logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା? ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା। ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

12 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
12 hrs ago

ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା? ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା। ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

More news from ଓଡ଼ିଶା and nearby areas
  • ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    2
    ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା
ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଖଇରା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ।
    1
    ଖଇରା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
  • କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ! କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝରରେ ଲଗାଣ ବର୍ଷା ବିପର୍ଯ୍ୟୟ: କେରୀ ପାତ୍ର ସାହି କଂକ୍ରିଟ୍ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଘରେ ପଶିଲା ବର୍ଷା ଜଳ!


କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେରୀ ପାତ୍ର ସାହିରେ ଲଗାଣ ବର୍ଷା ଯୋଗୁଁ ଅତ୍ୟନ୍ତ ସୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗାଁର କଂକ୍ରିଟ୍ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରଖର ସ୍ରୋତରେ ବହିଯାଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
​ସେହି ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ନିଜର ପ୍ରାଥମିକ ସ୍କୁଲକୁ ଯିବା ପାଇଁ ଏହି ବିପଜ୍ଜନକ ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ବର୍ଷା ଜଳ ରାସ୍ତାରେ ନିଷ୍କାସିତ ନହୋଇ ସ୍ଥାନୀୟ କେତେକ ବାସିନ୍ଦାଙ୍କ ଘର ମଧ୍ୟକୁ ପଶିଯିବାରୁ ଲୋକଙ୍କ ନାହିଁନଥିବା ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ହେଲେ ପ୍ରତିବର୍ଷ କେରୀ ପାତ୍ର ସାହିବାସୀ ଏହିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ସାହିରେ ତୁରନ୍ତ କାମଚଳା ଓ ସ୍ଥାୟୀ ନାଳ (ଡ୍ରେନ୍) ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 hrs ago
  • ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ. ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    1
    ଲଗାଣ ଲଘୁ ଚାପ ଘର ଭାଙ୍ଗିଲା ସାନ୍ତରାପୁର ଗ୍ରାମ ରେ ଘଟଗାଁ ବ୍ଲକରେ ଘଟିଛି ବର୍ଷାର ତାଣ୍ଡବ କାହାଣୀ.
ସାରିଦେଲା ଲଗାଣ ବର୍ଷା ଘର ଭାଙ୍ଗି ରୋଜି କଲା ବେଘର ଅହେଉଛି ସାନ୍ତରାପୁର ଗ୍ରାମର କରୁଣକାହାଣୀ ଆସନ୍ତୁ ସିଧା ସଳଖ ବୁଝି ନେବା ତାଙ୍କ ପାଖରୁ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    14 hrs ago
  • ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    1
    ଲଘୁଚାପ ଜନିତ ବର୍ଷା, ରେ ଘରେ ପଶିଲା ପାଣି ଭଦ୍ରକ ସହର ଜଗନ୍ନାଥ କଲୋନୀ ରେ ଘରେ ପଶିଲା ବର୍ଷା ଜଳ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା? ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ? ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା। ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
    1
    ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ?
ଉଦଳାରେ ରହସ୍ୟମୟ ଦୁଇ ମୃତ୍ୟୁ: ମା' ଘର ଭିତରେ, ଝିଅ କେନାଲରେ... ଶେଷରେ କଣ ଘଟିଥିଲା?
ଉଦଳା: (ରାଜୀବ କୁମାର ବେହେରା)ଘର ଭିତରେ ମା'ଙ୍କ ମୃତଦେହ, କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ; ଉଦଳାରେ ଚାଞ୍ଚଲ୍ୟ, ରହସ୍ୟ ଭେଦ କରିବ କି ପୋଲିସ?
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରୁ ସାମ୍ନାକୁ ଆସିଛି ଏକ ରହସ୍ୟମୟ ଓ ହୃଦୟବିଦାରକ ଘଟଣା। ଏକ ପଟେ ଘର ଭିତରେ ମା'ଙ୍କ ମୃତଦେହ ପଡ଼ିଥିବା ବେଳେ, ଅନ୍ୟପଟେ ଘରଠାରୁ କିଛି ଦୂରରେ କେନାଲ ପାଣିରେ ଭାସୁଥିଲା ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ କିଛି ଗ୍ରାମବାସୀ ବିଲରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ଏକ ତୀବ୍ର ଦୁର୍ଗନ୍ଧ ଅନୁଭବ କରିଥିଲେ। ଦୁର୍ଗନ୍ଧର ଉତ୍ସ ଖୋଜିବା ସମୟରେ ସେମାନେ ଘର ଭିତରେ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘର ନିକଟସ୍ଥ କେନାଲରେ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଭାସୁଥିବା ମଧ୍ୟ ଠାବ ହୋଇଥିଲା। ଖବର ବ୍ୟାପିବା ମାତ୍ରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଯାଇଥିଲା।
ଘଟଣାର ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ପହଞ୍ଚି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ୫୪/୨୬ ନମ୍ବର ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି।
ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ଏହା ପଛରେ କୌଣସି ଅପରାଧ ରହିଛି କି, କିମ୍ବା ଅନ୍ୟ କୌଣସି କାରଣ ଅଛି—ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ପରୀକ୍ଷାର ଫଳାଫଳ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ଅର୍ଥାତ୍ ମଙ୍ଗଳବାର ମଧ୍ୟ ସମସ୍ତ ସ୍କୁଲ୍ ଛୁଟି ଘୋଷଣା ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ସମାନ ଭାବେ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ସ୍କୁଲରେ ଉପସ୍ଥିତ ରହି ବର୍ଷାଜନିତ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ପ୍ରଦାନ କରାଯାଇଛି। ଏନେଇ ଆଜି ସକାଳ ୭.୩୦ ଟାରେ ସୂଚନା ମିଳିଛି।
    4
    ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ଅର୍ଥାତ୍ ମଙ୍ଗଳବାର ମଧ୍ୟ ସମସ୍ତ ସ୍କୁଲ୍ ଛୁଟି ଘୋଷଣା
ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ସମାନ ଭାବେ ଲାଗୁ ହେବ।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ସ୍କୁଲରେ ଉପସ୍ଥିତ ରହି ବର୍ଷାଜନିତ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ପ୍ରଦାନ କରାଯାଇଛି। ଏନେଇ ଆଜି ସକାଳ ୭.୩୦ ଟାରେ ସୂଚନା ମିଳିଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
    1
    ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    11 hrs ago
  • ଉଦଳା ବ୍ଲକ ମଦନା ପାଳ ରେ ଘରେ ପଶିଲା ବନ୍ୟା ପାଣି, ଅଳ୍ପକେ ବର୍ତ୍ତିଲେ ୨ ପରିବାର
    1
    ଉଦଳା ବ୍ଲକ ମଦନା ପାଳ ରେ ଘରେ ପଶିଲା ବନ୍ୟା ପାଣି, ଅଳ୍ପକେ ବର୍ତ୍ତିଲେ ୨ ପରିବାର
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.