ସ୍କୁଲକୁ ଆଉ ଜଣେ ଶିକ୍ଷକ ଯୋଗାଇଦେବା ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି।
ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ନାଏକ କହିଛନ୍ତି, ‘‘ଆମ ସ୍କୁଲରେ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସରକାରୀ କାମ ସହିତ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ଜଣେ ଶିକ୍ଷକଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର।’’
ଖଣ୍ଡହତା କ୍ଲଷ୍ଟରର ସିଆରସିସି ପର୍ତ୍ତି ବୁଡ଼େକ କହିଛନ୍ତି, ‘‘ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଶିକ୍ଷକ ସମସ୍ୟା ଥିଲେ ମଧ୍ୟ ଜଣେ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଆଉ ଜଣେ ଲେଖାଏଁ ଶିକ୍ଷକ ଦେବା ପାଇଁ ଚେଷ୍ଟା କରାଯାଉଛି।’’
ବୀରମହାରାଜପୁର ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ କହିଛନ୍ତି, ‘‘ବୀରମହାରାଜପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ସବୁ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ଫଳରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜଣେ ଶିକ୍ଷକରେ ୬ଟି ଶ୍ରେଣୀର ପାଠପଢ଼ା କିପରି ସମ୍ଭବ? ସରକାର ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ।’’
ଏନେଇ ବୀରମହାରାଜପୁର ବିଇଓ ଅଭିଷେକ ଭୁଏଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    10 hrs ago
  • ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା
    1
    ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର  ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା
ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗନି ସୌମେସ୍ୱର  ମନ୍ଦିର ରେ ସୁରକ୍ଷା କର୍ମୀ ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ପ୍ରତିକ୍ରିୟା
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    6 hrs ago
  • ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 🙏
    1
    ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 
ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 🙏
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ବୀରମହାରାଜପୁର ବରିଷ୍ଠ ଅଧିକାରୀ ସଂଗଠନ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ସିଂହ ବାବୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗଦାନ କରି ମେହେର ସାହିତ୍ୟ କୁ କାଳଜୟୀ କୃତି ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ସ୍ବାଗତ କରିଥିବାବେଳେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା ସହିତ ମେହେର ସାହିତ୍ୟ ରେ ସାମାଜିକ ପ୍ରତିଛବି ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ କିଶୋର ହୋତା, ଜ୍ଞାନେନ୍ଦ୍ର ତ୍ରିପାଠୀ,ବାସୁଦେବ ରଥ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ କବିତା ଆବୃତ୍ତି କରିଥିଲେ । ରାଧେଶ୍ୟାମ ପୁରୋହିତ,ସୁରୁ ସାହୁ, ଜମ୍ବେଶ୍ଵର ପ୍ରଧାନ,ସୌମିତ୍ରୀ ମେହେର, ବାସୁଦେବ ପଣ୍ଡା, ନିମାଇଁ ଚରଣ ପଣ୍ଡା,ଚମ୍ପେଶ୍ବର ଦାଶ୍, ଚମରା ମହାକୁର,ଶ୍ୟାମ ସୁନ୍ଦର ସେଠି,ଶିବ ଖମାରୀ, ନିରାପଦ ମାଇତି, ସନ୍ତୋଷ ସାହୁ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
    3
    ବୀରମହାରାଜପୁର ବରିଷ୍ଠ ଅଧିକାରୀ ସଂଗଠନ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ 
ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ସିଂହ ବାବୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗଦାନ କରି ମେହେର ସାହିତ୍ୟ କୁ କାଳଜୟୀ କୃତି ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ସ୍ବାଗତ କରିଥିବାବେଳେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା ସହିତ ମେହେର ସାହିତ୍ୟ ରେ ସାମାଜିକ ପ୍ରତିଛବି ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ କିଶୋର ହୋତା, ଜ୍ଞାନେନ୍ଦ୍ର ତ୍ରିପାଠୀ,ବାସୁଦେବ ରଥ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ କବିତା ଆବୃତ୍ତି କରିଥିଲେ । ରାଧେଶ୍ୟାମ ପୁରୋହିତ,ସୁରୁ ସାହୁ, ଜମ୍ବେଶ୍ଵର ପ୍ରଧାନ,ସୌମିତ୍ରୀ ମେହେର, ବାସୁଦେବ ପଣ୍ଡା, ନିମାଇଁ ଚରଣ ପଣ୍ଡା,ଚମ୍ପେଶ୍ବର ଦାଶ୍, ଚମରା ମହାକୁର,ଶ୍ୟାମ ସୁନ୍ଦର ସେଠି,ଶିବ ଖମାରୀ, ନିରାପଦ ମାଇତି, ସନ୍ତୋଷ ସାହୁ  ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.