Shuru
Apke Nagar Ki App…
ଉପର ଆଲପୁର କାଙ୍କେଇ ଓଡ଼ି ଆର ପି କଲୋନୀ ରେ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଖଲ୍ଲିକୋଟ ଥାନା ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ରେ ଏକ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ଭିତରକୁ ଏକ ବିରାଟ ଜଙ୍ଗଲି ବରାହ ପଶି ଆସିଥିଲା । ବରାହ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ବରାହ ଟି ଚାଷ ବିଲରେ ପଶି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବରାହ ଟିକୁ ଅତି ଚତୁରତାର ସହିତ ଓଡ଼ିଆରପି କଲୋନୀ ବାହାର କୁ ବାହାର କରିବାରେ ସଫଳ ହୋଇଥିଲେ ।
Pradeepta Kumar Sahu
ଉପର ଆଲପୁର କାଙ୍କେଇ ଓଡ଼ି ଆର ପି କଲୋନୀ ରେ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଖଲ୍ଲିକୋଟ ଥାନା ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ରେ ଏକ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ଭିତରକୁ ଏକ ବିରାଟ ଜଙ୍ଗଲି ବରାହ ପଶି ଆସିଥିଲା । ବରାହ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ବରାହ ଟି ଚାଷ ବିଲରେ ପଶି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବରାହ ଟିକୁ ଅତି ଚତୁରତାର ସହିତ ଓଡ଼ିଆରପି କଲୋନୀ ବାହାର କୁ ବାହାର କରିବାରେ ସଫଳ ହୋଇଥିଲେ ।
More news from ଓଡ଼ିଶା and nearby areas
- ଉପର ଆଲପୁର କାଙ୍କେଇ ଓଡ଼ି ଆର ପି କଲୋନୀ ରେ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଖଲ୍ଲିକୋଟ ଥାନା ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ରେ ଏକ ଜଙ୍ଗଲି ବରାହ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉପର ଆଲପୁର ସ୍ଥିତ କଙ୍କେଇ ଓଡ଼ିଆରପି କଲୋନୀ ଭିତରକୁ ଏକ ବିରାଟ ଜଙ୍ଗଲି ବରାହ ପଶି ଆସିଥିଲା । ବରାହ କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ବରାହ ଟି ଚାଷ ବିଲରେ ପଶି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବରାହ ଟିକୁ ଅତି ଚତୁରତାର ସହିତ ଓଡ଼ିଆରପି କଲୋନୀ ବାହାର କୁ ବାହାର କରିବାରେ ସଫଳ ହୋଇଥିଲେ ।1
- କବିସୂର୍ଯ୍ୟନଗର : ଏନଏସିରେ ଚାରି ଦିନ ଧରି ଲାଗିରହିଥିବା ଅଚଳବସ୍ଥାରେ ପଡିଲା ପୁର୍ଣ ଛେଦ,ତ୍ୱରାନ୍ୱିତ ହେଲା କାର୍ଯ୍ୟାଳୟ ଓ ସହର ସଫେଇ ଚାରିଦିନ ର ଅଚଳବସ୍ଥା ପରେ ଆଜି ସ୍ୱାଭାବିକ ସ୍ଥିତିକୁ ଫେରିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟାଳୟ l ଗତ ମାର୍ଚ୍ଚ ମାସରେ ସହର ର ଉନ୍ନୟନ କାର୍ଯ୍ୟକୁ ନେଇ ବାହାରିଥିବା 48 ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ରେ ବିଳମ୍ବ କରାଯିବା ସହ କବିସୂର୍ଯ୍ୟନଗର ବିଧାୟକ ଏନଏସି ରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଦେଉନଥିବା ଅଭିଯୋଗକରି ଗତ ଶୁକ୍ରବାର ଏନଏସି କାର୍ଯ୍ୟାଳୟ ରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଥିଲେ ଅଧକ୍ଷ ଙ୍କ ସମେତ ବହୁ କାଉସିଲର l ଫଳରେ ଶୁକ୍ରବାର ଠାରୁ କାର୍ଯ୍ୟାଳୟ ତାଲା ବନ୍ଦ ରହିବା ସହ ସହର ସାରା ସଫେଇ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା l ଦୀର୍ଘ ତିନିଦିନ ଧରି କାର୍ଯ୍ୟାଳୟ ରେ ତାଲା ଝୁଲିବା ପରେ ରବିବାର ଅପରାହ୍ନ ରେ ଅଚାନକ କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ପହଞ୍ଚି ପୋଲିସ ସହାୟତରେ ଏନଏସି କାର୍ଯ୍ୟାଳୟ ଫାଟକର ତାଲା ଭାଙ୍ଗିଥିଲେ l ଘଟଣାରେ ଦୁଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ l କଥା କଟାକଟି ସହ ହିଚା ହିଚି ହୋଇଥିଲେ l ସ୍ଥିତି ଅଣାୟତ୍ତ ଆଡାକୁ ଯିବା ପୂର୍ବରୁ ପୋଲିସ ଗୋଟିଏ ଗୋଷ୍ଠୀ ଙ୍କୁ ଘଉଡ଼ାଇବାରେ ସଫଳ ହୋଇଥିଲା l ଘଟଣାକୁ ନେଇ ଦିନ ବିତିବା ସହ ପ୍ରଶାସନ ଉପରେ ଚାପ ବଢିବାରେ ଲାଗିବା କାରଣରୁ ପ୍ରଶାସନିକ ସ୍ଥର ରେ ଏନେଇ ଆଲୋଚନା ପରେ ଆଜି କାର୍ଯ୍ୟାଳୟ ରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୁଜିତ କୁମାର ନାୟକ,କବିସୂର୍ଯ୍ୟନଗର ଭାରପ୍ରାପ୍ତ ଥାନା ଅଧିକାରୀ ଆଇପିଏସ ନୀତେଶ କୁମାର ମିଶ୍ର,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପହଞ୍ଚି ସମସ୍ତ ଦିଗ ଉପରେ ଆଲୋଚନା କରାଯାଇ କାଉସିଲର ମାନଙ୍କ ଦାବି ପୂରଣ ସହ ସହର ର ଉନ୍ନତିକରଣ ଲାଗି ବାହାରିଥିବା ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ଲାଗି ପ୍ରତିଶୃତି ଦିଆଯାଇଥିଲା l ଫଳରେ କାଉସିଲର ମାନେ ଆନ୍ଦୋଳନ ରୁ ହଟିବା ସହ ସହର ସଫେଇ ପାଇଁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା l ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l1
- ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କୁକୁଡ଼ାଖଣ୍ତି,୧୧/୫(ଅନୁପମ ମିଡ଼ିଆ) କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଉଳଝୋଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିଥିଲେ। ଏଥିରେ ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଙ୍କ ସାକ୍ଷାତ କରି ବିଭିନ୍ନ ଗାଁ ଲୋକମାନେ ଅଭିଯୋଗ ଜଣାଇଥିଲେ1
- ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।1
- ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ କରିଛନ୍ତି ଯେ ମେ ମାସରେ ବିଜେଡି ଓଡ଼ିଶାର ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହି ରଣନୀତି ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।1
- ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)4
- ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।1
- ଧରାକୋଟ : ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତାରୋକ,ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତା ରୋକ I ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି l ରାସ୍ତା ଅବରୋଧ ଯୋଗୁଁ ସିଙ୍ଗିପୁର ଓ ଜାହାଡା ଗାଡ଼ି ଚଳାଚଳ ବାଧାପ୍ରାପ୍ତ l ସିଙ୍ଗିପୁର ଗ୍ରାମରେ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ବସୁଧ୍ୟା ଯୋଜନାରେ ପାଣି ଟାଙ୍କି ମଧ୍ୟ ରହିଛି l କିନ୍ତୁ ଦୀର୍ଘ ଦିନ ହେଲା ମୋଟର କାମ କରୁନଥିବାରୁ ଗ୍ରାମବାସିଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳିବାରେ ଅସୁବିଧା ହେଉଛି l ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି l1